ଜ୍ୱାଇଁର ଛୁରାମାଡରେ ଶାଶୁ ଗୁରୁତର

The Sakala Picture
Published On

ବ୍ୟାସନଗର : ମଣିଷ ଦିନକୁ ଦିନ ହିଂସ୍ର ହୋଇ ନିଜ ହିତାହିତ ଜ୍ଞାନ ହରାଇ ବିପଥଗାମୀ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ସହର ସନ୍ନିକଟ କୋରେଇ ବ୍ଲକ ଅର୍ନ୍ତଗତ ମୁଳିଶରଗଡା ଗ୍ରାମରେ। ଏହି ଗ୍ରାମର ଦଶଥ ସାହୁଙ୍କ ପତ୍ନୀ ମଂଜୁଲତା ସାହୁ(୪୨)ଙ୍କୁ ତାଙ୍କ ନିଜ ଜ୍ୱାଇଁ ମୃତ୍ୟୁଜଂୟ ଜେନା ଛୁରାମାଡ କରି କ୍ଷତାକ୍ତ କରିଦେଇଥିବା ଜଣାପଡିଛି। ଘଟଣାମୁତାବକ କେନ୍ଦୁଝର ଜିଲ୍ଳା ହାଟଡିହି ଅଂଚଳର ମୃତ୍ୟୁଜଂୟ ମଂଜୁଲତାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ବିବାହର […]

ବ୍ୟାସନଗର : ମଣିଷ ଦିନକୁ ଦିନ ହିଂସ୍ର ହୋଇ ନିଜ ହିତାହିତ ଜ୍ଞାନ ହରାଇ ବିପଥଗାମୀ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ସହର ସନ୍ନିକଟ କୋରେଇ ବ୍ଲକ ଅର୍ନ୍ତଗତ ମୁଳିଶରଗଡା ଗ୍ରାମରେ। ଏହି ଗ୍ରାମର ଦଶଥ ସାହୁଙ୍କ ପତ୍ନୀ ମଂଜୁଲତା ସାହୁ(୪୨)ଙ୍କୁ ତାଙ୍କ ନିଜ ଜ୍ୱାଇଁ ମୃତ୍ୟୁଜଂୟ ଜେନା ଛୁରାମାଡ କରି କ୍ଷତାକ୍ତ କରିଦେଇଥିବା ଜଣାପଡିଛି। ଘଟଣାମୁତାବକ କେନ୍ଦୁଝର ଜିଲ୍ଳା ହାଟଡିହି ଅଂଚଳର ମୃତ୍ୟୁଜଂୟ ମଂଜୁଲତାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ କନ୍ୟା ନିଜ ବାପଘରେ ରହୁଥିଲା। ଇତିମଧ୍ୟରେ ସେମାନଙ୍କର ଏକ ୨ ବର୍ଷର କନ୍ୟା ସନ୍ତାନ ରହିଥିବା ଜଣାପଡିଛି। କିଛି ଦିନ ଅନ୍ତରାଳେ ମୃତ୍ୟୁଂଜୟ ଶ୍ବଶୁରଘରକୁ ଆସି ରହିବା ସହିତ ପୁର୍ନବାର ସମ୍ପର୍କ ଜୋଡିଥିଲେ। ପରେ ଉଭୟଙ୍କ ମଧ୍ୟରେ ସ୍ଥିତ ସୁଧୁରୁଥିବା ଦେଖି ସାହୁ ପରିବାର ପକ୍ଷରୁ ଝିଅକୁ ଶାଶୁଘରକୁ ପୁର୍ନବାର ପଠାଇଥିଲେ।

ଆହୁରି ପଢ଼ନ୍ତୁ: ଧର୍ମଶାଳାର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବର୍ଷିଲା ବିଜେଡି, 'ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର ଦାୟୀ'

ହେଲେ କିଛି ମାସ ଅନ୍ତରାଳେ ପୁଣି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ମୃତ୍ୟୁଂଜୟ ତାଙ୍କ ପତ୍ନୀଙ୍କୁ ପ୍ରବଳ ମାଡ ମାରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଫଳରେ ମୃତ୍ୟୁଜଂୟଙ୍କ ଘରୁ ନିଜ ବାପଘରକୁ ଆସିଥିଲେ ତାଙ୍କ ପତ୍ନୀ। ଆଜି ହଠାତ୍ ମୃତ୍ୟୁଂଜୟ ତାଙ୍କ ବାପା ମାଙ୍କୁ ଧରି ଏକ ଚାରିଚକିଆ ଗାଡିରେ କୁଳିଶରଗଡାରେ ପହଁଚି ନିଜ ୨ ବର୍ଷର ଝିଅକୁ ନେଇ ମାର୍କେଟ ଯିବାକୁ କହିଥିଲେ। କିନ୍ତୁ ତାଙ୍କ ପତ୍ନୀ ଝିଅକୁ ସ୍ବାମୀଙ୍କ ସହ ଛାଡିବାକୁ ମନାକରିଥିଲେ। ପତ୍ନୀ ବାରଣ କରିବାରୁ ମୃତ୍ୟୁଂଜୟ ହଠାତ୍ ଛୁରୀ ବାହାର କରି ଥିଲେ। ମୃତ୍ୟୁଂଜୟ ଛୁରୀ ଧରି ଆକ୍ରମଣ କରିବା ଦେଖି ତାଙ୍କ ଶଳା ଆଲୋକ ପ୍ରତିରୋଧ କରିବାକୁ ଆସିଥିଲେ ତେବେ ଏହି ସମୟରେ ତାଙ୍କ ଶାଶୁ ଆଗକୁ ଆସିଯିବାରୁ ତାଙ୍କ ହାତରେ ଛୁରୀଭୁସି ଦେଇଥିଲେ ମୃତ୍ୟୁଂଜୟ।  ଛୁରାମାଡ କରାଯିବା ଫଳରେ ମଂଜୁଲତାଙ୍କର ପ୍ରବଳ ରକ୍ତସ୍ତାବ ହୋଇଥିଲା।  ତାଙ୍କୁ ତୁରନ୍ତ ଯାଜପୁର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରିଦେଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଘରକୁ ଫେରୁଥିବାବେଳେ କେନାଲରେ ପଡି ବାଇକ ଚାଳକ ମୃତ

ଘଟଣା ପରେ ମୃତ୍ୟୁଂଜୟ ଏକ ସ୍କୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ତାଙ୍କ ବାପା ଏବଂ ସମ୍ପୃକ୍ତ ୪ ଚକିଆ ଗାଡିକୁ କୋରେଇ ପୁଲିସ ଜବତ କରିଥିବା ଜଣାପଡିଛି। ଏନେଇ କୋରେଇ ଥାନାଧିକାରୀ ରଂଜିତ ମହାନ୍ତିଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କ ବାପାଙ୍କୁ ଅଟକ ରଖାଯାଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର