ଭୋଟର ସୂଚୀ- ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ, ବର୍ଷରେ ୪ଥର ହୋଇପାରିବ ଭୋଟର ତାଲିକା ପଞ୍ଜୀକରଣ

The Sakala Picture
Published On

ଭୁବନେଶ୍ୱର: ଭୋଟର ସୂଚୀରେ ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/ ୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ଏକାଧିକ ସଂଶୋଧନ କରାଯାଇଛି। ଆଜିଠାରୁ ତାହା କାର୍ଯ୍ୟାରମ୍ଭ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ଲୋକପ୍ରତିନିଧି ଆଇନ୍‍ ୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଞ୍ଜିକରଣ କରାଯାଉଛି। […]

ଭୁବନେଶ୍ୱର: ଭୋଟର ସୂଚୀରେ ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/ ୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ଏକାଧିକ ସଂଶୋଧନ କରାଯାଇଛି। ଆଜିଠାରୁ ତାହା କାର୍ଯ୍ୟାରମ୍ଭ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ଭାସିଯାଇ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଲୋକପ୍ରତିନିଧି ଆଇନ୍‍ ୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଞ୍ଜିକରଣ କରାଯାଉଛି। ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ କେବଳ ଫର୍ମ ନଂ-୬ରେ ଆବେଦନ କରାଯାଇପାରିବ। ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬(କ)ରେ ଆବେଦନ କରିପାରିବେ। ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦଦେବା ଓ ତତ୍‍ସହିତ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ।

ଆହୁରି ପଢ଼ନ୍ତୁ: ସରିଲା ସର୍ବଦଳୀୟ ବୈଠକ: MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

ଅନୁରୂପ ଭାବେ ଫର୍ମ ନଂ-୮ ମାଧ୍ୟମରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ୱା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ପାଇଁ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ କରିବା ପାଇଁ ଆବେଦନ କରାଯାଇପାରିବ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକା ସହ ଭୋଟରଙ୍କ ଆଧାର ସଂଯୋଗୀକରଣ କରାଇବା ପାଇଁ ପଦକ୍ଷେପ ନିଆଯାଇଛି। ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ-୬(ଖ)ରେ ଆବେଦନ କରାଯିବ। ବୁଥ୍‍ସ୍ତରୀୟ ଅଧିକାରୀମାନେ ଭୋଟରଙ୍କଠାରୁ ଆଧାର ତଥ୍ୟ ଫର୍ମ ନଂ-୬ (ଖ)ରେ ସଂଗ୍ରହ କରିବେ।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରକୂଳରେ ଲାଗିଲା ନାଲି ପତାକା: ଅଶାନ୍ତ ସମୁଦ୍ର ଯୋଗୁଁ ସ୍ନାନ ଉପରେ କଟକଣା ଲଗାଇଲା ପ୍ରଶାସନ

ଆସନ୍ତା ବର୍ଷ ଏପ୍ରିଲ ପହିଲା ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ବିବରଣୀ ସମ୍ପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି। ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ- ୬ (ଖ) ନିର୍ବାଚନ ଆୟୋଗଙ୍କ ୱବ୍‍ସାଇଟ୍‍ www.eci.gov.in, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‍ସାଇଟ୍‍ www.ceoorissa.nic.in, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ୱେବ୍‍ସାଇଟ୍‍, ନିର୍ବାଚନ ପଂଜୀକରଣ ଅଧିକାରୀଙ୍କ ୱେବ୍‍ସାଇଟ୍‍ ERONET, GARUDA, NVSP, VHA etc ରେ ଅଗଷ୍ଟ ୧ ତାରିଖ ପୂର୍ବରୁ ଉପଲବ୍ଧ କରାଯାଇଛି। ସେହିପରି ପଞ୍ଜୀକରଣ ନିମନ୍ତେ ଏଣିକି ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା- ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରହିବ। ଯେଉଁ ନୂତନ ଭୋଟରଙ୍କ ବୟସ ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବ ସେମାନେ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ସିଇଓ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର