୫ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା

The Sakala Picture
Published On

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍ ରବିବାର ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି। ରବିବାର ସକାଳୁ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ୟାମଳାଇ ମନ୍ଦିରରେ ପହଞ୍ଚି ମା ଙ୍କ ଆଶୀର୍ବାଦ ଗ୍ରହଣ ପୂର୍ବକ ମନ୍ଦିରର ଉନ୍ନୟନ କମିଟିସଭ୍ୟ ମାନଙ୍କ ସହ ଆଲୋଚନା […]

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍ ରବିବାର ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି। ରବିବାର ସକାଳୁ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ୟାମଳାଇ ମନ୍ଦିରରେ ପହଞ୍ଚି ମା ଙ୍କ ଆଶୀର୍ବାଦ ଗ୍ରହଣ ପୂର୍ବକ ମନ୍ଦିରର ଉନ୍ନୟନ କମିଟିସଭ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ଦିଗରେ ଆବଶ୍ୟକୀୟ ଡିପିଆର୍ ପ୍ରସ୍ତୁତ କରିବା ନେଇ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇ ଆଗାମୀ ୬ ମାସ ମଧ୍ୟରେ କମିଟିର ଆବଶ୍ୟକତା ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରୂପାନ୍ତରୀତକରଣ କାର୍ଯ୍ୟ ଶେଷ କରିବାକୁ ଜଣାଇଥିଲେ। ବୁରୁପଡା ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ଏବଂ ଗ୍ରାମ୍ୟ ଲୋକଙ୍କ ସହିତ ଗ୍ରାମ ପଞ୍ଚାୟତର ଉନ୍ନତିକଳ୍ପେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଶେରଗଡ ବ୍ଲକ, ପିତ୍ତଳ ଗ୍ରାମ ପଞ୍ଚାୟତର ଉତ୍ତରେଶ୍ବର ମନ୍ଦିର, ଜଗନ୍ନାଥ ମନ୍ଦିର, ପିତ୍ତଳର କରଞ୍ଜାଇ ମନ୍ଦିର, କରଡାକଣା ସ୍ଥିତ ଜଗନ୍ନାଥ ମନ୍ଦିର, ଧବଳପୁର ସ୍ଥିତ ଝିଙ୍କାରିଆ ଶିବ ମନ୍ଦିର, ଗୋଠ ଗାଁ ସ୍ଥିତ ହନୁମାନ ମନ୍ଦିର, ଅଲାରିଗଡ ସ୍ଥିତ ଜଗନ୍ନାଥ ମନ୍ଦିର, କୁରେଇଶୁଣୀ ମନ୍ଦିର ଓ ଘୋଡେଇଶୁଣୀ ମନ୍ଦିର, ଗଣ୍ଡଳା ସ୍ଥିତ ଗୋପୀନାଥ ମନ୍ଦିର, ଇଶାଣେଶ୍ବର ମନ୍ଦିର ପ୍ରଭୃତି ଗସ୍ତ କରି ଠାକୁର ମାନଙ୍କ ଦର୍ଶନ କରିଥିଲେ । ତତ୍ପରେ ସମସ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମ୍ୟ ଲୋକଙ୍କ ସହିତ ଆଲୋଚନା କରି ମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ ଏବଂ ମନ୍ଦିରର ରୂପାନ୍ତରୀତ କାର୍ଯ୍ୟ ଗୁଡିକ ତ୍ବରାନ୍ବୀତ କରିବା ନେଇ ଡିପିଆର୍ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରେଶ୍ବର ମନ୍ଦିର ବୁଣାକାର ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କୁଶଳୀ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି, ସେମାନଙ୍କ ଜୀବନ ଜୀବିକାର ଉନ୍ନତି ଓ ବସ୍ତ୍ରର ବିକ୍ରିବଟା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ପିତ୍ତଳ ସ୍ଥିତ ଯୁକ୍ତ-୨ ମହାବିଦ୍ୟାଳୟ, ଶେରଗଡ ସ୍ଥିତ ଆଇ.ଟି.ଆଇ ଏବଂ ଯୁକ୍ତ ୨ ମହାବିଦ୍ୟାଳୟ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ, ଶାସନ ଆମ୍ବ ଗାଁ ଓଡିଶା ଆଦର୍ଶ ମହାବିଦ୍ୟାଳୟ, ବେଲଗାଁ ସ୍ଥିତ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ପ୍ରଭୃତି ଗସ୍ତ କରି ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ଶିକ୍ଷାର ଉନ୍ନତିକଳ୍ପେ କୋଠାଗୃହ, ଇ- ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀଗୃହ, ସୌନ୍ଦର୍ଯ୍ୟୀକରଣ ଇତ୍ୟାଦି ସହିତ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ମାନ କିଭଳି ଉନ୍ନତ ହେବ ସେ ଦିଗରେ ସମସ୍ତ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଥୁରୁବୁରାଇ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଛାଇ, ତହଁର, ଗୋଠଗାଁ, ପିତ୍ତଳ, ଗୋବିନ୍ଦପୁର, ନରେନ୍ଦ୍ରପୁର ଅଞ୍ଚଳର ମହିଳା ସ୍ବୟଂ ସହିୟକ ଗୋଷ୍ଠୀଙ୍କ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଖି ଖୁସି ପ୍ରକଟ କରିବା ସହିତ ସେମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ। ଜୋନ୍ ୫୮ ର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ। ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କିଭଳି ଜିଲ୍ଲା ଓ ରାଜ୍ୟ ସ୍ତରରେ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ, ଡିପିସି ମିଶନ୍ ଶକ୍ତି, ଜିଲ୍ଲା ଯୋଜନା ପରିଚାଳକ, ଓଡିଶା ଜୀବନ ଜୀବିକା ମିଶନଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଠାରେ ମୋ ହସ୍ପିଟାଲ, ବ୍ଲକ୍ କାର୍ଯ୍ୟାଳୟ, ମିଶନ୍ ଶକ୍ତି କେଫ୍, ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା ଏବଂ ଅଗ୍ରଗତିର ତଦାରଖ କରିଥିଲେ।

ଶେରଗଡ ଠାରେ ଚାଲିଥିବା ବସ୍ ଷ୍ଟାଣ୍ଡର କାର୍ଯ୍ୟ ସମୀକ୍ଷା କରିବା ସହିତ ନିର୍ଦ୍ଧାରୀତ ସମୟ ମଧ୍ୟରେ କାର୍ଯ୍ୟ ସମାପନ କରିବା ପାଇଁ ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନନ୍ଦିକ ଗ୍ରାମ ପଞ୍ଚାୟତର କଳାଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ମାନଙ୍କ ସହିତ ଆଲେଚନା କରିଥିଲେ ଏବଂ ନନ୍ଦିକ ଛକର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବୁଲି ଦେଖିଥିଲେ କରିଥିଲେ।

ଜୋନ୍ ୫୭ ଧନନ୍ତରା ଗ୍ରାମ ପଞ୍ଚାୟତର ଅଲାରିଗଡ, କୁର୍ଲା, ଡେଙ୍ଗାପଦର, ଧବଳପୁର, କୃଷ୍ଣଛାଇ, ତାକରଡା ଜୋନ୍-୬୭ ର ସାରୁ ଗ୍ରାମ ପଞ୍ଚାୟତର କଞ୍ଚୁରୁ, ପୋଚିଲିମା, ବଡଖଣ୍ଡି, ବୁରୁପଡା, ମକରଝୋଳ, ଜୋନ୍ ୬୮ ଦାରୁଭଦ୍ର ଗ୍ରାମ ପଞ୍ଚାୟତ ସ୍ଥିତ ଖରିଡା, ଚାନ୍ଦୁଲି, ଦାରୁଭଦ୍ର, ନନ୍ଦିକ, ରାଳବ, ଶାସନ ଆମ୍ବଗାଁ, ସିକିରି ଏବଂ ଜୋନ୍ ୬୯ ର ସାହାପୁର ଗ୍ରାମ ପଞ୍ଚାୟତ ର ଗଣ୍ଡଳା, ଦୟାପଲ୍ଲୀ, ଦୁର୍ବନ୍ଧ, ଧୋବାଡି, ପୁଟିଆ ପଦର, ବେଲଗାଁ, ଭାବନ୍ଧ, ସାହାପୁର ଅଞ୍ଚଳର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଂପୃକ୍ତ ସ୍ଥାନ ମାନଙ୍କରେ ଚାଲିଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମ୍ୟ ପାର୍କ, ମିନି ଷ୍ଟାଡିୟମ୍, ଆଧୁନିକ ଟ୍ୟାଙ୍କ, ଗ୍ରାମ ପଞ୍ଚାୟତ ପାଠାଗାର, ମିଶନ୍ ଶକ୍ତି ଗୃହର ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ୍ବ କୀର୍ତ୍ତି ଭାସନ ଭି ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର