ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ : ସନ୍ଧ୍ୟାରେ ନେଇପାରେ ଅବପାତର ରୂପ

The Sakala Picture
Published On

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ଲଘୁଚାପଟି ବର୍ତ୍ତମାନ ସେହି ଅଞ୍ଚଳରେ ରହିଥିବା ବେଳେ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ଲମ୍ବିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେଇ ୧୦ ତାରିଖ ବେଳକୁ ଦକ୍ଷିଣପୂର୍ବ […]

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ଲଘୁଚାପଟି ବର୍ତ୍ତମାନ ସେହି ଅଞ୍ଚଳରେ ରହିଥିବା ବେଳେ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ଲମ୍ବିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେଇ ୧୦ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪ ବର୍ଷିଆ ITEP ନାମଲେଖା ପାଇଁ ପ୍ରଥମ ମେରିଟ୍ ତାଲିକା ପ୍ରକାଶ, ୧୪୬୩ ଛାତ୍ରଛାତ୍ରୀ ମନୋନୀତ

ବାତ୍ୟା ସୃଷ୍ଟି ପରେ ପ୍ରଥମେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ୧୧ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାନ କରିବ। ଏହାପରେ ଧୀରେ ଧୀରେ ଏହା ଦିଗ ପରିବର୍ତ୍ତନ କରିବ ଓ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର୍‌ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଦଳୀୟ ଶୋଭାଯାତ୍ରାରେ ଶିଶୁ ସାମିଲ ହେବା ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା ଅଧିକାର ଆୟୋଗର
ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ତେବେ ଓଡ଼ିଶା ଉପରେ ଏହାର ଏତେଟା ପ୍ରଭାବ ପଡ଼ିନପାରେ ବୋଲି କୁହାଯାଉଛି । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ନଯିବାକୁ କୁହାଯାଇଛି । ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରା: ଆସନ୍ତାକାଲି ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି

09 May 2023 By The Sakala

ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ : ସନ୍ଧ୍ୟାରେ ନେଇପାରେ ଅବପାତର ରୂପ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ଲଘୁଚାପଟି ବର୍ତ୍ତମାନ ସେହି ଅଞ୍ଚଳରେ ରହିଥିବା ବେଳେ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ୟ୍ୟନ୍ତ ଲମ୍ବିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ସନ୍ଧ୍ୟା ସୁଦ୍ଧା ଏକ ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେଇ ୧୦ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ।

ବାତ୍ୟା ସୃଷ୍ଟି ପରେ ପ୍ରଥମେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଓ ୧୧ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାନ କରିବ। ଏହାପରେ ଧୀରେ ଧୀରେ ଏହା ଦିଗ ପରିବର୍ତ୍ତନ କରିବ ଓ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର୍‌ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ତେବେ ଓଡ଼ିଶା ଉପରେ ଏହାର ଏତେଟା ପ୍ରଭାବ ପଡ଼ିନପାରେ ବୋଲି କୁହାଯାଉଛି । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ନଯିବାକୁ କୁହାଯାଇଛି । ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର