ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

Madhusudan Das Picture
Published On

କଳାହାଣ୍ଡି: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର OAV ପ୍ରିନ୍ସପାଲ୍ ସୀତାକାନ୍ତ ରଣା SHG ମହିଳାଙ୍କ ବିଲ୍‌ କରିବା ପାଇଁ ୧୦ ହଜାର ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ । ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ର ତିନି ମାସ ପାଇଁ ବିଦ୍ୟାଳୟରେ କରାଯାଇଥିବା ସଫେଇ କାର୍ଯ୍ୟର ବକେୟା ବିଲ୍ ପାସ୍ କରାଇଦେବା ପାଇଁ ପ୍ରିନ୍ସପାଲ୍ ଶ୍ରୀ ରଣା ଏହି ଲାଞ୍ଚ ମାଗିଥିଲେ। ଏସଏଚଜି କର୍ମକର୍ତ୍ତା ଜଣକ ଦୀର୍ଘ ଦିନ ଧରି ନିଜର ବକେୟା ପ୍ରାପ୍ୟ ପାଇଁ ତାଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ବିଲ୍ ପାସ୍ କରିବା ବାବଦକୁ ସେ ୧୦,୦୦୦ ଟଙ୍କା ଦାବି କରିଥିଲେ। 

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ଶ୍ରୀ ରଣାଙ୍କୁ ଲାଞ୍ଚ ନେଉଥିବା ସମୟରେ କାବୁ କରିବା ସହ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ କରିଛି। ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିବା ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତ ପାଇଁ ଶ୍ରୀ ରଣାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର