ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ପୂର୍ବତନ ଅଲିମ୍ପିଆନଙ୍କ ସହ ବେଦାନ୍ତର ସହଭାଗିତା

The Sakala Picture
Published On

ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶାର କଳାହାଣ୍ଡିଠାରେ ଏହାର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ଅଲିମ୍ପିଆନ୍ ତଥା ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜେତା ରାହୁଲ ବାନାର୍ଜୀଙ୍କ ସହ ସହଭାଗିତା ଘୋଷଣା କରିଛନ୍ତି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା। ରାହୁଲ […]

ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶାର କଳାହାଣ୍ଡିଠାରେ ଏହାର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ଅଲିମ୍ପିଆନ୍ ତଥା ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜେତା ରାହୁଲ ବାନାର୍ଜୀଙ୍କ ସହ ସହଭାଗିତା ଘୋଷଣା କରିଛନ୍ତି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା।

ରାହୁଲ ବାନାର୍ଜୀ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ ଚାମ୍ପିଅନସିପ୍ ସମେତ ୫୦ ରୁ ଅଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ତୀରନ୍ଦାଜ ଯିଏକି ରାଜ୍ୟଗୋଷ୍ଠି କ୍ରୀଡାରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଏବଂ ୨୦୦୯-୧୦ ରେ ଏସୀୟ ଗ୍ରାଣ୍ଡ ପ୍ରିକ୍ସ ହାସଲ କରିଛନ୍ତି ଏବଂ ଆଠ ଥର ଜାତୀୟ ଚାମ୍ପିଅନ୍ ହୋଇଛନ୍ତି। ତାଙ୍କର ମାର୍ଗଦର୍ଶନ ତୀରନ୍ଦାଜୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସୁଦୃଢ଼ କରିବ ଏବଂ କଳାହାଣ୍ଡିର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ।

ସହଭାଗିତା ବିଷୟରେ ରାହୁଲ ବାନାର୍ଜୀ କହିଥିଲେ, “ଆଗାମୀ ପିଢ଼ିର ଭାରତୀୟ ତୀରନ୍ଦାଜମାନଙ୍କୁ ଗଢ଼ିବାରେ ବେଦାନ୍ତ ସହିତ କାର୍ଯ୍ୟ କରିବା ଏକ ସମ୍ମାନର ବିଷୟ। କଳାହାଣ୍ଡିରେ ଅସଂଖ୍ୟ ପ୍ରତିଭା ରହିଛି, ଏବଂ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଅଭିଜ୍ଞତା ଏହି ଯୁବ କ୍ରୀଡ଼ାବିତମାନଙ୍କ ପାଖରେ ବିଶ୍ୱ ମଞ୍ଚରେ ଚମକିବାର କ୍ଷମତା ରହିଛି।  ଏହି ଅବସରରେ ଉଦବୋଧନ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ କ୍ରୀଡ଼ା ସାମାଜିକ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ଉତପ୍ରେରକ ହୋଇପାରେ। ରାହୁଲ ବାନାର୍ଜୀଙ୍କ ସହ ଆମର ଭାଗିଦାରୀ ଗୋଷ୍ଠୀଗତ ବିକାଶ ଏବଂ କ୍ରୀଡ଼ା ଉତ୍କର୍ଷତା ପ୍ରତି ଆମର ଗଭୀର ପ୍ରତିବଦ୍ଧତାର ପ୍ରତିଫଳନ।

୨୦୧୮ରେ ଏହା ଆରମ୍ଭ ହେବା ଠାରୁ ବେଦାନ୍ତର କ୍ରୀଡ଼ା ପ୍ରଶିକ୍ଷଣ ପଦକ୍ଷେପ ଲାଞ୍ଜିଗଡରେ କଳାହାଣ୍ଡିର ଆଦିବାସୀ ସମ୍ପ୍ରଦାୟର କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି କାର୍ଯ୍ୟକ୍ରମ ତୀରନ୍ଦାଜୀ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରିଥାଏ, ଯେଉଁଥିରେ ଗୁଣାତ୍ମକ ତାଲିମ ଉପକରଣ, ୟୁନିଫର୍ମ ଏବଂ ବିଶେଷଜ୍ଞଙ୍କ ଦ୍ବାରା କୋଚିଂ ଶିବିରର ସୁବିଧା ରହିଛି। ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ୧୦୦ରୁ ଅଧିକ ଯୁବ ତୀରନ୍ଦାଜଙ୍କୁ ତାଲିମ ଦିଆଯାଇଥିବାବେଳେ ୪୦ରୁ ଅଧିକ ପଦକ କେବଳ ଗତ ବର୍ଷ ରାଜ୍ୟ ଏବଂ ଜାତୀୟ ଚାମ୍ପିଅନସିପରେ ଜିତିଥିଲେ। ଏକଦା ଦାରିଦ୍ର୍ୟ ଏବଂ ପଛୁଆ ଅଞ୍ଚଳ ପାଇଁ ଅପବାଦ ମୁଣ୍ଡାଇଥିବା କଳାହାଣ୍ଡି ଗତ ଦୁଇ ଦଶନ୍ଧି ମଧ୍ୟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରିଛି ଏବଂ ଏ କ୍ଷେତ୍ରରେ ଲାଞ୍ଜିଗଡ଼ରେ ବେଦାନ୍ତର ଉପସ୍ଥିତି ଏକ ପ୍ରମୁଖ ଉତପ୍ରେରକ ଭାବରେ କାର୍ଯ୍ୟ କରୁଛି। ୨୦୦୩ ରେ ବେଦାନ୍ତର ଆଲୁମିନା ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ଅଞ୍ଚଳେର ସାମାଜିକ-ଅର୍ଥନୈତିକ ପ୍ରଗତିର ଏକ ତରଙ୍ଗ ସୃଷ୍ଟି ହୋଇଥିଲା, ଯାହା ସମଗ୍ର ଜିଲ୍ଲାରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ଏବଂ ଜୀବିକା ସୃଷ୍ଟି କରିବାରେ ଅଗ୍ରଗତି କରିଥିଲା ।

ଆଜି କଳାହାଣ୍ଡି ଏହି ଅଞ୍ଚଳର ସବୁଠାରୁ ବ୍ୟାପକ ସିଏସ୍ଆର୍ ଇକୋସିଷ୍ଟମ୍ ମଧ୍ୟରୁ ଅନ୍ୟତମ। ବେଦାନ୍ତ ହସ୍ପିଟାଲ ଭଳି ଆଧୁନିକ ସ୍ୱାସ୍ଥ୍ୟ ସୁବିଧା, ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଶିକ୍ଷାନୁଷ୍ଠାନ ଏବଂ ମହିଳା ଓ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତର ଗୋଷ୍ଠୀଗତ ପଦକ୍ଷେପ ହଜାର ହଜାର ଲୋକଙ୍କ ନିକଟରେ ପହଞ୍ଚୁଛି। ‘ସଖୀ’ ଭଳି ପଦକ୍ଷେପ ସାକ୍ଷରତାର ଉନ୍ନତି, ଅପପୁଷ୍ଟି ହ୍ରାସ ଏବଂ ସ୍ଥାୟୀ ଆୟ ଉତ୍ସ ସହିତ ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରିଛି।

24 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର