ଆଜି ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

The Sakala Picture
Published On

ଭୁବନେଶ୍ୱର : ଗୁରୁବାର ଠାରୁ କେବଳ ଭୁବନେଶ୍ୱରକୁ ବାଦ୍‍ ଦେଲେ ବାକି ସବୁ ଜିଲ୍ଲାରେ କୋଭିଡ୍‍ ଟିକାକରଣ ବାଧାପ୍ରାପ୍ତ ହେବ। କାରଣ ହାତରେ ବଳକା ଥିବା ୩୮ ହଜାର ଡୋଜ୍‍ କୋଭିସିଲ୍ଡରୁ ଆଉ ୫ ହଜାର ଡୋଜ୍‍ ଅଛି। ଆଜି ୧ ଲକ୍ଷ ଡୋଜ୍‍ ଟିକା ଆସିବାର ଥିଲେ ସୁଦ୍ଧା ତାହା ପହଞ୍ଚିପାରି ନାହିଁ। ଏପରିସ୍ଥଳେ ଶୁକ୍ରବାର ଦିନ ୧୪ ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଛି। ସପ୍ତାହେ ହେଲା ରାଜ୍ୟରେ ୧୫୦୦ କେନ୍ଦ୍ରରେ ଟିକାଦାନ ହେଉଥିବା ବେଳେ […]

ଭୁବନେଶ୍ୱର : ଗୁରୁବାର ଠାରୁ କେବଳ ଭୁବନେଶ୍ୱରକୁ ବାଦ୍‍ ଦେଲେ ବାକି ସବୁ ଜିଲ୍ଲାରେ କୋଭିଡ୍‍ ଟିକାକରଣ ବାଧାପ୍ରାପ୍ତ ହେବ। କାରଣ ହାତରେ ବଳକା ଥିବା ୩୮ ହଜାର ଡୋଜ୍‍ କୋଭିସିଲ୍ଡରୁ ଆଉ ୫ ହଜାର ଡୋଜ୍‍ ଅଛି। ଆଜି ୧ ଲକ୍ଷ ଡୋଜ୍‍ ଟିକା ଆସିବାର ଥିଲେ ସୁଦ୍ଧା ତାହା ପହଞ୍ଚିପାରି ନାହିଁ। ଏପରିସ୍ଥଳେ ଶୁକ୍ରବାର ଦିନ ୧୪ ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଛି। ସପ୍ତାହେ ହେଲା ରାଜ୍ୟରେ ୧୫୦୦ କେନ୍ଦ୍ରରେ ଟିକାଦାନ ହେଉଥିବା ବେଳେ ଆସନ୍ତା କାଲି ମାତ୍ର ୧୧୪ଟି କେନ୍ଦ୍ରରେ ଟିକା ଦିଆଯିବ। ଏଥିରେ ଭୁବନେଶ୍ୱରର ୭୨ କେନ୍ଦ୍ର (କୋଭାକ୍କସିନ୍‍) ଅନ୍ତର୍ଭୁକ୍ତ। ଆଜି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ଆଉ ୫ ଜିଲ୍ଲାର ସେସନ୍‍ ସାଇଟ୍‍ରେ ତାଲା ଝୁଲିବ। ଗୁରୁବାର ଦିନ ଅନୁଗଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ରେ ଟିକାକରଣ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ା ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଟିକା ନଥିବାରୁ ଆଜି ମାତ୍ର ୪୯୬୩୭ ଡୋଜ୍‍ ଟିକା ଦିଆଯାଇଛି ଜୁନ୍‍ ୨୧ ତାରିଖରୁ ଆମେ ଦୈନିକ ୩ ଲକ୍ଷ ଲୋକଙ୍କ ଟିକାକରଣ କରୁଥିଲୁ। ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ଡୋଜ୍‍ ଦେବା ପାଇଁ ଆମେ ସମର୍ଥ। କିନ୍ତୁ ଟିକାର ଅଭାବ ଯୋଗୁଁ ଏଥିରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏବେ ହାତରେ ୧୯୫୨୦ ଡୋଜ୍‍ କୋଭିସିଲ୍ଡ ଏବଂହ ୩୨୪୯୧୦ ଡୋଜ୍‍ କୋଭାକ୍ସିନ୍‍ ଅଛି। ଆଜି ୧ ଲକ୍ଷ ଡୋଜ୍‍ ଆସିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଥିଲେ। କିନ୍ତୁ ଟିକା ପହଞ୍ଚି ନାହିଁ। ତେଣୁ ଆସନ୍ତା କାଲି ପହଞ୍ଚିବା ସମ୍ଭାବନା ଅଛି ବୋଲି ଡ଼ା ପାଣିଗ୍ରାହୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

01 Jul 2021 By The Sakala

ଆଜି ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ଗୁରୁବାର ଠାରୁ କେବଳ ଭୁବନେଶ୍ୱରକୁ ବାଦ୍‍ ଦେଲେ ବାକି ସବୁ ଜିଲ୍ଲାରେ କୋଭିଡ୍‍ ଟିକାକରଣ ବାଧାପ୍ରାପ୍ତ ହେବ। କାରଣ ହାତରେ ବଳକା ଥିବା ୩୮ ହଜାର ଡୋଜ୍‍ କୋଭିସିଲ୍ଡରୁ ଆଉ ୫ ହଜାର ଡୋଜ୍‍ ଅଛି। ଆଜି ୧ ଲକ୍ଷ ଡୋଜ୍‍ ଟିକା ଆସିବାର ଥିଲେ ସୁଦ୍ଧା ତାହା ପହଞ୍ଚିପାରି ନାହିଁ। ଏପରିସ୍ଥଳେ ଶୁକ୍ରବାର ଦିନ ୧୪ ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଛି। ସପ୍ତାହେ ହେଲା ରାଜ୍ୟରେ ୧୫୦୦ କେନ୍ଦ୍ରରେ ଟିକାଦାନ ହେଉଥିବା ବେଳେ ଆସନ୍ତା କାଲି ମାତ୍ର ୧୧୪ଟି କେନ୍ଦ୍ରରେ ଟିକା ଦିଆଯିବ। ଏଥିରେ ଭୁବନେଶ୍ୱରର ୭୨ କେନ୍ଦ୍ର (କୋଭାକ୍କସିନ୍‍) ଅନ୍ତର୍ଭୁକ୍ତ। ଆଜି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ଆଉ ୫ ଜିଲ୍ଲାର ସେସନ୍‍ ସାଇଟ୍‍ରେ ତାଲା ଝୁଲିବ। ଗୁରୁବାର ଦିନ ଅନୁଗଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ରେ ଟିକାକରଣ ବନ୍ଦ ରହିବ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ା ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଟିକା ନଥିବାରୁ ଆଜି ମାତ୍ର ୪୯୬୩୭ ଡୋଜ୍‍ ଟିକା ଦିଆଯାଇଛି ଜୁନ୍‍ ୨୧ ତାରିଖରୁ ଆମେ ଦୈନିକ ୩ ଲକ୍ଷ ଲୋକଙ୍କ ଟିକାକରଣ କରୁଥିଲୁ। ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ଡୋଜ୍‍ ଦେବା ପାଇଁ ଆମେ ସମର୍ଥ। କିନ୍ତୁ ଟିକାର ଅଭାବ ଯୋଗୁଁ ଏଥିରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏବେ ହାତରେ ୧୯୫୨୦ ଡୋଜ୍‍ କୋଭିସିଲ୍ଡ ଏବଂହ ୩୨୪୯୧୦ ଡୋଜ୍‍ କୋଭାକ୍ସିନ୍‍ ଅଛି। ଆଜି ୧ ଲକ୍ଷ ଡୋଜ୍‍ ଆସିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଥିଲେ। କିନ୍ତୁ ଟିକା ପହଞ୍ଚି ନାହିଁ। ତେଣୁ ଆସନ୍ତା କାଲି ପହଞ୍ଚିବା ସମ୍ଭାବନା ଅଛି ବୋଲି ଡ଼ା ପାଣିଗ୍ରାହୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର