ସହରୀ ବିକାଶ ବାଟବଣା! ମନ୍ତ୍ରୀ କହିଲେ ସବୁ ହବ; ଲୋକଙ୍କ ପ୍ରଶ୍ନ, କେବେ ?

The Sakala Picture
Published On

ଭୁବନେଶ୍ୱର: ସହରୀ ବିକାଶ ପାଇଁ ପାର୍ଟ ପ୍ଲଟ୍‌ କିଣାବିକା ଆରମ୍ଭ ହେବ। ଆପାର୍ଟମେଣ୍ଟ୍‌ ରେଜିଷ୍ଟ୍ରେସନ୍‌ ବି ହେବ। ଟାଉନ୍‌ ପ୍ଲାନିଂ ସ୍କିମ୍‌କୁ ଜୋରଦାର କରାଯିବ। ଏହାସହ ସରକାରୀ ନିୟମ ନମାନି କାମ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସହରବାସୀଙ୍କୁ ଏଭଳି ଗୋଟିଏ ପରେ ଗୋଟିଏ ସ୍ୱପ୍ନ ଦେଖାଇଲେ। କ୍ୟାମେରା ସାମ୍ନାରେ ଏଇଟା ହେବ, ସେଇଟା ହେବ କହିଲେ। ଏପରିକି, କେବେ ହେବ ତାରିଖ ବି ଘୋଷଣା କରିଦେଲେ। […]

ଭୁବନେଶ୍ୱର: ସହରୀ ବିକାଶ ପାଇଁ ପାର୍ଟ ପ୍ଲଟ୍‌ କିଣାବିକା ଆରମ୍ଭ ହେବ। ଆପାର୍ଟମେଣ୍ଟ୍‌ ରେଜିଷ୍ଟ୍ରେସନ୍‌ ବି ହେବ। ଟାଉନ୍‌ ପ୍ଲାନିଂ ସ୍କିମ୍‌କୁ ଜୋରଦାର କରାଯିବ। ଏହାସହ ସରକାରୀ ନିୟମ ନମାନି କାମ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସହରବାସୀଙ୍କୁ ଏଭଳି ଗୋଟିଏ ପରେ ଗୋଟିଏ ସ୍ୱପ୍ନ ଦେଖାଇଲେ। କ୍ୟାମେରା ସାମ୍ନାରେ ଏଇଟା ହେବ, ସେଇଟା ହେବ କହିଲେ। ଏପରିକି, କେବେ ହେବ ତାରିଖ ବି ଘୋଷଣା କରିଦେଲେ। ହେଲେ, ମନ୍ତ୍ରୀମାନଙ୍କ କଥା ଆଉ କାମରେ ପରିଣତ ହେଲାନାହିଁ। ସେମାନଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ବାରମ୍ବାର ଫେଲ୍‌ ମାରିଲା। ମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଧୂଅାଁବାଣରେ ପରିଣତ ହେବା ପରେ ଲୋକେ ଏବେ ପ୍ରଶ୍ନ କଲେଣି ଏସବୁ ହବ ତ, କେବେ ହେବ।
ରାଜ୍ୟରେ ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ ତୁରନ୍ତ ଆରମ୍ଭ ହେବ ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ। ଏନେଇ ରାଜସ୍ୱ ବିଭାଗ ସହିତ ବୈଠକ ହେଲା। ବିଭାଗୀୟ ସଚିବ ଏକ ଡ୍ରାଫ୍ଟ ପ୍ରସ୍ତୁତ କଲେ। ଡ୍ରାଫ୍ଟ ମିଳିବା ମାତ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମାର୍ଚ୍ଚ ମାସରେ ନୋଟିଫିକେସନ୍‌ ପ୍ରକାଶ ପାଇବ ବୋଲି କହିଲେ। ଏହାପରେ ତୁରନ୍ତ ପାର୍ଟ ପ୍ଲଟ୍‌ କିଣାବିକା ଆରମ୍ଭ ହୋଇଯିବ ବୋଲି ଘୋଷଣା କଲେ। ହେଲେ ମାର୍ଚ୍ଚ ସୁଦ୍ଧା ସେମିତି କିଛି ହେଲା ନାହିଁ। ମନ୍ତ୍ରୀଙ୍କୁ ଯେତେବେଳେ ପାର୍ଟ ପ୍ଲଟ୍‌ ସମ୍ପର୍କିତ ଟୋଟିଫିକେସନ୍‌ ପଚରାଯାଉଛି, ସେ ପୁଣି ଏକ ମାସ ସମୟ ନେଇଯାଉଛନ୍ତି। ଗୋଟିଏ ପରେ ଗୋଟିଏ ମାସ ଗଡ଼ାଇ ଚାଲିଛନ୍ତି। ଜୁନ୍‌ ମାସ ସୁଦ୍ଧା ମଧ୍ୟ ଏହା ହୋଇପାରିଲା ନାହିଁ। ନୋଟିଫିକେସନ୍‌ ବାହାର କରିବାକୁ ବାରମ୍ବାର ସମୟ ଗଡ଼ାଇବା ଦୁଇ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଅନ୍ୟପକ୍ଷରେ ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ୍‌ ବନ୍ଦ ରହିଛି। ହେଲେ ଏହି ନିୟମକୁ ବେଖାତିର କରି ସରକାରୀ ଅଧିକାରୀ ମନଇଚ୍ଛା ପାର୍ଟ ପ୍ଲଟ୍‌ କିଣାବିକା କରି ଚାଲିଲେ। ୨ବର୍ଷରେ ୩ ଲକ୍ଷ ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି। ଏଭଳି କାରନାମା କରିଥିବା ୩୦୦ ଅଧିକାରୀଙ୍କୁ ଚିହ୍ନଟ କରାଗଲା। ଏମାନଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଗଲା। ହେଲେ କାର୍ଯ୍ୟାନୁଷ୍ଠାନ କେବଳ କାରଣ ଦର୍ଶାଅ ନୋଟିସରେ ସୀମିତ ରହିଗଲା। ଲେ-ଆଉଟ୍‌ ଅନୁମୋଦନ ସରଳ ଓ ସହଜ କରିବାକୁ ବାଟ ବାହାରୁନି। ଆପାର୍ଟମେଣ୍ଟ କିଣାବିକାକୁ ନେଇ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ସରକାର କୌଣସି ଠୋସ୍‌ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଅକ୍ୟୁପାନ୍ସି ସାର୍ଟିଫିକେଟ ଓ କମ୍ପ୍ଲିସନ୍‌ ସାର୍ଟିଫିକେଟ ଦ୍ୱନ୍ଦ୍ୱ ହଟୁ ନଥିବାରୁ ଅଦାଲରେ ମାମଲା ଗଡ଼ିଚାଲିଛି। ଫଳରେ ରିୟଲ୍‌-ଇଷ୍ଟେଟ୍‌ କାରବାର ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ରିୟଲଇଷ୍ଟେଟ୍‌ ଆକ୍ଟିଭିଷ୍ଟ୍‌ମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀର ବୁଦ୍ଧନଗର ଅଞ୍ଚଳରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ସୁନା ଗହଣା ଓ ନଗଦ ଲୁଟ୍, ସନ୍ଦେହରେ କେୟାରଟେକର

ଟାଉନ ପ୍ଲାନିଂ ସ୍କିମ୍‌ ଜୋରଦାର କରିବାକୁ ସରକାର ଅଣ୍ଟା ଭିଡ଼ିଥିଲେ। ହେଲେ ଜମି ମାଲିକମାନେ ବିଭିନ୍ନ ଜାଗାରେ ଏହାକୁ ବିରୋଧ କରୁଛନ୍ତି। ଭୁବନେଶ୍ୱର ପରେ କଟକର ପ୍ରଥମ ଟାଉନ ପ୍ଲାନିଂ ଯୋଜନାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏଭଳି ସ୍ଥିତିରେ ସହରୀ ବିକାଶ ଯୋଜନାରେ ସ୍ୱଚ୍ଛତା ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦାବି ଖାଲି ଘୋଷଣାରେ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ନଦୀପଠାରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର