ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା; ସ୍ୱାମୀ ପାଇଁ ଦୁଇ ମହିଳା ଟଣାଓଟରା
ଭୁବନେଶ୍ୱର: ସ୍ୱାମୀ ପାଇଁ ରାଜଧାନୀ ରାଜରାସ୍ତାରେ ଦୁଇ ମହିଳାଙ୍କ ଟଣାଓଟରା ହୋଇଛନ୍ତି। ସ୍ୱାମୀ କାହାର? ପତ୍ନୀର ନା ପ୍ରେମିକାର। ଏଭଳି ଘଟଣା କଳିଙ୍ଗ ବିହାର କେ-୪ ଅଞ୍ଚଳରେ ଦେଖିବାକୁ ମିଳିଛି। ପତ୍ନୀ ଓ ପ୍ରେମିକାଙ୍କ ମଧ୍ୟରେ ଜୋର୍ଦାର ଯୁକ୍ତିତର୍କ ହୋଇଥିଲା। ବିଧବା ମହିଳାଙ୍କୁ ମାଟ୍ରିମୋନି ସାଇଟ୍ରେ ପାଇ ସମ୍ପର୍କ ସ୍ଥାପନ କରିଥିଲେ କଟକର ସ୍ୱାଗତ ମହାରଣା। ହେଲେ ସ୍ୱାଗତ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର ଗୋଟିଏ ୫ ବର୍ଷର ପୁଅ ଅଛି। କିନ୍ତୁ ବିଧବା ପ୍ରେମିକାଙ୍କ ସହ […]
ଭୁବନେଶ୍ୱର: ସ୍ୱାମୀ ପାଇଁ ରାଜଧାନୀ ରାଜରାସ୍ତାରେ ଦୁଇ ମହିଳାଙ୍କ ଟଣାଓଟରା ହୋଇଛନ୍ତି। ସ୍ୱାମୀ କାହାର? ପତ୍ନୀର ନା ପ୍ରେମିକାର। ଏଭଳି ଘଟଣା କଳିଙ୍ଗ ବିହାର କେ-୪ ଅଞ୍ଚଳରେ ଦେଖିବାକୁ ମିଳିଛି। ପତ୍ନୀ ଓ ପ୍ରେମିକାଙ୍କ ମଧ୍ୟରେ ଜୋର୍ଦାର ଯୁକ୍ତିତର୍କ ହୋଇଥିଲା। ବିଧବା ମହିଳାଙ୍କୁ ମାଟ୍ରିମୋନି ସାଇଟ୍ରେ ପାଇ ସମ୍ପର୍କ ସ୍ଥାପନ କରିଥିଲେ କଟକର ସ୍ୱାଗତ ମହାରଣା। ହେଲେ ସ୍ୱାଗତ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର ଗୋଟିଏ ୫ ବର୍ଷର ପୁଅ ଅଛି। କିନ୍ତୁ ବିଧବା ପ୍ରେମିକାଙ୍କ ସହ ତାଙ୍କର ନିବିଡ଼ ହୋଇଥିଲା ପ୍ରେମ ସମ୍ପର୍କ। ଲୁଚାଛପାରେ ଉଭୟ ଦେଖା ହେଉଥିବାବେଳେ ଶେଷରେ ପତ୍ନୀଙ୍କ ନଜରରେ ପଡ଼ିଯାଇଥିଲେ। ଏନେଇ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ ସ୍ୱାଗତଙ୍କ ପତ୍ନୀ। ସେଠାରେ ଉଭୟ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରେମିକାଙ୍କୁ ଗାଳିଗୁଲଜ କରିଥିଲେ ସ୍ୱାଗତଙ୍କ ପତ୍ନୀ। ହେଲେ ସ୍ୱାଗତଙ୍କୁ ୧୭ ଲକ୍ଷ ଟଙ୍କା ଦେଇଥିବା କହି ପାଲଟା ଗାଳିଗୁଲଜ କରିଥିଲେ ପ୍ରେମିକା। ପରିସ୍ଥିତି ଅଣାୟତ୍ତ ହେବାରୁ ଲେଡିଜ୍ ଫୋରମ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଭୟ ମହିଳାଙ୍କୁ ବୁଝାସୁଝା କରିଥିଲେ। ପ୍ରେମିକାଠାରୁ ଏକ ହାତଲେଖା କପି ରଖିଛନ୍ତି ଲେଡିଜ୍ ଫୋରମ୍। ଉଭୟ ମହିଳା ତମାଣ୍ଡୋ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।





