ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଏହି ୩ ବିଧାୟକ କ୍ରସ୍ ଭୋଟିଂ କରିଥିବା ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ...
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟ ଦେଉଛନ୍ତି ବିଧାୟକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଏହାରି ମଧ୍ୟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି କି, କଂଗ୍ରେସର ୩ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ କ୍ରସ ଭୋଟିଂ କରିଥିବା ନେଇ ଭକ୍ତ ଦାସ ସୂଚନା ଦେଇଛନ୍ତି । ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି କହିଛନ୍ତି ଭକ୍ତ ଦାସ । ତାଙ୍କ ନିର୍ବାଚନମଣ୍ଡଳ ଯାଇ ଲୋକଙ୍କୁ ସବୁ କହିବୁ । ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ଯିବୁ । ଦଳ ବିରୋଧୀ କାମ କରିଛନ୍ତି, ନିଜ ସମ୍ମାନ କ୍ଷୁଣ୍ଣ କରିଥିବା କହିଛନ୍ତି ଭକ୍ତ ।