ଡାକ୍ତରଙ୍କୁ ମାଡ଼ ଘଟଣା , ଗିରଫ ହେଲେ ଦୁଇ ଅଭିଯକ୍ତ

The Sakala Picture
Published On

ବାଲିପାଟଣା : ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଅଠାନ୍ତର ଗ୍ରାମର ଚିତ୍ତରଞ୍ଜନ ବେହେରା ଏବଂ ରାକେଶ ବେହେରା। ଡାକ୍ତରୀ ପରୀକ୍ଷା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ୧୫ ଦିନ ଧରି ଦୁଇ ଅଭିଯୁକ୍ତ ଫେରାର୍ ଥିଲେ। ଏମାନଙ୍କୁ ଧରିବା ପାଇଁ ପୁଲିସର ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ମଙ୍ଗଳବାର ଭୋର୍ ସମୟରେ ଦୁଇ ଅଭିଯୁକ୍ତଙ୍କୁ […]

ବାଲିପାଟଣା : ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଅଠାନ୍ତର ଗ୍ରାମର ଚିତ୍ତରଞ୍ଜନ ବେହେରା ଏବଂ ରାକେଶ ବେହେରା। ଡାକ୍ତରୀ ପରୀକ୍ଷା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ୧୫ ଦିନ ଧରି ଦୁଇ ଅଭିଯୁକ୍ତ ଫେରାର୍ ଥିଲେ। ଏମାନଙ୍କୁ ଧରିବା ପାଇଁ ପୁଲିସର ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ମଙ୍ଗଳବାର ଭୋର୍ ସମୟରେ ଦୁଇ ଅଭିଯୁକ୍ତଙ୍କୁ ନିଆଳି ଅଞ୍ଚଳରୁ ପୁଲିସ ଗିରଫ କରିଛି। ସେମାନେ ସେଠାରେ ଆତ୍ମଗୋପନ କରିଥିବା ଜଣାପଡ଼ିଥିଲା। ଗତ ୧୯ ତାରିଖରେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ଘଟଣାରୁ କାର୍ଯ୍ୟରତ ଡାକ୍ତର ରତିରଞ୍ଜନ ସ୍ଵାଇଁଙ୍କ ସହ ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ ଦୁଇ ଅଭିଯୁକ୍ତ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଓମ୍ସା ପକ୍ଷରୁ ଦାବି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର