ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି, ୨୦ରୁ ବଢ଼ିବ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି ହେବ। କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରୁ କମ ରହିବାର ସମ୍ଭାବନା ଥିବାରୁ ମଧ୍ୟରାତ୍ରରୁ ସକାଳ ଯାଏଁ ଯାତାୟାତର ସମସ୍ୟା ଉପୁଜିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକରେ ଘନକୁହୁଡି ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। […]

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି ହେବ। କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରୁ କମ ରହିବାର ସମ୍ଭାବନା ଥିବାରୁ ମଧ୍ୟରାତ୍ରରୁ ସକାଳ ଯାଏଁ ଯାତାୟାତର ସମସ୍ୟା ଉପୁଜିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକରେ ଘନକୁହୁଡି ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବୁଧବାର ମଧ୍ୟ ଅନେକ ଜିଲ୍ଲାରେ କୁହୁଡି ଜାରି ରହିବ ବୋଲି କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରନ୍ଦ୍ରନାଥ ପଶୁପାଳ କହିଛନ୍ତି ଯେ ଉପକୂଳରେ ୨୦ଠାରୁ ଆଭ୍ୟନ୍ତରୀଣରେ ୨୧ଠାରୁ ସର୍ବନିମ୍ନ ତପାମାତ୍ରା ବଢ଼଼ିବ। ୨୩ ସୁଦ୍ଧା ଉପକୂଳରେ ରାତିର ତାପମାତ୍ରା ପ୍ରାୟ ୬ ଡିଗ୍ରୀ ସେଲସିୟସ ବଢ଼଼ିବା ବେଳେ ଆଭ୍ୟନ୍ତରୀଣରେ ୩-୪ ଡିଗ୍ରୀ ସେଲସିୟସ ବଢ଼଼ିବାର ସମ୍ଭାବନା ରହିଛି। ୨୩ରୁ ପାଗ ମେଘୁଆ ହେବ। ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୩ ଓ ୨୪ରେ ସ୍ୱଳ୍ପ ବର୍ଷା ହେବା ବେଳେ ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷାର ସମ୍ଭବନା ରହିଛି। ୨୩ରୁ ବଙ୍ଗୋପସାଗରୀୟ ପବନ ରାଜ୍ୟକୁ ବହିବ। କୁହୁଡି ବଢ଼଼ିବ।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର