ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ହାତୀ ଆକ୍ରମଣରେ ଚାଲିଗଲା ୩ ନିରୀହ ଜୀବନ

The Sakala Picture
Published On

ବାରିପଦା/ମୋରଡ଼ା : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ମଣିଷ ଲଢେ଼ଇ। ଗତ କାଲି ବିଳମ୍ବିତ ରାତି ଓ ଆଜି ସକାଳେ ହାତୀ ଆକ୍ରମଣରେ ପୁଣି ଯାଇଛି ୩ ନିରୀହ ଜୀବନ। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତି ରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ନିରୀହ ନାବାଳିକା କୁ ଅତ୍ୟନ୍ତ ନିର୍ମମ ଭାବେ କଚାଡି ଜୀବନରୁ ମାରି ଦେଇଥିବା […]

ବାରିପଦା/ମୋରଡ଼ା : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ମଣିଷ ଲଢେ଼ଇ। ଗତ କାଲି ବିଳମ୍ବିତ ରାତି ଓ ଆଜି ସକାଳେ ହାତୀ ଆକ୍ରମଣରେ ପୁଣି ଯାଇଛି ୩ ନିରୀହ ଜୀବନ। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତି ରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ନିରୀହ ନାବାଳିକା କୁ ଅତ୍ୟନ୍ତ ନିର୍ମମ ଭାବେ କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଛି। ଉକ୍ତ ଗ୍ରାମର ପିତାମ୍ବର ପରମାଣିକ ଙ୍କ ପରିବାର ଖାଇ ପିଇ ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବର ଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବରଙ୍କ ନାବାଳିକା ପାଞ୍ଚ ବର୍ଷିଆ ଝିଅ ଗୁନୁ ପରମାଣିକ କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ ରେ ଦଳି ଜୀବନରୁ ମାରିଦେଇଛି।

ଆହୁରି ପଢ଼ନ୍ତୁ: ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...

ଅନ୍ୟ ପଟେ ବେତନଟୀ ରେଞ୍ଜ ତାଡ଼ିକି ଗ୍ରାମରେ ଜଣେ ବୃଦ୍ଧ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ଫଳରେ କାନ୍ଥ ପଡ଼ିବାରୁ ବୃଦ୍ଧ ଙ୍କ ମୃତ୍ୟ ହୋଇଛି। ମୃତକ ବୃଦ୍ଧ ଜଣଙ୍କ ହେଲେ ଦେବ ଦେହୁରୀ। ସେହିପରି ବାଙ୍ଗିରିପୋଷି ରେଞ୍ଜ ତଥା ଝାରପୋଖରିଆ ଥାନା ଅଧୀନ ଶିର୍ଷା ପଞ୍ଚାୟତର ପାଣିଶୋଳ ଗ୍ରାମରେ ଭବାନୀ ଶଙ୍କର ମହାନ୍ତଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସୀମାନ୍ତ ଝାଡଖଣ୍ଡ ଅଞ୍ଚଳକୁ ପଳାଇଯାଇଥିବା ହାତୀପଲ ପୁଣି ରାତିରେ ଫେରିଆସିବାରୁ ଗ୍ରାମବାସୀ ହାତୀମାନଙ୍କୁ ଘଉଡାଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

ଏହି ସମୟରେ ଏକ ହାତୀ ଆକ୍ରମଣ ପାଇଁ ଦୌଡି ଆସିବା ବଳେ ସେ ନିଜ ଘରକୁ ପ୍ରବେଶ ପାଇଁ ଉଦ୍ୟମ କରିବା ପୂର୍ବରୁ ହାତୀ ଆକ୍ରମଣ ର ଶିକାର ହୋଇଥିଲେ । ସମସ୍ତଙ୍କ ମୃତଦେହ କୁ ବନ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କୁ ପଠାଇଛି। ତେବେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ଅଧିକ ତଦନ୍ତ ପରେ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ:  ବଦଳିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

30 Jun 2022 By The Sakala

ହାତୀ ଆକ୍ରମଣରେ ଚାଲିଗଲା ୩ ନିରୀହ ଜୀବନ

ବାରିପଦା/ମୋରଡ଼ା : ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ମଣିଷ ଲଢେ଼ଇ। ଗତ କାଲି ବିଳମ୍ବିତ ରାତି ଓ ଆଜି ସକାଳେ ହାତୀ ଆକ୍ରମଣରେ ପୁଣି ଯାଇଛି ୩ ନିରୀହ ଜୀବନ। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତି ରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ନିରୀହ ନାବାଳିକା କୁ ଅତ୍ୟନ୍ତ ନିର୍ମମ ଭାବେ କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଛି। ଉକ୍ତ ଗ୍ରାମର ପିତାମ୍ବର ପରମାଣିକ ଙ୍କ ପରିବାର ଖାଇ ପିଇ ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବର ଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବରଙ୍କ ନାବାଳିକା ପାଞ୍ଚ ବର୍ଷିଆ ଝିଅ ଗୁନୁ ପରମାଣିକ କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ ରେ ଦଳି ଜୀବନରୁ ମାରିଦେଇଛି।

ଅନ୍ୟ ପଟେ ବେତନଟୀ ରେଞ୍ଜ ତାଡ଼ିକି ଗ୍ରାମରେ ଜଣେ ବୃଦ୍ଧ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ଫଳରେ କାନ୍ଥ ପଡ଼ିବାରୁ ବୃଦ୍ଧ ଙ୍କ ମୃତ୍ୟ ହୋଇଛି। ମୃତକ ବୃଦ୍ଧ ଜଣଙ୍କ ହେଲେ ଦେବ ଦେହୁରୀ। ସେହିପରି ବାଙ୍ଗିରିପୋଷି ରେଞ୍ଜ ତଥା ଝାରପୋଖରିଆ ଥାନା ଅଧୀନ ଶିର୍ଷା ପଞ୍ଚାୟତର ପାଣିଶୋଳ ଗ୍ରାମରେ ଭବାନୀ ଶଙ୍କର ମହାନ୍ତଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସୀମାନ୍ତ ଝାଡଖଣ୍ଡ ଅଞ୍ଚଳକୁ ପଳାଇଯାଇଥିବା ହାତୀପଲ ପୁଣି ରାତିରେ ଫେରିଆସିବାରୁ ଗ୍ରାମବାସୀ ହାତୀମାନଙ୍କୁ ଘଉଡାଇଥିଲେ।

ଏହି ସମୟରେ ଏକ ହାତୀ ଆକ୍ରମଣ ପାଇଁ ଦୌଡି ଆସିବା ବଳେ ସେ ନିଜ ଘରକୁ ପ୍ରବେଶ ପାଇଁ ଉଦ୍ୟମ କରିବା ପୂର୍ବରୁ ହାତୀ ଆକ୍ରମଣ ର ଶିକାର ହୋଇଥିଲେ । ସମସ୍ତଙ୍କ ମୃତଦେହ କୁ ବନ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କୁ ପଠାଇଛି। ତେବେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ଅଧିକ ତଦନ୍ତ ପରେ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର