ଦ୍ବାଦଶ ଛାତ୍ରଛାତ୍ରୀ ଦେବେ ୩୦ ମିନିଟର ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ବୋର୍ଡ଼ ଦ୍ବାରା ଆୟୋଜିତ ଦ୍ବାଦଶ ପରୀକ୍ଷା ଚଳିତ ବର୍ଷ ୩୦ ମିନିଟ୍ ମଧ୍ୟରେ ସାରିବା ପାଇଁ ବୋର୍ଡ଼ ଯୋଜନା କରୁଛି । ଏପରିକି ପରୀକ୍ଷାରେ କେବଳ ସଂକ୍ଷିପ୍ତ ପ୍ରଶ୍ନ ପତ୍ର ରହିବ। ସ୍ଵଳ୍ପ ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପୂର୍ଣ୍ଣ ହେବ। ଅବଶ୍ୟକ ସ୍ଥଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲିଖିତ ପରୀକ୍ଷା କରା ନ ଯାଇ କେବଳ କିଛି ପ୍ରଶ୍ନ ପଚରାଯିବ। ସମ୍ପୃକ୍ତ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ସିଧାସଳଖ ଦେବେ। ଏହାକୁ […]

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ବୋର୍ଡ଼ ଦ୍ବାରା ଆୟୋଜିତ ଦ୍ବାଦଶ ପରୀକ୍ଷା ଚଳିତ ବର୍ଷ ୩୦ ମିନିଟ୍ ମଧ୍ୟରେ ସାରିବା ପାଇଁ ବୋର୍ଡ଼ ଯୋଜନା କରୁଛି । ଏପରିକି ପରୀକ୍ଷାରେ କେବଳ ସଂକ୍ଷିପ୍ତ ପ୍ରଶ୍ନ ପତ୍ର ରହିବ। ସ୍ଵଳ୍ପ ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ପୂର୍ଣ୍ଣ ହେବ। ଅବଶ୍ୟକ ସ୍ଥଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲିଖିତ ପରୀକ୍ଷା କରା ନ ଯାଇ କେବଳ କିଛି ପ୍ରଶ୍ନ ପଚରାଯିବ। ସମ୍ପୃକ୍ତ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ସିଧାସଳଖ ଦେବେ। ଏହାକୁ ଅଧାର କରି ଛାତ୍ରଛାତ୍ରୀଙ୍କୁ ଦ୍ବାଦଶ ଶ୍ରେଣୀର ମାକ ପ୍ରଦାନ କରିବା ନେଇ ଯୋଜନା କରାଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ କରି ନଥିବାବେଳେ ଦ୍ବାଦଶ ପରୀକ୍ଷା ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ଜୁନ୍ ୧ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିବେ ବୋଲି ବୋର୍ଡ଼ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ସୂଚନାଯୋଗ୍ୟ ଦ୍ବାଦଶ ପରୀକ୍ଷା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ସଚିବମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏଥୁରେ କେବଳ ଗୁରୁତ୍ବପୂର୍ଣ୍ଣ ୧୯ଟି ବିଷୟରେ ପରୀକ୍ଷା ଆୟୋଜନ କରିବା ଓ ୩ ଘଣ୍ଟା ପରିବର୍ତ୍ତେ ଦେଢ଼ ଘଣ୍ଟାରେ ପରୀକ୍ଷା ସାରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସ୍ଵଳ୍ପ ସମୟରେ ପରୀକ୍ଷା ଆୟୋଜନ କରିବା ସପକ୍ଷରେ ଅଧିକାଂଶ ରାଜ୍ୟ ମତ ପୋଷଣ କରିଛନ୍ତି । ରାଜ୍ୟଗୁଡ଼ିକର ମତାମତକୁ ଆଧାର କରି ଚୁଡ଼ାନ୍ତ ନିଷ୍ପତ୍ତି ଜୁନ୍ ୧ରେ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି | ତେବେ କମ୍ ସମୟ ମଧ୍ୟରେ ଦ୍ବାଦଶ ପରୀକ୍ଷା ଆୟୋଜନ କରିବା ମଧ୍ୟ ପାଇଁ ବୋର୍ଡ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ; ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର