ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଲାଞ୍ଜିଗଡ଼ରେ ହାତୀପଲଙ୍କ ଉତ୍ପାତ; ଭାଙ୍ଗିଲେ ଘର, ଖାଇଗଲେ ଫସଲ

The Sakala Picture
Published On

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ୨୫ ଟିକିଏ ହାତୀପଲଙ୍କ ଉତ୍ପାତ । ପ୍ରାୟ ୧୦ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ହାତୀପଲ ଏକର ଏକର ଧାନ, ମାଣ୍ଡିଆ, କୁଶୁଳା ଓ କପା ଚାଷକୁ ନଷ୍ଟ କରି ଦେଇଛନ୍ତି । ରାତି ହେଲେ ଲାଞ୍ଜିଗଡ଼ ଫରେଷ୍ଟ ଅଧୀନରେ ଥିବା ଝାଲିଆ ଜଙ୍ଗଲରୁ ୨୫ରୁ ଅଧିକ ହାତୀ ଜନବସତି ମୁହାଁ […]

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ୨୫ ଟିକିଏ ହାତୀପଲଙ୍କ ଉତ୍ପାତ । ପ୍ରାୟ ୧୦ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ହାତୀପଲ ଏକର ଏକର ଧାନ, ମାଣ୍ଡିଆ, କୁଶୁଳା ଓ କପା ଚାଷକୁ ନଷ୍ଟ କରି ଦେଇଛନ୍ତି । ରାତି ହେଲେ ଲାଞ୍ଜିଗଡ଼ ଫରେଷ୍ଟ ଅଧୀନରେ ଥିବା ଝାଲିଆ ଜଙ୍ଗଲରୁ ୨୫ରୁ ଅଧିକ ହାତୀ ଜନବସତି ମୁହାଁ ହେଉଛନ୍ତି । ଛତ୍ରପୁର ପଞ୍ଚାୟତର କୁଟିଙ୍ଗପଦର ଗାଁରେ ହାତୀପଲ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ରାତିରେ ଗାଁ ମୁଣ୍ଡରେ ଭୀଷଣ ଗର୍ଜନ କରିଥିଲେ ହାତୀପଲ । ଭୟରେ ନିକଟସ୍ଥ କିଛି ପରିବାର ଘର ଛାଡି ପଳାଇ ଯାଇଥିଲେ । ଏହାପରେ ହାତୀପଲ ଉକ୍ତ ଘରକୁ ଭାଙ୍ଗି ଦେବା ସହ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ ଏବଂ ଘରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ସେହି ଗ୍ରାମର ବାସ କରୁଥିବା ଫକୀର ମାଝୀଙ୍କ ୧ ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍

13 Dec 2021 By The Sakala

ଲାଞ୍ଜିଗଡ଼ରେ ହାତୀପଲଙ୍କ ଉତ୍ପାତ; ଭାଙ୍ଗିଲେ ଘର, ଖାଇଗଲେ ଫସଲ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ୨୫ ଟିକିଏ ହାତୀପଲଙ୍କ ଉତ୍ପାତ । ପ୍ରାୟ ୧୦ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ହାତୀପଲ ଏକର ଏକର ଧାନ, ମାଣ୍ଡିଆ, କୁଶୁଳା ଓ କପା ଚାଷକୁ ନଷ୍ଟ କରି ଦେଇଛନ୍ତି । ରାତି ହେଲେ ଲାଞ୍ଜିଗଡ଼ ଫରେଷ୍ଟ ଅଧୀନରେ ଥିବା ଝାଲିଆ ଜଙ୍ଗଲରୁ ୨୫ରୁ ଅଧିକ ହାତୀ ଜନବସତି ମୁହାଁ ହେଉଛନ୍ତି । ଛତ୍ରପୁର ପଞ୍ଚାୟତର କୁଟିଙ୍ଗପଦର ଗାଁରେ ହାତୀପଲ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି ।

ରାତିରେ ଗାଁ ମୁଣ୍ଡରେ ଭୀଷଣ ଗର୍ଜନ କରିଥିଲେ ହାତୀପଲ । ଭୟରେ ନିକଟସ୍ଥ କିଛି ପରିବାର ଘର ଛାଡି ପଳାଇ ଯାଇଥିଲେ । ଏହାପରେ ହାତୀପଲ ଉକ୍ତ ଘରକୁ ଭାଙ୍ଗି ଦେବା ସହ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ ଏବଂ ଘରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ସେହି ଗ୍ରାମର ବାସ କରୁଥିବା ଫକୀର ମାଝୀଙ୍କ ୧ ଏକର ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର