ଅମାନିଆଙ୍କୁ ନିସ୍ତାର ନାହିଁ, ୫ଦିନରେ ୬୦୦ ଡିଏଲ୍‍ ବାତିଲ୍‍

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ଦେବନି କମିସନରେଟ ପୁଲିସ। ମଟରଯାନ ଆଇନ୍‍କୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ କମିସନରେଟ ପୁଲିସ ଏହାକୁ ଆହୁରି ତ୍ୱାରାନ୍ୱିତ କରିବା ଲାଗି ଅଣ୍ଟା ଭିଡ଼ିଛି। ତେଣୁ ସହରରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଧରିବା ସହ ଲାଇସେନ୍ସ ବାତିଲ୍‍ କରିବାକୁ ଗୁରୁତ୍ୱ ଦେଇଛି ପୁଲିସ। ଆଜି ରେକର୍ଡ ସଂଖ୍ୟା ଅର୍ଥାତ୍‍ ୧୫୦ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍‍ ଲାଗି ପରିବହନ ବିଭାଗକୁ କମିସନରେଟ […]

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ଦେବନି କମିସନରେଟ ପୁଲିସ। ମଟରଯାନ ଆଇନ୍‍କୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ କମିସନରେଟ ପୁଲିସ ଏହାକୁ ଆହୁରି ତ୍ୱାରାନ୍ୱିତ କରିବା ଲାଗି ଅଣ୍ଟା ଭିଡ଼ିଛି। ତେଣୁ ସହରରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଧରିବା ସହ ଲାଇସେନ୍ସ ବାତିଲ୍‍ କରିବାକୁ ଗୁରୁତ୍ୱ ଦେଇଛି ପୁଲିସ। ଆଜି ରେକର୍ଡ ସଂଖ୍ୟା ଅର୍ଥାତ୍‍ ୧୫୦ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍‍ ଲାଗି ପରିବହନ ବିଭାଗକୁ କମିସନରେଟ ପୁଲିସ ସୁପାରିସ କରିଛି। ଏହିମର୍ମରେ ୫ଦିନ ଭିତରେ ୬୦୦ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍‍ କରିବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ଏଥିରେ ବିନା ହେଲମେଟ୍‍ଧାରୀଙ୍କ ସଂଖ୍ୟା ଅଧିକ ରହିଛନ୍ତି। କେବଳ ୫୩୩ ଜଣ ବିନା ହେଲମେଟ୍‍ଧାରୀଙ୍କ ଲାଇସେନ୍ସ ବାତିଲ୍‍ କରିବା ଲାଗି କୁହାଯାଇଛି। ସେଭଳି ଚଳିତବର୍ଷ ୧୧ହଜାର ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ଲାଗି ଟ୍ରାଫିକ ପୁଲିସ ପରିବହନ ବିଭାଗକୁ ସୁପାରିସ କରିଛି। ଏହି ଆଧାରରେ ପରିବହନ ବିଭାଗ ଗାଡ଼ି ଚାଳକଙ୍କ ଲାଇସେନ୍ସକୁ ବାତିଲ କରୁଛି।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀରେ 'ହିଟ୍ ଆଣ୍ଡ ରନ୍': ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର ହେଲା SUV

ସେହିପରି ରାଜଧାନୀରେ ବିନା ହେଲମେଟ୍‍, ବିପରୀତ ଦିଗରେ ଗାଡ଼ି ଚାଳନା, ଫୋନ୍‍ରେ ଗପିବା, ଗୋଟିଏ ଗାଡ଼ିରେ ୩ଜଣ ବସିବା, ଦ୍ରୁତଗତି, ସିଟ୍‍ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଗାଡ଼ି ଚାଳନା, ରେଡ୍‍ଲାଇନ୍‍ ଡେଇଁବା, ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ୍‍ କରାଯାଉଛି। ସହରରେ ବ୍ୟାପକ ସଚେତନତା ସତ୍ତ୍ବେ ବି ଗାଡ଼ିଚାଳକ ସୁଧୁରୁନାହାନ୍ତିି। ତେଣୁ କମିସନରେଟ୍‍ ପୁଲିସ ପକ୍ଷରୁ ଟ୍ରାଫିକ୍‍ ଧରପଗଡ଼଼କୁ ଜୋରଦାର କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ସେପଟେ ଲାଇସେନ୍ସ ବାତିଲ କରିବାରେ କମିସନରେଟ ପୁଲିସ ରହିଛି ସବୁଠାରୁ ଆଗରେ। ରାଜଧାନୀରେ ୨୦୨୦ରେ ଟ୍ରାଫିକ ପୁଲିସ ଅମାନିଆ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ପ୍ରକ୍ରିୟା ଜାରି ରଖିଥିଲା। କିନ୍ତୁ କରୋନା ଯୋଗୁଁ ଏଥିରେ ସାମାନ୍ୟ ଢିଲା ପଡ଼ିଥିଲା। ତେଣୁ ଏବର୍ଷ ଟ୍ରାଫିକକୁ କଡ଼ାକଡ଼ି କରିବା ସହ ଅମାନିଆ ଗାଡ଼ିଚାଳକ ଲାଇସେନ୍ସ ବାତିଲକୁ ମଧ୍ୟ ଜୋର୍‍ଦାର କରାଯାଇଛି। ଏହିମର୍ମରେ ୨୦୨୦ରେ ୩୦୦୧ ଲାଇସେନ୍ସ ବାତିଲ୍‍ କରାଯାଇଥିବା ବେଳେ ୨୦୧୯ରେ ମାତ୍ର ୨୧୮ଟି ଲାଇସେନ୍ସ ବାତିଲ ହୋଇଥିଲା। ସେହିପରି ୨୦୧୮ରେ ୧୧୯୩ଟି ଲାଇସେନ୍ସ ବାତିଲ କରାଯାଇଥିଲା। ଅନ୍ୟପଟେ ଅମାନିଆଙ୍କୁ ଧରିବା ଲାଗି ସହରର ବିଭିନ୍ନ ଛକରେ ୪ଟି ଇଣ୍ଟରସେପ୍ଟର ଲଗାଯାଇଛି। ଦୁଇଟି ଆଞ୍ଚଳିକ ବିଭାଗ ନିକଟରେ ଦୁଇଟି ଥିବା ବେଳେ କମିସନରେଟ ପୁଲିସ ପାଖରେ ଦୁଇଟି ଇଣ୍ଟରସେପ୍ଟର ରହିଛି। ସେଗୁଡ଼ିକ ଜାତୀୟ ରାଜପଥ, ବ୍ଲାକସ୍ପଟ୍‍ ଏବଂ ସହରର ପ୍ରମୁଖ ଛକରେ ଜଗୁଛି। ବିଶେଷକରି ଭାରୀଯାନଗୁଡ଼ିକ ନିୟମ ଭାଙ୍ଗୁଥିଲେ ଇଣ୍ଟରସେପ୍ଟରରେ ଚିହ୍ନଟ କରାଯାଉଛି ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ବାତିଲ ଲାଇସେନ୍ସରେ ଗାଡ଼ି ଚଳାଇ ଫସିଛନ୍ତି ୧୪୭

ଟ୍ରାଫିକ ନିୟମ ଭାଙ୍ଗି ଗାଡ଼ି ଚାଳଇବା ଦ୍ୱାରା ଗାଡ଼ି ଚାଳକଙ୍କ ଲାଇସେନ୍ସକୁ ୩ମାସ ଯାଏଁ ବାତିଲ କରାଯାଉଛି। ଯଦି ଲାଇସେନ୍ସ ବାତିଲ ପରେ ବି ଗାଡ଼ିଚାଳକ ଧରାପଡ଼ନ୍ତି ତେବେ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ ରହିଛି। କିନ୍ତୁ ଲାଇସେନ୍ସ ବାତିଲ ପରେ ଗାଡ଼ି ଚାଳକ ବେପରୁଆ ହୋଇ ଗାଡ଼ି ଚଳାଉଛନ୍ତି। ତେବେ ରାଜଧାନୀରେ ଲାଇସେନ୍ସ ବାତିଲ ହେବା ପରେ ବି ଗାଡ଼ି ଚଳାଇ ୧୪୭ ଜଣ ଚାଳକ ଫସିଛନ୍ତି। ଲାଇସେନ୍ସ ବାତିଲ ପରେ ବି ଜାଲିଆତି କରି ଲାଇସେନ୍ସ ରଖି ପୁଣି ଟ୍ରାଫିକ ନିୟମ ଭାଙ୍ଗୁଥିଲେ। ତେବେ ପୁଲିସ ହାବୁଡ଼ରେ ପଡ଼ିବା ପରେ ସେମାନଙ୍କ କାରସାଦି ପଦାକୁ ଆସିଥିଲା। ସେମାନଙ୍କ ଠାରୁ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ନାବାଳକ ଚାଳକ ଧରାପଡ଼ିଲେ ଫସିବେ ଅଭିଭାବକ

ନାବାଳକ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। କିନ୍ତୁ ଅନେକ ଅଭିଭାବକ ନିଜ ପିଲାଙ୍କୁ ଆକଟ କରିବା ପରିବର୍ତ୍ତେ ହାତରେ ଗାଡ଼ି ଧରାଇ ଦେଉଛନ୍ତି। ଚଳିତବର୍ଷ ୬ଜଣ ନାବାଳକଙ୍କୁ ଧରାପଡ଼ିବା ସହ ସେମାନଙ୍କ ଅଭିଭାବକ ଠାରୁ ଜରିମାନା ଆଦାୟ କରାଯାଇଛି। ଏଥିସହିତ ସମସ୍ତ ନାବାଳକଙ୍କ ବାପାଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ମାମଲାଗୁଡ଼ିକ କୋର୍ଟରେ ଟ୍ରାଏଲ୍‍ କରାଯାଉଥିବା ସୂଚନା ମିଳିଛି। ଅନ୍ୟପଟେ ଯଦି ନାବାଳକ ଗାଡ଼ି ଚାଳକ ଧରାପଡ଼ନ୍ତି ତାହାହେଲେ ନାବାଳକର ଅଭିଭାବକଙ୍କୁ ୩ବର୍ଷ ଜେଲଦଣ୍ଡ ସହ ୨୫ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର