କାଲିର ତାରକା ଖେଳାଳି, ଆଜି ଦିନ ମଜୁରିଆ

The Sakala Picture
Published On

କଟକ : ଭଲ ଫୁଟବଲ୍‍ ଖେଳୁଥିଲେ। ଓଡ଼ିଶା ପାଇଁ ଖେଳି ରାଜ୍ୟର ଗୌରବ ଆଣିଥିଲେ। ଖେଳିବା ବେଳେ ତାଙ୍କ ଉପରେ ପଡୁଥିଲା ସମସ୍ତଙ୍କ ନଜର। ଷ୍ଟ୍ରାଇକର ପୋଜିସନ୍‍ରେ ତାଙ୍କ ଚମତ୍କାର ଖେଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିଲା। ହେଲେ ଭାଗ୍ୟର ବିଡ଼ମ୍ବନା। ପରିବାରର ବୋଝ ପଡ଼ିଲା ତାଙ୍କରି ଉପରେ। ଜଣେ ଶ୍ରେଷ୍ଠ ଖେଳାଳି ହେବାର ସ୍ୱପ୍ନ ଧୂଳିସାତ ହୋଇଗଲା। ଅର୍ଥାଭାବରୁ ସେ ଫୁଟବଲ୍‍ ଖେଳ ଛାଡ଼ିଦେଲେ। ଦୁଇ ଥର ସନ୍ତୋଷ ଟ୍ରଫି ଖେଳିଥିବା ବିଜୟ ଆଜି ଜଣେ ଦିନ […]

କଟକ : ଭଲ ଫୁଟବଲ୍‍ ଖେଳୁଥିଲେ। ଓଡ଼ିଶା ପାଇଁ ଖେଳି ରାଜ୍ୟର ଗୌରବ ଆଣିଥିଲେ। ଖେଳିବା ବେଳେ ତାଙ୍କ ଉପରେ ପଡୁଥିଲା ସମସ୍ତଙ୍କ ନଜର। ଷ୍ଟ୍ରାଇକର ପୋଜିସନ୍‍ରେ ତାଙ୍କ ଚମତ୍କାର ଖେଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିଲା। ହେଲେ ଭାଗ୍ୟର ବିଡ଼ମ୍ବନା। ପରିବାରର ବୋଝ ପଡ଼ିଲା ତାଙ୍କରି ଉପରେ। ଜଣେ ଶ୍ରେଷ୍ଠ ଖେଳାଳି ହେବାର ସ୍ୱପ୍ନ ଧୂଳିସାତ ହୋଇଗଲା। ଅର୍ଥାଭାବରୁ ସେ ଫୁଟବଲ୍‍ ଖେଳ ଛାଡ଼ିଦେଲେ। ଦୁଇ ଥର ସନ୍ତୋଷ ଟ୍ରଫି ଖେଳିଥିବା ବିଜୟ ଆଜି ଜଣେ ଦିନ ମଜୁରିଆ। ରାଜମିସ୍ତ୍ରି ସାଙ୍ଗେ ସେ ମୁଲ ଲାଗୁଛନ୍ତି। ବିତାଉଛନ୍ତି ଦୀନ ମଜୁରିଆର ଜୀବନ। ଆଉ, କାମଧନ୍ଦା ନମିଳିଲେ ସେ ଚରାଉଛନ୍ତି ଛେଳି। କେବେ ଭାବି ନଥିଲେ ଏଭଳି ଦିନ ଆସିବ ବୋଲି। କଟକ ସଦର ୪୨ ମୌଜା ଅଞ୍ଚଳ ଦହିଗାଁର ଦୋଳଗୋବିନ୍ଦ ଦାସ ଓ ମାତା ଲୋଭା ଦାସଙ୍କ ପୁଅ ବିଜୟ(୩୬)। ତାଙ୍କ ପିତା ବିଲବାଡ଼ି କାମ କରି ପରିବାର ଚଳାଉଥିଲେ।

ଆହୁରି ପଢ଼ନ୍ତୁ: ବୌଦ୍ଧରେ BLOଙ୍କ ଆତ୍ମହତ୍ୟା: SIR କାର୍ଯ୍ୟ ପାଇଁ ମାନସିକ ଚାପ ଓ ଅଧିକାରୀଙ୍କ ଧମକ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

୫ ପୁଅ ଓ ୨ ଝିଅଙ୍କ ଭିତରୁ ବିଜୟ ସବୁଠୁ ସାନ। ହେଲେ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରିଲେନି ପିତା ଦୋଳଗୋବିନ୍ଦ। ଏଥିପାଇଁ ଅର୍ଥ ସାଜିଥିଲା ବାଧକ। ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ପାଠ ପଢ଼଼ୁଥିବା ବିଜୟ ଅର୍ଥାଭାବରୁ ଦଶମଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ। ଫୁଟବଲ୍‍ ଖେଳିବା ପାଇଁ ପିଲାଟିବେଳୁ ବିଜୟଙ୍କ ଦୁର୍ବଳତା ଥିଲା। ପାଖ ଗାଁ ସରିଚୂଆଁର ରଞ୍ଜନ ରାଉତରାୟଙ୍କ ଠାରୁ ଉତ୍ସାହ ପାଇ ବିଜୟଙ୍କ ଫୁଟବଲ କ୍ୟାରିୟର ଆରମ୍ଭ ହୋଇଥିଲା। ସରକାରୀ ଛାପାଖାନାରେ କାର୍ଯ୍ୟ କରୁଥିବା ରଞ୍ଜନ ଥିଲେ ମଧ୍ୟ ଜଣେ ବିଶିଷ୍ଟ କ୍ରୀଡ଼ାବିତ୍‍। ବିଜୟ ମଙ୍ଗଳା କ୍ଲବ୍‍ରେ ପ୍ରାକ୍ଟିସ୍‍ ଆରମ୍ଭ କରିଥିଲେ। ବିଜୟଙ୍କର ପ୍ରଥମ କୋଚ୍‍ ହେଉଛନ୍ତି ଜନାର୍ଦ୍ଦନ ଜେନା। ପ୍ରତିଦିନ ତାଙ୍କଠାରୁ ପ୍ରଶିକ୍ଷଣ ପାଇ ଫୁଟବଲ ଖେଳରେ ଆଗେଇ ଚାଲିଥିଲେ ବିଜୟ। ବାସ୍‍, ଆଉ ପଛକୁ ଫେରି ନଥିଲେ ସେ। ମଙ୍ଗଳା କ୍ଲବ୍‍ ତାଙ୍କୁ ପରିଚିତ କରାଇପାରିଥିଲା ଜଣେ ଭଲ ଖେଳାଳି ଭାବେ।

ଆହୁରି ପଢ଼ନ୍ତୁ: ଜୁନ ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶ ମନା

କ୍ଲବ୍‍ ପକ୍ଷରୁ ଅନ୍ୟ ଟିମ୍‍ ସହ ଖେଳି କ୍ଲବ୍‍କୁ ଜିତାଇବାରେ ସେ ନେଇଥିଲେ ଅଗ୍ରଣୀ ଭୂମିକା। ଏହାପରେ କଟକ ଜିଲ୍ଲା ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେଇ ମନୋନୀତ ହୋଇଥିଲେ। ସେ ଜିଲ୍ଲାସ୍ତରରେ ଫୁଟବଲ୍‍ ଖେଳି ନିଜକୁ ଜଣେ ଦକ୍ଷ ଖେଳାଳି ଭାବେ ପ୍ରତିପାଦିତ କରିଥିଲେ। ପୁଣି ଆସିଲା ସୁଯୋଗ। ଓଡ଼ିଶା ପାଇଁ ହୋଇଥିବା ସିଲେକ୍ସନ୍‍ ଟ୍ରାଏଲରେ ଭାଗ ନେଇ ରାଜ୍ୟ ଦଳକୁ ମନୋନୀତ ହୋଇଥିଲେ। ସେ ଦୁଇ ଦୁଇଥର ସନ୍ତୋଷ ଟ୍ରଫି ଖେଳିଛନ୍ତି। ଓଡ଼ିଶା ଟିମ୍‍ରୁ ପ୍ରତିନିଧିତ୍ୱ କରି ସେ ଯାଇଥିଲେ ଶ୍ରୀନଗର। ସେଠାରେ ନାଗାଲାଣ୍ଡ ବିପକ୍ଷରେ ଖେଳି ଚମତ୍କାର ଗୋଲ ଦେଇ ଓଡ଼ିଶାକୁ ବିଜୟୀ କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ୨୦୦୮ ମସିହାର ଘଟଣା। ୨୦୧୩ ମସିହାରେ ମଧ୍ୟ ସନ୍ତୋଷ ଟ୍ରଫିରେ ଭାଗ ନେଇ ସେ ବନାରସ ଯାଇଥିଲେ। ଏହାଛଡ଼ା ସବ୍‍ଜୁନିୟରରେ ଖେଳିବା ପାଇଁ ସେ ବାହାରକୁ ମଧ୍ୟ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌' ଶ୍ରେଷ୍ଠ ଚଳଚ୍ଚିତ୍ର

ପ୍ରଚଣ୍ଡ ପ୍ରତିଭା ଥିଲେ ମଧ୍ୟ ବିଜୟଙ୍କ କ୍ଷେତ୍ରରେ ଏହା ମଉଳି ଯାଇଛି। ପରିବାର ଚଳାଇବା ପାଇଁ ସେ ଖେଳ ଜଗତରୁ ଏବେ ଦୁରେଇ ଯାଇଛନ୍ତି। ଚିନ୍ତା ଘାରିଛି କିପରି ଘର ଚଳିବ। ଭଲ ଫୁଟବଲର୍‌ ହେବାର ଆଶା ଥିଲେ ମଧ୍ୟ ତାହା ଏବେ ପରିଣତ ହୋଇଛି ନିରାଶାରେ। ତଥାପି ସେ ଭାଙ୍ଗିପଡ଼ି ନାହାନ୍ତି। ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଚାକିରି ଖଣ୍ଡିଏ ମିଳିଲେ ସେ ପୁଣି ତାଙ୍କ ଅତୀତର ଚମକପ୍ରଦ ପ୍ରଦର୍ଶନକୁ ଦୋହରାଇବେ। ପୁନର୍ବାର ନିଜ ପ୍ରତିଭାକୁ ଜାହିର କରିବେ। ଏବେ ଆଉ ଫୁଟବଲ ପଡ଼ିଆକୁ ଯାଉନାହାନ୍ତି ବିଜୟ। ସକାଳ ହେଲେ ଟଙ୍କା ରୋଜଗାର ଆଶାରେ ଯାଇ ପହଞ୍ଚୁଛନ୍ତି ନିର୍ମାଣ ଚାଲିଥିବା କୋଠାଗୁଡ଼ିକରେ। ଚମତ୍କାର ଖେଳି ହେଡର ଦ୍ୱାରା ଗୋଲ ଦେଉଥିବା ବିଜୟଙ୍କ ମୁଣ୍ଡରେ ଏବେ ଲଦା ହୋଇଛି ସିମେଣ୍ଟ-ବାଲି ବୁହା କଡ଼େଇ। ନିଜ ଜୀବନର ସବୁକିଛି ଫୁଟବଲ ପାଇଁ ଉତ୍ସର୍ଗ କରି ଅସହାୟ ବିଜୟ ଏବେ ନୂଆ ଖେଳାଳି ସୃଷ୍ଟି କରିବା ପାଇଁ ଇଚ୍ଛା ରଖିଛନ୍ତି।

19 Jul 2021 By The Sakala

କାଲିର ତାରକା ଖେଳାଳି, ଆଜି ଦିନ ମଜୁରିଆ

କଟକ : ଭଲ ଫୁଟବଲ୍‍ ଖେଳୁଥିଲେ। ଓଡ଼ିଶା ପାଇଁ ଖେଳି ରାଜ୍ୟର ଗୌରବ ଆଣିଥିଲେ। ଖେଳିବା ବେଳେ ତାଙ୍କ ଉପରେ ପଡୁଥିଲା ସମସ୍ତଙ୍କ ନଜର। ଷ୍ଟ୍ରାଇକର ପୋଜିସନ୍‍ରେ ତାଙ୍କ ଚମତ୍କାର ଖେଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିଲା। ହେଲେ ଭାଗ୍ୟର ବିଡ଼ମ୍ବନା। ପରିବାରର ବୋଝ ପଡ଼ିଲା ତାଙ୍କରି ଉପରେ। ଜଣେ ଶ୍ରେଷ୍ଠ ଖେଳାଳି ହେବାର ସ୍ୱପ୍ନ ଧୂଳିସାତ ହୋଇଗଲା। ଅର୍ଥାଭାବରୁ ସେ ଫୁଟବଲ୍‍ ଖେଳ ଛାଡ଼ିଦେଲେ। ଦୁଇ ଥର ସନ୍ତୋଷ ଟ୍ରଫି ଖେଳିଥିବା ବିଜୟ ଆଜି ଜଣେ ଦିନ ମଜୁରିଆ। ରାଜମିସ୍ତ୍ରି ସାଙ୍ଗେ ସେ ମୁଲ ଲାଗୁଛନ୍ତି। ବିତାଉଛନ୍ତି ଦୀନ ମଜୁରିଆର ଜୀବନ। ଆଉ, କାମଧନ୍ଦା ନମିଳିଲେ ସେ ଚରାଉଛନ୍ତି ଛେଳି। କେବେ ଭାବି ନଥିଲେ ଏଭଳି ଦିନ ଆସିବ ବୋଲି। କଟକ ସଦର ୪୨ ମୌଜା ଅଞ୍ଚଳ ଦହିଗାଁର ଦୋଳଗୋବିନ୍ଦ ଦାସ ଓ ମାତା ଲୋଭା ଦାସଙ୍କ ପୁଅ ବିଜୟ(୩୬)। ତାଙ୍କ ପିତା ବିଲବାଡ଼ି କାମ କରି ପରିବାର ଚଳାଉଥିଲେ।

୫ ପୁଅ ଓ ୨ ଝିଅଙ୍କ ଭିତରୁ ବିଜୟ ସବୁଠୁ ସାନ। ହେଲେ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରିଲେନି ପିତା ଦୋଳଗୋବିନ୍ଦ। ଏଥିପାଇଁ ଅର୍ଥ ସାଜିଥିଲା ବାଧକ। ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ପାଠ ପଢ଼଼ୁଥିବା ବିଜୟ ଅର୍ଥାଭାବରୁ ଦଶମଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ପାରି ନ ଥିଲେ। ଫୁଟବଲ୍‍ ଖେଳିବା ପାଇଁ ପିଲାଟିବେଳୁ ବିଜୟଙ୍କ ଦୁର୍ବଳତା ଥିଲା। ପାଖ ଗାଁ ସରିଚୂଆଁର ରଞ୍ଜନ ରାଉତରାୟଙ୍କ ଠାରୁ ଉତ୍ସାହ ପାଇ ବିଜୟଙ୍କ ଫୁଟବଲ କ୍ୟାରିୟର ଆରମ୍ଭ ହୋଇଥିଲା। ସରକାରୀ ଛାପାଖାନାରେ କାର୍ଯ୍ୟ କରୁଥିବା ରଞ୍ଜନ ଥିଲେ ମଧ୍ୟ ଜଣେ ବିଶିଷ୍ଟ କ୍ରୀଡ଼ାବିତ୍‍। ବିଜୟ ମଙ୍ଗଳା କ୍ଲବ୍‍ରେ ପ୍ରାକ୍ଟିସ୍‍ ଆରମ୍ଭ କରିଥିଲେ। ବିଜୟଙ୍କର ପ୍ରଥମ କୋଚ୍‍ ହେଉଛନ୍ତି ଜନାର୍ଦ୍ଦନ ଜେନା। ପ୍ରତିଦିନ ତାଙ୍କଠାରୁ ପ୍ରଶିକ୍ଷଣ ପାଇ ଫୁଟବଲ ଖେଳରେ ଆଗେଇ ଚାଲିଥିଲେ ବିଜୟ। ବାସ୍‍, ଆଉ ପଛକୁ ଫେରି ନଥିଲେ ସେ। ମଙ୍ଗଳା କ୍ଲବ୍‍ ତାଙ୍କୁ ପରିଚିତ କରାଇପାରିଥିଲା ଜଣେ ଭଲ ଖେଳାଳି ଭାବେ।

କ୍ଲବ୍‍ ପକ୍ଷରୁ ଅନ୍ୟ ଟିମ୍‍ ସହ ଖେଳି କ୍ଲବ୍‍କୁ ଜିତାଇବାରେ ସେ ନେଇଥିଲେ ଅଗ୍ରଣୀ ଭୂମିକା। ଏହାପରେ କଟକ ଜିଲ୍ଲା ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେଇ ମନୋନୀତ ହୋଇଥିଲେ। ସେ ଜିଲ୍ଲାସ୍ତରରେ ଫୁଟବଲ୍‍ ଖେଳି ନିଜକୁ ଜଣେ ଦକ୍ଷ ଖେଳାଳି ଭାବେ ପ୍ରତିପାଦିତ କରିଥିଲେ। ପୁଣି ଆସିଲା ସୁଯୋଗ। ଓଡ଼ିଶା ପାଇଁ ହୋଇଥିବା ସିଲେକ୍ସନ୍‍ ଟ୍ରାଏଲରେ ଭାଗ ନେଇ ରାଜ୍ୟ ଦଳକୁ ମନୋନୀତ ହୋଇଥିଲେ। ସେ ଦୁଇ ଦୁଇଥର ସନ୍ତୋଷ ଟ୍ରଫି ଖେଳିଛନ୍ତି। ଓଡ଼ିଶା ଟିମ୍‍ରୁ ପ୍ରତିନିଧିତ୍ୱ କରି ସେ ଯାଇଥିଲେ ଶ୍ରୀନଗର। ସେଠାରେ ନାଗାଲାଣ୍ଡ ବିପକ୍ଷରେ ଖେଳି ଚମତ୍କାର ଗୋଲ ଦେଇ ଓଡ଼ିଶାକୁ ବିଜୟୀ କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ୨୦୦୮ ମସିହାର ଘଟଣା। ୨୦୧୩ ମସିହାରେ ମଧ୍ୟ ସନ୍ତୋଷ ଟ୍ରଫିରେ ଭାଗ ନେଇ ସେ ବନାରସ ଯାଇଥିଲେ। ଏହାଛଡ଼ା ସବ୍‍ଜୁନିୟରରେ ଖେଳିବା ପାଇଁ ସେ ବାହାରକୁ ମଧ୍ୟ ଯାଇଛନ୍ତି।

ପ୍ରଚଣ୍ଡ ପ୍ରତିଭା ଥିଲେ ମଧ୍ୟ ବିଜୟଙ୍କ କ୍ଷେତ୍ରରେ ଏହା ମଉଳି ଯାଇଛି। ପରିବାର ଚଳାଇବା ପାଇଁ ସେ ଖେଳ ଜଗତରୁ ଏବେ ଦୁରେଇ ଯାଇଛନ୍ତି। ଚିନ୍ତା ଘାରିଛି କିପରି ଘର ଚଳିବ। ଭଲ ଫୁଟବଲର୍‌ ହେବାର ଆଶା ଥିଲେ ମଧ୍ୟ ତାହା ଏବେ ପରିଣତ ହୋଇଛି ନିରାଶାରେ। ତଥାପି ସେ ଭାଙ୍ଗିପଡ଼ି ନାହାନ୍ତି। ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଚାକିରି ଖଣ୍ଡିଏ ମିଳିଲେ ସେ ପୁଣି ତାଙ୍କ ଅତୀତର ଚମକପ୍ରଦ ପ୍ରଦର୍ଶନକୁ ଦୋହରାଇବେ। ପୁନର୍ବାର ନିଜ ପ୍ରତିଭାକୁ ଜାହିର କରିବେ। ଏବେ ଆଉ ଫୁଟବଲ ପଡ଼ିଆକୁ ଯାଉନାହାନ୍ତି ବିଜୟ। ସକାଳ ହେଲେ ଟଙ୍କା ରୋଜଗାର ଆଶାରେ ଯାଇ ପହଞ୍ଚୁଛନ୍ତି ନିର୍ମାଣ ଚାଲିଥିବା କୋଠାଗୁଡ଼ିକରେ। ଚମତ୍କାର ଖେଳି ହେଡର ଦ୍ୱାରା ଗୋଲ ଦେଉଥିବା ବିଜୟଙ୍କ ମୁଣ୍ଡରେ ଏବେ ଲଦା ହୋଇଛି ସିମେଣ୍ଟ-ବାଲି ବୁହା କଡ଼େଇ। ନିଜ ଜୀବନର ସବୁକିଛି ଫୁଟବଲ ପାଇଁ ଉତ୍ସର୍ଗ କରି ଅସହାୟ ବିଜୟ ଏବେ ନୂଆ ଖେଳାଳି ସୃଷ୍ଟି କରିବା ପାଇଁ ଇଚ୍ଛା ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର