ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

Madhusudan Das Picture
Published On

କେନ୍ଦ୍ରାପଡ଼ା: ମାଛ ଧରା ଜାଲରୁ ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ବ୍ରାହ୍ମଣୀଖୋଳା ଗାଁରେ ମାଛ ଧରିବା ପାଇଁ ପକାଯାଇଥିବା ଏକ ଜାଲରେ ୬ ଫୁଟ୍ ଲମ୍ବର ଏକ ବଉଳା କୁମ୍ଭୀର ଛନ୍ଦି ହୋଇଯାଇଥିଲା। ବନ ବିଭାଗ ଅଧିକାରୀମାନେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସୂଚନା ଅନୁଯାୟୀ, ଗାଁର ଜଣେ ବାସିନ୍ଦା ଭଗବତ ସ୍ୱାଇଁ ନିଜ ଚାଷ ଜମିରେ ପାଣି ଜମି ରହିଥିବାରୁ ସେଠାରେ ମାଛ ଧରିବା ପାଇଁ ଏକ ଜାଲ ବିଛାଇଥିଲେ। ଶନିବାର ସକାଳେ ସେ ଯେତେବେଳେ ଜାଲରେ ପଡ଼ିଥିବା ମାଛ ଆଣିବାକୁ ଯାଇଥିଲେ, ସେତେବେଳେ ଜାଲ ଭିତରେ ଏକ ବିଶାଳ କୁମ୍ଭୀର ଫସି ରହିଥିବାର ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ଏହି ଭୟଙ୍କର ସରୀସୃପକୁ ଦେଖିବା ପରେ ସେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଚାଷ ଜମିରେ କୁମ୍ଭୀର ପଶିଆସିଥିବା ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତେବେ ଖବର ପାଇବା ମାତ୍ରେ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କୁମ୍ଭୀରଟିକୁ କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର