ଆଜି ବଲାଙ୍ଗୀରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

The Sakala Picture
Published On

ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି ଏହି ଯାତ୍ରା । ବଲାଙ୍ଗୀରର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି। ତେବେ ଏହି ଯାତ୍ରାରେ ରକ୍ତରଂଜିତ ହୋଇଛି ବଡ଼ଖଳା ଓ ସାନ ଖଳା ଗାଁ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହୋଇଛି ଗାଁ ରାସ୍ତା । ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର […]

ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି ଏହି ଯାତ୍ରା । ବଲାଙ୍ଗୀରର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି। ତେବେ ଏହି ଯାତ୍ରାରେ ରକ୍ତରଂଜିତ ହୋଇଛି ବଡ଼ଖଳା ଓ ସାନ ଖଳା ଗାଁ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହୋଇଛି ଗାଁ ରାସ୍ତା । ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି। ଏଥର ବି ହଜାର ସଂଖ୍ୟାରେ ବଳି ପଡ଼ିବ ବୋଲି କମିଟି ପକ୍ଷରୁ କହାଯାଇଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ। ମାନସିକଧାରୀ ଆଣିଥିବା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର