ଆଜି ‘୫-ଟି’ ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

The Sakala Picture
Published On

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ସରକାରଙ୍କ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆଜି ଆସୁଛନ୍ତି। ୨ଦିନରେ ସେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକରି ଆୟୋଜିତ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ସମସ୍ୟା ଶୁଣିବେ । ଆଜି ପୂର୍ବାହ୍ନ ୧୦ଟାରେ ହେଲିକପ୍ଟର ଯୋଗେ କରଞ୍ଜିଆ ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅବତରଣ କରିବା ପରେ […]

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ସରକାରଙ୍କ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆଜି ଆସୁଛନ୍ତି। ୨ଦିନରେ ସେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକରି ଆୟୋଜିତ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ସମସ୍ୟା ଶୁଣିବେ । ଆଜି ପୂର୍ବାହ୍ନ ୧୦ଟାରେ ହେଲିକପ୍ଟର ଯୋଗେ କରଞ୍ଜିଆ ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅବତରଣ କରିବା ପରେ ୧ଘଣ୍ଟା ଧରି ଜନଅଭିଯୋଗ ଶୁଣାଣି କରିବେ । ସେଠାରୁ ବାହାରି ୧୧ଟା ୧୫ରେ ଯଶିପୁର ସ୍ଥିତ ମାହାର୍ଦ୍ଦାପାଳଶା ମିନି ଷ୍ଟାଡିୟମ ଓ ୧୨ଟା ୧୫ରେ ରାଇରଙ୍ଗପୁରସ୍ଥିତ ମହୁଲଡିହା ପଡ଼ିଆରେ ଓହ୍ଲାଇ ଅନୁରୂପ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ

ସେହିପରି ଅପରାହ୍ନ ୩ଟା ୫ରେ ବିଶୋଇ ମିନି ଷ୍ଟାଡିୟମରେ ପହଞ୍ଚି ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ୪ଟା ୨୦ରେ ବାରିପଦା ଛଉ ପଡ଼ିଆରେ ପହଞ୍ଚିବେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଶୁଣିଲା ପରେ ସର୍କିଟ ହାଉସରେ ରାତ୍ରି ଯାପନ କରିବେ । ଶନିବାର ସକାଳେ ଜିଲ୍ଲାପରିଷଦ କ୍ୟାମ୍ପସରେ ଥିବା ମିଶନଶକ୍ତି କାଫେରେ ପହଞ୍ଚି ପ୍ରଥମେ ଭାବବିନିମୟ ସାରି ୯ଟା ୩୦ମିନିଟରେ ବାଙ୍ଗରିପୋଷି ବ୍ଲକ କଳାବାଡିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ ମୋରଡା ସ୍ଥିତ ଇଞ୍ଜନିୟରିଂ କଲେଜ ପଡିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବେ। ୧୨ଟାରେ ବାହାରି ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ମହିଳାମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ୨ଟା ୩୦ରେ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ନିକଟ ଖୁଣ୍ଟାପୁର ଓ ୩ଟା ୪୫ରେ ଉଦଳା ହାଇସ୍କୁଲ ପଡ଼ିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

ନିର୍ବାଚନ ମଣ୍ଡଳୀସ୍ତରୀୟ ଜନଅଭିଯୋଗ ଶୁଣାଣିରେ ସମସ୍ତ ପଞ୍ଚାୟତରୁ ଯୋଗଦେଇଥିବା ଜନସାଧାଣଙ୍କ ଠାରୁ ସେ ଅଭିଯୋଗପତ୍ର ଗ୍ରହଣ କରି ସମ୍ବୋଧୂତ କରିବେ । ଜନସାଧାରଣଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେଗୁଡିକର ସମାଧାନ ଖୁବ ଶୀଘ୍ର ହେବ। ସମସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଏସପି ବି ଗଙ୍ଗାଧର ସମସ୍ତ ସ୍ଥାନ ଗସ୍ତ କରି ଅଧୀନସ୍ଥ ଅଧିକାରୀଙ୍କ ସହିତ ପସ୍ତୁତି ଶେଷ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀରେ ଆରମ୍ଭ ହେଲା ରଥଭଙ୍ଗା ନୀତି: ସର୍ବଶେଷରେ ଭଙ୍ଗାଯିବ ମହାପ୍ରଭୁଙ୍କ ନନ୍ଦିଘୋଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର