ଅଧରାତିରେ ତାଣ୍ଡବ ରଚିଲା କାଳବୈଶାଖୀ; ଘଡଘଡି, ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନସିଟି

The Sakala Picture
Published On

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷାରେ ଭିଜିଲା ଟ୍ୱିନସିଟି । ଏତେ ଜୋରରେ ପବନ ବହିଥିଲା ଯେ ରାସ୍ତା ଉପରେ ଗଛ ଉପୁଡି ପଡିବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ପ୍ରବଳ ବର୍ଷ ଯୋଗୁଁ ତଳିଆ ଅଂଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ଭୁବନେଶ୍ୱରରେ […]

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷାରେ ଭିଜିଲା ଟ୍ୱିନସିଟି । ଏତେ ଜୋରରେ ପବନ ବହିଥିଲା ଯେ ରାସ୍ତା ଉପରେ ଗଛ ଉପୁଡି ପଡିବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ପ୍ରବଳ ବର୍ଷ ଯୋଗୁଁ ତଳିଆ ଅଂଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ତାଙ୍କ Xରେ ଉଲ୍ଲେଖ କରିଛନ୍ତି। ବର୍ଷା ଯୋଗୁ ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍‌ପିଟାଲରେ ପାଣି ପଶି ଯାଇଥିଲା। ୨୪ ଘଂଟା ମଧ୍ୟରେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ଯାଏଁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୪ ଜିଲ୍ଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର