ଗୁଳୁଗୁଳିରୁ ମିଳିଲା ତ୍ରାହି : ରାଜଧାନୀରେ ଘଡ଼ଘଡି ସହ ମୂଷଳଧାରାରେ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଅଗଷ୍ଟ ମାସରେ ହେଉଥିବା ଅସ୍ବଭାବିକ ଗୁଳୁଗୁଳିରୁ ମିଳିଲା ତ୍ରାହି । ଗତ ତିନିରୁ ୪ ଦିନ ହେବ ହେଉଥିବା ଗୁଳୁଗୁଳି ଆଜି ସନ୍ଧ୍ୟାରେ ହୋଇଥିବା ବର୍ଷା ପରେ କମ୍ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିଲା ବର୍ଷା, ତା ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ଘଡଘଡ଼ି । ପୂର୍ବରୁ ଅର୍ଥାତ ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା […]

ଭୁବନେଶ୍ୱର : ଅଗଷ୍ଟ ମାସରେ ହେଉଥିବା ଅସ୍ବଭାବିକ ଗୁଳୁଗୁଳିରୁ ମିଳିଲା ତ୍ରାହି । ଗତ ତିନିରୁ ୪ ଦିନ ହେବ ହେଉଥିବା ଗୁଳୁଗୁଳି ଆଜି ସନ୍ଧ୍ୟାରେ ହୋଇଥିବା ବର୍ଷା ପରେ କମ୍ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିଲା ବର୍ଷା, ତା ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ଘଡଘଡ଼ି । ପୂର୍ବରୁ ଅର୍ଥାତ ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଥିଲା। ଆଉ ସୂଚନା ଆସିବାର କିଛି ସମୟ ମଧ୍ୟରେ ବର୍ଷା ସହ ଘଡଘଡି ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

ଅନ୍ୟପଟେ  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ହେବ। ପଛୁକ ପଛ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବା ସହ ବର୍ଷା ପାଇଁ ପାଗ ଅନୁକୂଳ ରହିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ବେଳା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ଅପରାହ୍ଣରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରକୋପ ଦେଖିବାକୁ ମିଳିଛି । ଏହି ସ୍ଥିତି ଆସନ୍ତା ଦୁଇ ଦିନ ଜାରି ରହିବା ସହ ୩ରୁ ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨ ସେପ୍ଟେମ୍ବର ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଓ କନ୍ଧମାଳ ପ୍ରଭୃତି ୨୨ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଲାଗି ‘ଇଫ୍ତାର ଓ ଇଦ୍ ମିଲନ’
ପାଳନ କରିବନି ବିଜେଡି

01 Sep 2023 By The Sakala

ଗୁଳୁଗୁଳିରୁ ମିଳିଲା ତ୍ରାହି : ରାଜଧାନୀରେ ଘଡ଼ଘଡି ସହ ମୂଷଳଧାରାରେ ବର୍ଷା

ଭୁବନେଶ୍ୱର : ଅଗଷ୍ଟ ମାସରେ ହେଉଥିବା ଅସ୍ବଭାବିକ ଗୁଳୁଗୁଳିରୁ ମିଳିଲା ତ୍ରାହି । ଗତ ତିନିରୁ ୪ ଦିନ ହେବ ହେଉଥିବା ଗୁଳୁଗୁଳି ଆଜି ସନ୍ଧ୍ୟାରେ ହୋଇଥିବା ବର୍ଷା ପରେ କମ୍ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିଲା ବର୍ଷା, ତା ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ଘଡଘଡ଼ି । ପୂର୍ବରୁ ଅର୍ଥାତ ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଥିଲା। ଆଉ ସୂଚନା ଆସିବାର କିଛି ସମୟ ମଧ୍ୟରେ ବର୍ଷା ସହ ଘଡଘଡି ହୋଇଥିଲା।

ଅନ୍ୟପଟେ  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ହେବ। ପଛୁକ ପଛ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବା ସହ ବର୍ଷା ପାଇଁ ପାଗ ଅନୁକୂଳ ରହିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ବେଳା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହୋଇଥିବା ବେଳେ ଅପରାହ୍ଣରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରକୋପ ଦେଖିବାକୁ ମିଳିଛି । ଏହି ସ୍ଥିତି ଆସନ୍ତା ଦୁଇ ଦିନ ଜାରି ରହିବା ସହ ୩ରୁ ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨ ସେପ୍ଟେମ୍ବର ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଓ କନ୍ଧମାଳ ପ୍ରଭୃତି ୨୨ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର