ଏଥର ଠିକ୍‌ ସମୟରେ ଆସିବ ମୌସୁମୀ : ଭଲ ରହିବ ପାଣିପାଗ ମିଜାଜ, ଜୁନ୍‌ରେ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଏଥର ସଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ। ଏହା ସହିତ ଜୁନ୍‌ ମାସରେ ଭଲ ବର୍ଷା ହେବ। ସାଧାରଣତଃ ମୌସୁମୀ ଜୁନ୍‌ ମାସରେ ଓଡ଼ିଶା ଛୁଉଁଥିଲେ ମଧ୍ୟ ପ୍ରଥମ ମାସରେ ସର୍ବଦା ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଆରମ୍ଭ ବିଳମ୍ବ ହୋଇଥାଏ। ମାତ୍ର ଚଳିତ ବର୍ଷ ମୌସୁମୀ ଜୁନ୍‌ ମାସରେ ଭଲ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ସେ କହିଛନ୍ତି ଯେ ବିଶ୍ୱର ପ୍ରସିଦ୍ଧ ପାଣିପାଗ ସଂସ୍ଥାଦ୍ୱାରା […]

ଭୁବନେଶ୍ୱର : ଏଥର ସଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ। ଏହା ସହିତ ଜୁନ୍‌ ମାସରେ ଭଲ ବର୍ଷା ହେବ। ସାଧାରଣତଃ ମୌସୁମୀ ଜୁନ୍‌ ମାସରେ ଓଡ଼ିଶା ଛୁଉଁଥିଲେ ମଧ୍ୟ ପ୍ରଥମ ମାସରେ ସର୍ବଦା ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଆରମ୍ଭ ବିଳମ୍ବ ହୋଇଥାଏ। ମାତ୍ର ଚଳିତ ବର୍ଷ ମୌସୁମୀ ଜୁନ୍‌ ମାସରେ ଭଲ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

ସେ କହିଛନ୍ତି ଯେ ବିଶ୍ୱର ପ୍ରସିଦ୍ଧ ପାଣିପାଗ ସଂସ୍ଥାଦ୍ୱାରା ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିକୁ ନେଇ ଆକଳନ ଅନୁସାରେ ଚଳିତ ବର୍ଷ ରାଜ୍ୟରେ ମୌସୁମୀ ଆରମ୍ଭ ବର୍ଷା ଠିକ୍‌ ରହିବ। ଏଣୁ ଚାଷୀମାନେ ସେହି ହିସାବରେ ପ୍ରସ୍ତୁତି ରହିବା କଥା। ଏପ୍ରିଲ୍‌ ଆରମ୍ଭରେ ସମୁଦ୍ର ପତ୍ତନର ତାପମାତ୍ରା +୦ ଡିଗ୍ରୀ ରହିଥିଲା। ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଏହା +୦.୫ ଡିଗ୍ରୀ ପାଖାପାଖୀ ରହିବ। ସମ୍ଭବତଃ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ୦.୮ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ୪୦ ପ୍ରତିଶତରୁ କମ୍‌। ଅର୍ଥାତ ଏପ୍ରିଲ୍‌ ଓ ମେ ମାସରେ ‘ଏନ୍‌ଏସ୍‌ଓ’ ସ୍ୱାଭାବିକ ଅବସ୍ଥାରେ ରହିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ଅନ୍ୟପକ୍ଷରେ ଚଳିତ ବର୍ଷ ମୌସୁମୀ ପର୍ଯ୍ୟନ୍ତ ଏଲ୍‌-ନିନୋ ଆସିବାର ସମ୍ଭାବନା କମ୍‌ ରହିଛି। ସାଧାରଣତଃ ଏଲ୍‌-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ। ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ୱିତୀୟ କାରକ ହେଉଛି ଇଣ୍ଡିଆନ୍‌ ଓସେନ୍‌ ଡାଇପୋଲ (ଆଇଓଡି)। ଏପ୍ରିଲ୍‌ ଆରମ୍ଭରେ ଏହା +୦.୪ ଡିଗ୍ରୀ ରହିଥିବା ବେଳେ ମେ ପରେ କ୍ରମଶଃ କମି ଅଏଗଷ୍ଟ ବେଳକୁ ବା ସେପ୍ଟେମ୍ବର ବେଳକୁ -୦.୪ ଡିଗ୍ରୀ ପହଞ୍ଚିପାରେ। ସାଧାଣତଃ ଆଇଓଡି ସକରାତ୍ମକ ରହିଥିଲେ ମୌସୁମୀ ବର୍ଷା ଭଲ ହୋଇଥାଏ। ତେଣୁ ରାଜ୍ୟରେ ଏପ୍ରିଲ୍‌ ମାସରେ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବା ସହ ମେ ଓ ଜୁନ୍‌ରେ ସ୍ୱାଭାବିକ ଏବଂ ଜୁଲାଇରେ ସ୍ୱାଭାବିକଠାରୁ କିଛି କମ୍‌ ବର୍ଷା ହୋଇପାରେ। ତେବେ ଜୁନ୍‌ ମାସରେ ଠିକ୍‌ ସମୟରେ ମୌସୁମୀ ଆସିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୨୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର