ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

Madhusudan Das Picture
Published On

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ ।  ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ । ଲୋକସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ଯେଉଁମାନେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଆସନ୍ତା ଆର୍ଥିକ ବର୍ଷର ଆରମ୍ଭ ଅର୍ଥାତ୍ ଏପ୍ରିଲ ମାସରେ ସୁଭଦ୍ରା ପୋର୍ଟାଲ ପୁନର୍ବାର ଖୋଲାଯିବ। 

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଯେଉଁ ମହିଳାମାନଙ୍କ ବୟସ ୨୧ ବର୍ଷ ପୂରଣ ହେବ କିମ୍ବା ଯେଉଁମାନେ ପୂର୍ବରୁ କୌଣସି କାରଣ ବଶତଃ ଆବେଦନ କରିପାରିନଥିଲେ, ସେମାନେ ନୂଆ ଆର୍ଥିକ ବର୍ଷରେ ଆବେଦନ କରି ସିଧାସଳଖ ନିଜ ବ୍ୟାଙ୍କ ଖାତାକୁ ଯୋଜନାର ଲାଭ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ଅନ୍ୟପଟେ ଆସନ୍ତାକାଲି ସୁଭଦ୍ରା ଯୋଜନା ଏହାର ଦ୍ୱିତୀୟ ବର୍ଷ ପୂରଣ କରିବ । ଏହି ଅବସରରେ ମହିଳା ସଶକ୍ତିକରଣକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟର ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ‘ସୁଭଦ୍ରା ଦୀପ’ ଜାଳିବାକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଭାତୀ ପରିଡ଼ା । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ୟ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ, ଅଙ୍ଗନବାଡ଼ି ଅଫିସରେ ହେବ ରଙ୍ଗୋଲି କାର୍ୟ୍ୟକ୍ରମ। ୩୩୮ ସ୍ଥାନରେ ପ୍ରତିଯୋଗିତା ଓ ଉତ୍ସବ ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର