ରାଜ୍ଯରେ ନାହିଁ ବନ୍ଯା ଆଶଙ୍କା, ମହାନଦୀ ଉପରମୁଣ୍ଡରେ ହୋଇନି ଅଧିକ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ହୋଇନି। ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ ବେସିନରେ ବି ଅଧିକ ବର୍ଷା ନାହିଁ। ୮ଟି ବୃହତ ଜଳଭଣ୍ଡାରରୁ ହୀରାକୁଦ ଓ ରେଙ୍ଗାଲିକୁ ଛାଡିଦେଲେ ଅନ୍ୟ ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ ଜଳ ରହିଛି। ଏହା ଜଳସେଚନ ପାଇଁ ସହଯୋଗ କରିବ। ମହାନଦୀ ନରାଜରେ ଜଳସ୍ତର ୪ ମିଟର ତଳେ ଅଛି। ବ୍ରାହ୍ମଣୀରେ ଜଳସ୍ତର ବଢ଼ୁଥିଲେ ବି ବିପଦ ସଙ୍କେତ ଉପରେ ନାହିଁ। ବୈତରଣୀ ଆଖୁଆପଦାରେ […]

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ହୋଇନି। ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ ବେସିନରେ ବି ଅଧିକ ବର୍ଷା ନାହିଁ। ୮ଟି ବୃହତ ଜଳଭଣ୍ଡାରରୁ ହୀରାକୁଦ ଓ ରେଙ୍ଗାଲିକୁ ଛାଡିଦେଲେ ଅନ୍ୟ ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ ଜଳ ରହିଛି। ଏହା ଜଳସେଚନ ପାଇଁ ସହଯୋଗ କରିବ। ମହାନଦୀ ନରାଜରେ ଜଳସ୍ତର ୪ ମିଟର ତଳେ ଅଛି। ବ୍ରାହ୍ମଣୀରେ ଜଳସ୍ତର ବଢ଼ୁଥିଲେ ବି ବିପଦ ସଙ୍କେତ ଉପରେ ନାହିଁ। ବୈତରଣୀ ଆଖୁଆପଦାରେ ବଢୁଛି ଜଳସ୍ତର। ସୁବର୍ଣ୍ଣରେଖା ବି ବିପଦ ସଂକେତ ତଳେ ରହିଛି ଜଳସ୍ତର। ସେପଟେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ୫.୫୫ ମିଟରରେ ଜଳ ପ୍ରବାହିତ ହେଉଛି। ଅନ୍ୟ ନଦୀ ଗୁଡିକ ବିପଦ ସଂକେତ ତଳେ ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ସବୁ ସ୍ଥାନରେ ଅଧିକାରୀ ସଜାଗ ଅଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ଦେଖି ସଜାଗ ରହିଛି ବିଭାଗ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖାଯାଇଛି। ଲଗାଣ ବର୍ଷା ନେଇ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି। ରାତ୍ରିକାଳୀନ ପାଟ୍ରୋଲିଂ ଆବ, ଶ୍ୟକସ୍ଥଳେ କରିବାକୁ କୁହାଯାଇଛି। ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ସଜାଗ ରହିଛି ବିଭାଗ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର