ନିଲମ୍ବନ ହେଲେ SSB ସିପାହୀ, ସୋସିଆଲ ମିଡିଆରେ ଧମକ ଦେବା ସହ ପକାଉଥିଲେ ବେନାମୀ ଚିଠି

The Sakala Picture
Published On

ଭୁବନେଶ୍ବର: କିଛି ଦିନ ପୂର୍ବେ ଲୋକ ସେବା ଭବନର ଭାରପ୍ରାପ୍ତ ଅଧିକାରୀ ଅଡିସନାଲ ଡିସିପି ଶ୍ରୀ ସୁଜିତ କୁମାର ଦଳାଈଙ୍କ ନାମରେ ମିଥ୍ୟା ଅଭିଯୋଗର ବେନାମୀ ଚିଠି ପଡିଥିଲା ଏହା ସହ ସୋସିଆଲ ମେଡିଆରେ ଧମକ ମେସେଜ ଓ ଅଜଣା ଫୋନ କଲରେ ଧମକ ମାନ ଆସୁଥିଲା । ଏ ନେଇ ଶ୍ରୀ ଦଳାଇ ପୁଲିସ କମିଶନରଙ୍କୁ ଜଣାଇବା ପରେ ପୁଲିସ କମିଶନର ଏକ ତଦନ୍ତ କରାଇ ଥିଲେ। ତଦନ୍ତରୁ ସ୍ପଷ୍ଟ ଜଣାପଡିଛି ଯେ, ସ୍ପେସାଲ ସିକ୍ୟୁରିଟି […]

ଭୁବନେଶ୍ବର: କିଛି ଦିନ ପୂର୍ବେ ଲୋକ ସେବା ଭବନର ଭାରପ୍ରାପ୍ତ ଅଧିକାରୀ ଅଡିସନାଲ ଡିସିପି ଶ୍ରୀ ସୁଜିତ କୁମାର ଦଳାଈଙ୍କ ନାମରେ ମିଥ୍ୟା ଅଭିଯୋଗର ବେନାମୀ ଚିଠି ପଡିଥିଲା ଏହା ସହ ସୋସିଆଲ ମେଡିଆରେ ଧମକ ମେସେଜ ଓ ଅଜଣା ଫୋନ କଲରେ ଧମକ ମାନ ଆସୁଥିଲା । ଏ ନେଇ ଶ୍ରୀ ଦଳାଇ ପୁଲିସ କମିଶନରଙ୍କୁ ଜଣାଇବା ପରେ ପୁଲିସ କମିଶନର ଏକ ତଦନ୍ତ କରାଇ ଥିଲେ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ତଦନ୍ତରୁ ସ୍ପଷ୍ଟ ଜଣାପଡିଛି ଯେ, ସ୍ପେସାଲ ସିକ୍ୟୁରିଟି ବାଟାଲିୟନର ସିପାହୀ-୧୮୭ ଦୀପକ କୁମାର ମହାରଣା ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ ନେଇ ବେନାମୀ ଚିଠି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପ୍ରେରଣା କରୁଥିଲେ। ସୋସିଆଲ ମେଡିଆରେ ଧମକ ମେସେଜ ଦେବା ସହ ଅଜଣା ନମ୍ବରରୁ ଫୋନ କଲ କରି ଧମକ ଦେବା ଆଦି କାର୍ଯ୍ୟ କରିଥିଲେ। ତଦନ୍ତରେ ଏହା ସ୍ପଷ୍ଟ ହେବ ପରେ ସିପାହୀ -୧୮୭ ଶ୍ରୀ ଦୀପକ କୁମାର ମହାରଣା ଏବାବଦରେ ନିଜ ଭୁଲ ମାନିବ ପରେ ପୁଲିସ କମିଶନର ସିପାହୀ -୧୮୭ ଶ୍ରୀ ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ଏ ବାବଦରେ ତଦନ୍ତ ଜାରିରହିଛି।

ଆହୁରି ପଢ଼ନ୍ତୁ: ପୁଣି ବଙ୍ଗୋପସାଗରରେ ବାତ୍ୟା ଭୟ: ଆନ୍ଧ୍ର ଉପକୂଳ ମୁହାଁଇପାରେ ସାମୁଦ୍ରିକ ଝଡ଼, ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର