ଲୋକଙ୍କ ସରକାର ଏବେ ରାଜ୍ୟବାସୀଙ୍କ ପାଇଁ କାଳ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେପିର ତଥାକଥିତ ଲୋକ ସରକାର ଏବେ ରାଜ୍ୟ ସରକାରଙ୍କ ପାଇଁ କାଳ ପାଲଟିଛି। ରାଜ୍ୟବାସୀଙ୍କ ଜୀବନ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟରେ ପରମାଣୁ ପ୍ରକଳ୍ପ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରି ରାଜ୍ୟବାସୀଙ୍କ ଜୀବନକୁ ନର୍କ କରିଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।   

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଓଡ଼ିଶାରେ ନ୍ୟୁକ୍ଲିୟର ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହେବ। ଡବଲ ଇଞ୍ଜିନ ସରକାର ଘରୋଇ କମ୍ପାନୀ ମୋହରେ ପଡି ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ଆଖି ବୁଜିଦେଇଛନ୍ତି । ଉକ୍ତ ଘରୋଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ ମେଗାୱାଟ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରସ୍ତାବ ରହିଛି। ନ୍ୟୁକ୍ଲିୟର କିମ୍ୱା ଏଟୋମିକ୍‌ ଏନର୍ଜି କଥା ଉଠିଲେ ମନରେ ଭୟ ସୃଷ୍ଟି ହୁଏ। ୧୯୪୫ ମସିହାରେ ନ୍ୟୁକ୍ଲିୟର ବିସ୍ଫୋରଣ ଯୋଗୁଁ ଜାପାନର ହିରୋସୀମା ଓ ନାଗାସାକି ସହର ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା। ୧୯୮୬ରେ ଚେର୍ଣ୍ଣୋବିଲ୍‌ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିବା ବେଳେ ୨୦୧୧ରେ ଫୁକୁସୀମା ନୁ୍‌ୟକ୍ଲିର ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା । ଏହି ନ୍ୟୁକ୍ଲିୟର ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିକୁ ସ୍ଥାନୀୟ ସରକାର ଆଜି ପର୍ଯ୍ୟନ୍ତ ଭରଣା କରିପାରି ନାହାନ୍ତି। ପରମାଣୁ ଶକ୍ତି ବିପଦପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ଦେଶମାନଙ୍କରେ ନ୍ୟୁକ୍ଲିୟର ଏନର୍ଜିକୁ ସରକାର ନିଜ ମାଲିକାନାରେ ରଖିଥାନ୍ତି, କୌଣସି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରନ୍ତି ନାହିଁ। କିନ୍ତୁ ବିଜେପି ସରକାର ନ୍ୟୁକ୍ଲିୟର ଏନର୍ଜିକୁ ଘରୋଇ କମ୍ପାନୀର ମାଲିକାନାକୁ ହସ୍ତାନ୍ତର କରାଯାଉଛି।  ରୁଷର ଚେର୍ଣ୍ଣୋବିଲ୍‌ ନ୍ୟୁକ୍ଲିୟର ଏନର୍ଜିର ରିଆକ୍ଟର ଅଘଟଣକୁ ୫୦ ବର୍ଷ ପୂରି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କ୍ଷୟକ୍ଷତିର ଭରଣା ହୋଇପାରି ନାହିଁ। ତେବେ ଓଡ଼ିଶାକୁ ବିପଦ ମୁଁହକୁ ଠେଲି ଦେବାକୁ ବିଜେପି ସରକାର କାହିଁକି ଯୋଜନା କରୁଛନ୍ତି ବୋଲି ସେ ପ୍ରଶ୍ନ କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସ-NFSU ମଧ୍ୟରେ ୫ ବର୍ଷିଆ MoU ସ୍ୱାକ୍ଷରିତ: ସାଇବର ଅପରାଧ ତଦନ୍ତ ହେବ ସୁଦୃଢ଼

  ସେ ପୁଣି କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ କେବେ କୌଣସି ଘରୋଇ ସଂସ୍ଥାକୁ ଦିଆଯାଏ ନାହିଁ । କିନ୍ତୁ ବିଜେପି ସରକାର ଚକ୍ରାନ୍ତ କରି ନ୍ୟୁକ୍ଲିୟର ଏନର୍ଜି ପରି ଜାତୀୟ ସୁରକ୍ଷାକୁ ଘରୋଇକରଣ କରାଇବାକୁ ପ୍ରୟାସ କରୁଛନ୍ତି। ଦେଶରେ ୮.୮ ଗିଗାୱାଟ ନ୍ୟୁକ୍ଲିୟର ଏନର୍ଜି ସରକାରଙ୍କ ମାଲିକାନାରେ ରହିଛି। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚାଲୁଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନୁ୍‌ୟକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଲାଗି ପଡିଛନ୍ତି । ନ୍ୟୁକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନା କରି ଓଡ଼ିଶାବାସୀଙ୍କୁ ମୃତ୍ୟୁମୁଖରେ ପକାଇବାରୁ ରାଜ୍ୟ ସରକାର କ୍ଷାନ୍ତ ରୁହନ୍ତୁ। ନଚେତ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବର୍ଷାରେ ଭିଜିବ ଓଡ଼ିଶା, ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

05 Aug 2026 By Madhusudan Das

ଲୋକଙ୍କ ସରକାର ଏବେ ରାଜ୍ୟବାସୀଙ୍କ ପାଇଁ କାଳ: ବିଜେଡି

ଭୁବନେଶ୍ୱର: ବିଜେପିର ତଥାକଥିତ ଲୋକ ସରକାର ଏବେ ରାଜ୍ୟ ସରକାରଙ୍କ ପାଇଁ କାଳ ପାଲଟିଛି। ରାଜ୍ୟବାସୀଙ୍କ ଜୀବନ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟରେ ପରମାଣୁ ପ୍ରକଳ୍ପ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରି ରାଜ୍ୟବାସୀଙ୍କ ଜୀବନକୁ ନର୍କ କରିଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି।   

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଓଡ଼ିଶାରେ ନ୍ୟୁକ୍ଲିୟର ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହେବ। ଡବଲ ଇଞ୍ଜିନ ସରକାର ଘରୋଇ କମ୍ପାନୀ ମୋହରେ ପଡି ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ଆଖି ବୁଜିଦେଇଛନ୍ତି । ଉକ୍ତ ଘରୋଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ ମେଗାୱାଟ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରସ୍ତାବ ରହିଛି। ନ୍ୟୁକ୍ଲିୟର କିମ୍ୱା ଏଟୋମିକ୍‌ ଏନର୍ଜି କଥା ଉଠିଲେ ମନରେ ଭୟ ସୃଷ୍ଟି ହୁଏ। ୧୯୪୫ ମସିହାରେ ନ୍ୟୁକ୍ଲିୟର ବିସ୍ଫୋରଣ ଯୋଗୁଁ ଜାପାନର ହିରୋସୀମା ଓ ନାଗାସାକି ସହର ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା। ୧୯୮୬ରେ ଚେର୍ଣ୍ଣୋବିଲ୍‌ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିବା ବେଳେ ୨୦୧୧ରେ ଫୁକୁସୀମା ନୁ୍‌ୟକ୍ଲିର ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା । ଏହି ନ୍ୟୁକ୍ଲିୟର ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିକୁ ସ୍ଥାନୀୟ ସରକାର ଆଜି ପର୍ଯ୍ୟନ୍ତ ଭରଣା କରିପାରି ନାହାନ୍ତି। ପରମାଣୁ ଶକ୍ତି ବିପଦପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ଦେଶମାନଙ୍କରେ ନ୍ୟୁକ୍ଲିୟର ଏନର୍ଜିକୁ ସରକାର ନିଜ ମାଲିକାନାରେ ରଖିଥାନ୍ତି, କୌଣସି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରନ୍ତି ନାହିଁ। କିନ୍ତୁ ବିଜେପି ସରକାର ନ୍ୟୁକ୍ଲିୟର ଏନର୍ଜିକୁ ଘରୋଇ କମ୍ପାନୀର ମାଲିକାନାକୁ ହସ୍ତାନ୍ତର କରାଯାଉଛି।  ରୁଷର ଚେର୍ଣ୍ଣୋବିଲ୍‌ ନ୍ୟୁକ୍ଲିୟର ଏନର୍ଜିର ରିଆକ୍ଟର ଅଘଟଣକୁ ୫୦ ବର୍ଷ ପୂରି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କ୍ଷୟକ୍ଷତିର ଭରଣା ହୋଇପାରି ନାହିଁ। ତେବେ ଓଡ଼ିଶାକୁ ବିପଦ ମୁଁହକୁ ଠେଲି ଦେବାକୁ ବିଜେପି ସରକାର କାହିଁକି ଯୋଜନା କରୁଛନ୍ତି ବୋଲି ସେ ପ୍ରଶ୍ନ କରୁଛନ୍ତି। 

  ସେ ପୁଣି କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ କେବେ କୌଣସି ଘରୋଇ ସଂସ୍ଥାକୁ ଦିଆଯାଏ ନାହିଁ । କିନ୍ତୁ ବିଜେପି ସରକାର ଚକ୍ରାନ୍ତ କରି ନ୍ୟୁକ୍ଲିୟର ଏନର୍ଜି ପରି ଜାତୀୟ ସୁରକ୍ଷାକୁ ଘରୋଇକରଣ କରାଇବାକୁ ପ୍ରୟାସ କରୁଛନ୍ତି। ଦେଶରେ ୮.୮ ଗିଗାୱାଟ ନ୍ୟୁକ୍ଲିୟର ଏନର୍ଜି ସରକାରଙ୍କ ମାଲିକାନାରେ ରହିଛି। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚାଲୁଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନୁ୍‌ୟକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଲାଗି ପଡିଛନ୍ତି । ନ୍ୟୁକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନା କରି ଓଡ଼ିଶାବାସୀଙ୍କୁ ମୃତ୍ୟୁମୁଖରେ ପକାଇବାରୁ ରାଜ୍ୟ ସରକାର କ୍ଷାନ୍ତ ରୁହନ୍ତୁ। ନଚେତ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର