ବନ୍ୟା ପାଣିରେ ବୁଡ଼ିଲା ବିଏସଏଫ୍ କ୍ୟାମ୍ପ: ରାତିସାରା ଗଛ ଓ ଛାତ ଉପରେ ଫସି ରହିଲେ ଯବାନ

Madhusudan Das Picture
Published On

ଛତିଶଗଡ଼: ଛତିଶଗଡ଼ରେ ପ୍ରବଳ ବର୍ଷା । ବିଏସଏଫ୍ କ୍ୟାମ୍ପରେ ପଶିଲା ବନ୍ୟା ଜଳ, ଗଛ ଡାଳ ଓ ଛାତ ଉପରେ ରାତି କାଟିଲେ ଯବାନ । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅବୁଝମାଢ଼ ଜଙ୍ଗଲ ଅଞ୍ଚଳରେ ଥିବା ବିଏସଏଫ୍ (BSF) କ୍ୟାମ୍ପରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଅନେକ ଯବାନ ଫସି ରହିଥିଲେ।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷାରେ ସ୍ଥିତି ବେହାଲ: ରାଜ୍ୟର ୫ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ସୀତାରାମ ଏବଂ ବାଲେବେଡ଼ା ଠାରେ ଥିବା ବିଏସଏଫ୍ କ୍ୟାମ୍ପରେ ଅଚାନକ ବନ୍ୟା ପାଣି ପଶିଯାଇଥିଲା। ହଠାତ୍ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଯବାନମାନେ ନିଜ ଜୀବନ ବଞ୍ଚାଇବା ପାଇଁ ରାତିସାରା ଛାତ ଏବଂ ଗଛ ଡାଳରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯବାନମାନେ ଏଭଳି ଦୁର୍ଦ୍ଦଶା ଭିତରେ ରାତି କାଟିଥିଲେ।

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷାରେ ଧସିଲା ବାରିପଦା ଭିଆଇପି ରାସ୍ତା ଗାର୍ଡ ୱାଲ୍‌, ଠିଆ ହୋଇଥିବା ବସ୍‌ ଓଲଟି ଚୁରମାର

ପରଦିନ ସକାଳେ ଭାରତୀୟ ବାୟୁସେନା (Indian Air Force) ର ଏକ ହେଲିକପ୍ଟର ସାହାଯ୍ୟରେ ଫସି ରହିଥିବା ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ କ୍ୟାମ୍ପରେ ଥିବା ସେମାନଙ୍କର ଅସ୍ତ୍ରଶସ୍ତ୍ର, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଜିନିଷପତ୍ର ବନ୍ୟା ପାଣିରେ ବୁଡ଼ି ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭାରତୀୟ ଜାତୀୟ କ୍ରୀଡ଼ା ଜର୍ସିର ରଙ୍ଗ ପରିବର୍ତ୍ତନ; କ୍ରୀଡ଼ାପ୍ରେମୀଙ୍କ ଭାବନାକୁ ଗଭୀର ଆଘାତ: ନବୀନ

01 Aug 2026 By Madhusudan Das

ବନ୍ୟା ପାଣିରେ ବୁଡ଼ିଲା ବିଏସଏଫ୍ କ୍ୟାମ୍ପ: ରାତିସାରା ଗଛ ଓ ଛାତ ଉପରେ ଫସି ରହିଲେ ଯବାନ

ଛତିଶଗଡ଼: ଛତିଶଗଡ଼ରେ ପ୍ରବଳ ବର୍ଷା । ବିଏସଏଫ୍ କ୍ୟାମ୍ପରେ ପଶିଲା ବନ୍ୟା ଜଳ, ଗଛ ଡାଳ ଓ ଛାତ ଉପରେ ରାତି କାଟିଲେ ଯବାନ । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅବୁଝମାଢ଼ ଜଙ୍ଗଲ ଅଞ୍ଚଳରେ ଥିବା ବିଏସଏଫ୍ (BSF) କ୍ୟାମ୍ପରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଅନେକ ଯବାନ ଫସି ରହିଥିଲେ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ସୀତାରାମ ଏବଂ ବାଲେବେଡ଼ା ଠାରେ ଥିବା ବିଏସଏଫ୍ କ୍ୟାମ୍ପରେ ଅଚାନକ ବନ୍ୟା ପାଣି ପଶିଯାଇଥିଲା। ହଠାତ୍ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଯବାନମାନେ ନିଜ ଜୀବନ ବଞ୍ଚାଇବା ପାଇଁ ରାତିସାରା ଛାତ ଏବଂ ଗଛ ଡାଳରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯବାନମାନେ ଏଭଳି ଦୁର୍ଦ୍ଦଶା ଭିତରେ ରାତି କାଟିଥିଲେ।

ପରଦିନ ସକାଳେ ଭାରତୀୟ ବାୟୁସେନା (Indian Air Force) ର ଏକ ହେଲିକପ୍ଟର ସାହାଯ୍ୟରେ ଫସି ରହିଥିବା ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ କ୍ୟାମ୍ପରେ ଥିବା ସେମାନଙ୍କର ଅସ୍ତ୍ରଶସ୍ତ୍ର, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଜିନିଷପତ୍ର ବନ୍ୟା ପାଣିରେ ବୁଡ଼ି ରହିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର