ଭଙ୍ଗାଗୋଡ଼ର ଚିକିତ୍ସା ପାଇଁ ୧୩୦ କିଲୋମିଟର ଟ୍ରାଇସାଇକଲରେ ଗଲେ ବୃଦ୍ଧ

Madhusudan Das Picture
Published On

ବ୍ରହ୍ମପୁର: ଉତ୍ତମ ଚିକିତ୍ସା ଆଶାରେ ପ୍ରାୟ ୧୩୦କିଲୋମିଟର ଦୂରତାକୁ ଟ୍ରାଇ ସାଇକଲରେ ଅତିକ୍ରମ କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଛନ୍ତି ଜଣେ ୬୬ବର୍ଷୀୟ ବୃଦ୍ଧ। ତାଙ୍କର ଏହି ସଂଘର୍ଷମୟ ଯାତ୍ରା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବରସାହି ଗ୍ରାମର ଶୁକଦେବ ନାହକ(୬୬) ଗତ ଶନିବାର ଏମକେସିଜି ମେଡ଼ିକାଲରେ ପହଞ୍ଚିଛନ୍ତି। ଅର୍ଥାଭାବ ଓ ନିଜର କେହି ସହଯୋଗୀ ନଥିବାରୁ ବାଧ୍ୟ ହୋଇ ସେ ଟ୍ରାଇସାଇକଲରେ ଗୁରୁବାର ସକାଳେ ଗ୍ରାମରୁ ବାହାରି ଦୀର୍ଘ ଦୁଇଦିନର କଷ୍ଟସାଧ୍ୟ ଯାତ୍ରା ପରେ ଶନିବାର ମଧ୍ୟାହ୍ନରେ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ। ପ୍ରଥମେ ତାଙ୍କୁ ମେଡିକାଲର ଆଶୁଚିକିତ୍ସା ବିଭାଗରେ ଡାକ୍ତର ଚିକିତ୍ସା କରିଥିବା ବେଳେ ପରେ ତାଙ୍କୁ ଡେଷ୍ଟିଚ୍ୟୁଟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଶୁକଦେବ ନାହାକଙ୍କ ନିକଟତମ ସମ୍ପର୍କୀୟ କେହି ନ ଥିବାରୁ ତାଙ୍କୁ ଉକ୍ତ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। 

ଆହୁରି ପଢ଼ନ୍ତୁ: ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ଶୁକଦେବ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୨ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କର ପାରିବାରିକ ସ୍ଥିତି ମଧ୍ୟ ବେଶ ଦୁଃଖଦ। କିଛିବର୍ଷ ପୂର୍ବରୁ ପତ୍ନୀଙ୍କର ଦେହାନ୍ତ ଘଟିଥିବା ବେଳେ ଏକମାତ୍ର ପୁଅ ମାନସିକ ଅସୁସ୍ଥତାରେ ପୀଡ଼ିତ। ବୋହୂ ତାଙ୍କର ଯତ୍ନ ନେବାରେ ଅସମର୍ଥ ଥିବାରୁ ସେ ପ୍ରାୟ ଏକାକୀ ଜୀବନ ବିତାଉଥିବା କହିଛନ୍ତି ଶୁକଦେଦ। ପ୍ରାୟ ୪ବର୍ଷ ପୂର୍ବେ ଘର ସମ୍ମୁଖରେ ଥିବା ଏକ କୂଅ ନିକଟରେ ପଡ଼ିଯିବାରୁ ତାଙ୍କ ବାମ ଗୋଡ଼ର ହାଡ ଭାଙ୍ଗି ଯାଇଥିଲା। ଏହାପରେ ସେ ନୟାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ପରେ କଟକ ବଡ଼ ମେଡିକାଲକୁ ମଧ୍ୟ ଯାଇଥିଲେ। ତେବେ ସେଠାରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ। ଏମକେସିଜି ମେଡ଼ିକାଲ ପକ୍ଷରୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଓ ସଫଳ ଅସ୍ତ୍ରୋପଚାର ସମ୍ପର୍କରେ ସେ ବିଭିନ୍ନ ସୂତ୍ରରୁ ଅବଗତ ହୋଇଥିଲେ। ଏଠାରେ ଚିକିତ୍ସା କଲେ କାଳେ ସେ ସୁସ୍ଥ ହେବେ ସେହି ଆଶାରେ ନିଜ ଟ୍ରାଇସାଇକଲରେ ୧୩୦କିଲୋମିଟର ଦୂରତାକୁ ଅତିକ୍ରମ କରି ମେଡିକାଲରେ ପହଞ୍ଚିଛନ୍ତି ଶୁକଦେବ। ତାଙ୍କୁ ଉପଯୁକ୍ତ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସର୍ବହରା ଚାଷୀକୁଳ: ବନ୍ୟା ଧୋଇନେଲା ବର୍ଷକର ଆହାର, ସାନି ବେଉଷଣ ପାଇଁ ସମୟ ନାହିଁ

06 Aug 2026 By Madhusudan Das

ଭଙ୍ଗାଗୋଡ଼ର ଚିକିତ୍ସା ପାଇଁ ୧୩୦ କିଲୋମିଟର ଟ୍ରାଇସାଇକଲରେ ଗଲେ ବୃଦ୍ଧ

ବ୍ରହ୍ମପୁର: ଉତ୍ତମ ଚିକିତ୍ସା ଆଶାରେ ପ୍ରାୟ ୧୩୦କିଲୋମିଟର ଦୂରତାକୁ ଟ୍ରାଇ ସାଇକଲରେ ଅତିକ୍ରମ କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଛନ୍ତି ଜଣେ ୬୬ବର୍ଷୀୟ ବୃଦ୍ଧ। ତାଙ୍କର ଏହି ସଂଘର୍ଷମୟ ଯାତ୍ରା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବରସାହି ଗ୍ରାମର ଶୁକଦେବ ନାହକ(୬୬) ଗତ ଶନିବାର ଏମକେସିଜି ମେଡ଼ିକାଲରେ ପହଞ୍ଚିଛନ୍ତି। ଅର୍ଥାଭାବ ଓ ନିଜର କେହି ସହଯୋଗୀ ନଥିବାରୁ ବାଧ୍ୟ ହୋଇ ସେ ଟ୍ରାଇସାଇକଲରେ ଗୁରୁବାର ସକାଳେ ଗ୍ରାମରୁ ବାହାରି ଦୀର୍ଘ ଦୁଇଦିନର କଷ୍ଟସାଧ୍ୟ ଯାତ୍ରା ପରେ ଶନିବାର ମଧ୍ୟାହ୍ନରେ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ। ପ୍ରଥମେ ତାଙ୍କୁ ମେଡିକାଲର ଆଶୁଚିକିତ୍ସା ବିଭାଗରେ ଡାକ୍ତର ଚିକିତ୍ସା କରିଥିବା ବେଳେ ପରେ ତାଙ୍କୁ ଡେଷ୍ଟିଚ୍ୟୁଟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଶୁକଦେବ ନାହାକଙ୍କ ନିକଟତମ ସମ୍ପର୍କୀୟ କେହି ନ ଥିବାରୁ ତାଙ୍କୁ ଉକ୍ତ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। 

ଶୁକଦେବ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୨ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କର ପାରିବାରିକ ସ୍ଥିତି ମଧ୍ୟ ବେଶ ଦୁଃଖଦ। କିଛିବର୍ଷ ପୂର୍ବରୁ ପତ୍ନୀଙ୍କର ଦେହାନ୍ତ ଘଟିଥିବା ବେଳେ ଏକମାତ୍ର ପୁଅ ମାନସିକ ଅସୁସ୍ଥତାରେ ପୀଡ଼ିତ। ବୋହୂ ତାଙ୍କର ଯତ୍ନ ନେବାରେ ଅସମର୍ଥ ଥିବାରୁ ସେ ପ୍ରାୟ ଏକାକୀ ଜୀବନ ବିତାଉଥିବା କହିଛନ୍ତି ଶୁକଦେଦ। ପ୍ରାୟ ୪ବର୍ଷ ପୂର୍ବେ ଘର ସମ୍ମୁଖରେ ଥିବା ଏକ କୂଅ ନିକଟରେ ପଡ଼ିଯିବାରୁ ତାଙ୍କ ବାମ ଗୋଡ଼ର ହାଡ ଭାଙ୍ଗି ଯାଇଥିଲା। ଏହାପରେ ସେ ନୟାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ପରେ କଟକ ବଡ଼ ମେଡିକାଲକୁ ମଧ୍ୟ ଯାଇଥିଲେ। ତେବେ ସେଠାରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ। ଏମକେସିଜି ମେଡ଼ିକାଲ ପକ୍ଷରୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଓ ସଫଳ ଅସ୍ତ୍ରୋପଚାର ସମ୍ପର୍କରେ ସେ ବିଭିନ୍ନ ସୂତ୍ରରୁ ଅବଗତ ହୋଇଥିଲେ। ଏଠାରେ ଚିକିତ୍ସା କଲେ କାଳେ ସେ ସୁସ୍ଥ ହେବେ ସେହି ଆଶାରେ ନିଜ ଟ୍ରାଇସାଇକଲରେ ୧୩୦କିଲୋମିଟର ଦୂରତାକୁ ଅତିକ୍ରମ କରି ମେଡିକାଲରେ ପହଞ୍ଚିଛନ୍ତି ଶୁକଦେବ। ତାଙ୍କୁ ଉପଯୁକ୍ତ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର