ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଟ୍ରାଫିକ୍ ଇନ୍ସପେକ୍ଟର। ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ର ଜଣେ ଟ୍ରକ୍ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ମିଶ୍ର ତାଙ୍କ ଅଧୀନରେ ଥିବା ଅଞ୍ଚଳରେ ଦୁଇଟି ହାଇଭା (HYVA) ଟ୍ରକ୍ କୁ ବିନା ବାଧାରେ ଚଳାଇବାକୁ ଦେବା ପାଇଁ ମାସିକ ବଟି ବା କୋଟା ଆକାରରେ ଏହି ଅର୍ଥ ଦାବି କରିଥିଲେ। ସେ ଜୁନ୍ ଏବଂ ଜୁଲାଇ ୨୦୨୬ ମାସ ପାଇଁ ଏହି ଟଙ୍କା ମାଗିଥିଲେ। ତେବେ ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଏକ ଜାଲ ବିଛାଇଥିଲେ।
ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମୁକେଶ କୁମାର ମିଶ୍ର ଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୨୦ ହଜାର ଟଙ୍କା ଜବତ କରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ (ଡିଏ) ଅଭିଯୋଗର ତଦନ୍ତ ପାଇଁ ଅଭିଯୁକ୍ତଙ୍କ ସହ ଜଡିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।