ମନୋରଞ୍ଜନ
ରାଜଧାନୀରେ ଟଳିଲା ବଡ ଅଘଟଣ: ମାଟି ଖୋଳିବା ବେଳେ ଫାଟିଲା ଗ୍ୟାସ ପାଇପ୍ ଲାଇନ, ଭୟରେ ବାସିନ୍ଦା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟଳିଲା ବଡ ଅଘଟଣ । ମନ୍ଦିର ନିର୍ମାଣ ପାଇଁ ମାଟି ଖୋଳିବା ବେଳେ ଫାଟିଲା GAIL ଗ୍ୟାସ୍ ପାଇପ୍ ଲାଇନ୍ । ଶୈଳଶ୍ରୀ ବିହାର ତାରିଣୀ ମନ୍ଦିର ନିକଟରେ ଘଟିଛି ଏହି ଅଘଟଣ । ମାଟି ଖୋଳିବା ବେଳେ ଗେଲ୍ ଇଣ୍ଡିଆର ଗ୍ୟାସ୍ ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହେବାରୁ ଲିକ୍ ହୋଇଥିଲା ଗ୍ୟାସ୍ । ୪୦ ମିନିଟ୍ ପର୍ଯ୍ୟନ୍ତ ଲିକ୍ ହେଲା ଗ୍ୟାସ୍ ।
ମନ୍ଦିରର ଉନ୍ନତିମୂଳକ କାମ ପାଇଁ ଜେସିବିରେ ମାଟି ଖୋଳାଯାଉଥିଲା । ଏହି ସମୟରେ ହଠାତ୍ ଗ୍ୟାସ୍ ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହେବାରୁ ଗ୍ୟାସ୍ ଲିକ୍ ହୋଇଥିଲା । ଗ୍ୟାସ୍ ଲିକ୍ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଖେଳିଯାଇଥିଲା ଭୟର ବାତାବରଣ । ଭୟରେ ଅନେକ ବାସିନ୍ଦା ରୋଷେଇ କରିବା ମଧ୍ୟ ବନ୍ଦ କରିଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ କର୍ପୋରେଟର ଏବଂ ଗେଲ୍ ଇଣ୍ଡିଆର ଇଞ୍ଜିନିୟର ପହଞ୍ଚିଥିଲେ । ତୁରନ୍ତ ପଦକ୍ଷେପ ନେଇ ଲିକ୍ ହେଉଥିବା ଗ୍ୟାସକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ତେବେ ଗେଲ୍ ଇଣ୍ଡିଆ ପକ୍ଷରୁ ଅଞ୍ଚଳରେ ପାଇପ୍ ଲାଇନ୍ ଯାଇଥିବା ନେଇ କୌଣସି ସୂଚନା ଫଳକ ନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।