ପାରିବାରିକ କଳହ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

Madhusudan Das Picture
Published On

ସାଲେପୁର: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । କଟକ ଜିଲ୍ଲା ନେମାଳ ଥାନା ଅର୍ନ୍ତଗତ ବନ୍ଧକାଟିଆ ପଂଚାୟତ ସହଦେବପୂର୍ ଗାଁରେ ଘଟିଛି ଏହି ଅଘଟଣ । ଅଭିଯୁକ୍ତ ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୩ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ସୂଚନା ଅନୁଯାୟୀ, ଶୈଳେନ୍ଦ୍ର ଏବଂ ରୋଜାଲିନ ନିଜ ଶୋଇବା ଘରେ ଥିବା ବେଳେ ହଠାତ୍ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶୈଳେନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କ କାନ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି । ନେମାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ହଠାତ୍ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କାହିଁକି ଘଟିଲା ତାହା ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ଅଲ୍ ଓଡ଼ିଶା ଦଳିତ ସମାଜର ଜିଲ୍ଲାସ୍ତରୀୟ ବୈଠକ

06 Aug 2026 By Madhusudan Das

ପାରିବାରିକ କଳହ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

ସାଲେପୁର: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । କଟକ ଜିଲ୍ଲା ନେମାଳ ଥାନା ଅର୍ନ୍ତଗତ ବନ୍ଧକାଟିଆ ପଂଚାୟତ ସହଦେବପୂର୍ ଗାଁରେ ଘଟିଛି ଏହି ଅଘଟଣ । ଅଭିଯୁକ୍ତ ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଶୈଳେନ୍ଦ୍ର ଏବଂ ରୋଜାଲିନ ନିଜ ଶୋଇବା ଘରେ ଥିବା ବେଳେ ହଠାତ୍ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶୈଳେନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କ କାନ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି । ନେମାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ହଠାତ୍ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କାହିଁକି ଘଟିଲା ତାହା ଅସ୍ପଷ୍ଟ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର