‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ

The Sakala Picture
Published On

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ୱାବଧାନରେ National Innovation Foundation ଦ୍ୱାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟର ଗୌରବ ବୃଦ୍ଧି କରିଅଛି । ପ୍ରକାଶ ଥାଉକି, ଚଳିତ ବର୍ଷ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ସହ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡ଼ିୟମ, ନୂଆଦିଲ୍ଲୀ […]

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ୱାବଧାନରେ National Innovation Foundation ଦ୍ୱାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟର ଗୌରବ ବୃଦ୍ଧି କରିଅଛି ।

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ମହାସମର: ଆମେରିକା ବିପକ୍ଷରୁ ଭାରତର ଅଭିଯାନ

ପ୍ରକାଶ ଥାଉକି, ଚଳିତ ବର୍ଷ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ସହ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡ଼ିୟମ, ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ସାମିଲ ହୋଇଥିଲେ । କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, କଟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶାରୁ ୧୪ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀ ଏବଂ ୭ ଜଣ ସହଯୋଗୀ ଶିକ୍ଷକ / ଶିକ୍ଷୟିତ୍ରୀ ବିଭିନ୍ନ ପ୍ରକଳ୍ପ ସହ ଗତ ତା ୦୬.୧୦.୨୦୨୩ ରିଖ ଶୁକ୍ରବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

ଉକ୍ତ ପ୍ରଦର୍ଶନୀ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡ଼ିୟମ, ନୂଆଦିଲ୍ଲୀଠାରେ ତା.୦୯.୧୦.୨୦୨୩ ରୁ ଆରମ୍ଭ ହୋଇ ତା ୧୦.୧୦.୨୦୨୩ ରିଖ ଦୁଇ ଦିନ ବାପି ଚାଲିଥିବା ସ୍ଥଳେ, ତା ୧୧.୧୦.୨୦୨୩ ରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଶ୍ରେଷ୍ଠ ବିବେଚିତ ଦେଶର ୬୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଅନମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜିତେନ୍ଦ୍ର ସିଂ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ବିଜ୍ଞାନ ଓ କାରିଗରୀ କୌଶଳ ଉପସ୍ଥିତ ରହି ଛାତ୍ରଛତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଆହୁରି ପଢ଼ନ୍ତୁ: U-19 ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ପାଇଁ ୭.୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଓଡ଼ିଶାରୁ ମନୋନୀତ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ୫ଟି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଛାତ୍ର ଶ୍ରେୟାଂଶ ନାୟକଙ୍କ ଦ୍ୱାରା ପ୍ରସ୍ତୁତ Automatic Straw Processing & Packaging Machine for Oyster Mushroom ପ୍ରକଳ୍ପଟି ସର୍ବଭାରତୀୟ ସ୍ତରରେ ତୃତୀୟସ୍ଥାନ ଅଧିକାର କରି ରାଜ୍ୟ ପାଇଁ ବିଶେଷ ଗୌରବ ଆଣିପାରିଛି ।

ଅନ୍ୟ ୪ଟି ପୁରସ୍କୃତ ପ୍ରକଳ୍ପ ମଧ୍ୟରେ ବରଗଡ଼ ଜିଲ୍ଲାର ଛାତ୍ରୀ କ୍ରିଷ୍ଣା ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ Smart Health Care, ମୟୂରଭଞ୍ଜ ଜିଲ୍ଲାର ଛାତ୍ରୀ ତୃପ୍ତି ଟଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ Development of Roller Brush, ଝାରସୁଗୁଡ଼ା ଜିଲ୍ଲାର ଛାତ୍ର ସୁମୟ ସେନାପତିଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ Soldering smoke Absorber ଓ କଳାହାଣ୍ଡି ଜିଲ୍ଲାର ଛାତ୍ର ସୌମରଞ୍ଜନ ସିଂଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ Safe sewing advances ଦେଶର ୬୦ଗୋଟି ପ୍ରକଳ୍ପ ମଧ୍ୟରେ ସ୍ଥାନିତ ହୋଇଛନ୍ତି ।

ଜାତୀୟ ସ୍ତରରେ ପୁରସ୍କୃତ ସମସ୍ତ ଛାତ୍ରଛାତ୍ରୀ, ଅନ୍ୟ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ନୂଆଦିଲ୍ଲୀ ଯାତ୍ରା କରିଥିବା ସମ୍ପୂର୍ଣ୍ଣ ଓଡ଼ିଶା ଦଳ ସହ ସଂପୃକ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ଅଭିଭାବକ ଏବଂ ଅଭିଭାବିକାମାନଙ୍କୁ ଏହି ବିଶେଷ ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ବିପୁଳ ଅଭିନନ୍ଦନ ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp