ମୌସୁମୀ ଦୁର୍ବଳ; କମିଲା ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି। ମୌସୁମୀ ଟ୍ରଫ୍‌‌ଲାଇଲ୍‌‌ ବର୍ତ୍ତମାନ ସ୍ୱାଭାବିକଠାରୁ ଉତ୍ତର ଦିଗରେ ରହିଥିବାରୁ ରାଜ୍ୟ ସମେତ କେନ୍ଦ୍ରୀୟ ଭାରତରେ ବର୍ଷାର ପ୍ରକୋପ କମିଛି। ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୧ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୯୯ ପ୍ରତିଶତ କମ ରହିଛି। ଏହି ସ୍ଥିତି ଆଗକୁ ଜାରିରହିବା ସହିତ ଆଗାମୀ ୪ ଦିନ ପର୍ଯ୍ୟନ୍ତ […]

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି। ମୌସୁମୀ ଟ୍ରଫ୍‌‌ଲାଇଲ୍‌‌ ବର୍ତ୍ତମାନ ସ୍ୱାଭାବିକଠାରୁ ଉତ୍ତର ଦିଗରେ ରହିଥିବାରୁ ରାଜ୍ୟ ସମେତ କେନ୍ଦ୍ରୀୟ ଭାରତରେ ବର୍ଷାର ପ୍ରକୋପ କମିଛି। ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୧ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୯୯ ପ୍ରତିଶତ କମ ରହିଛି। ଏହି ସ୍ଥିତି ଆଗକୁ ଜାରିରହିବା ସହିତ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପଟେ ବର୍ଷା ନ ଥିବାରୁ ବର୍ତ୍ତମାନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ସାଙ୍ଗକୁ ସାମାନ୍ୟ ଗୁଳିଗୁଳି ଅନୁଭବ ହେଉଛି। ଏହି ସ୍ଥିତି କିଛିଦିନ ପର୍ଯ୍ୟନ୍ତ ଜାରି ରହିବା ସହିତ ଏହା ଯୋଗୁଁ ଅନେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର କହିଛି ଯେ ଏବେ ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ନ ଥିବାରୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବଢ଼ିଛି। ପ୍ରଭାବରେ ରାଜ୍ୟରେ ବିପଦପୂର୍ଣ୍ଣ ବଜ୍ରପାତର ଆଶଙ୍କା କରାଯାଉଛି। ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

10 Aug 2023 By The Sakala

ମୌସୁମୀ ଦୁର୍ବଳ; କମିଲା ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି। ମୌସୁମୀ ଟ୍ରଫ୍‌‌ଲାଇଲ୍‌‌ ବର୍ତ୍ତମାନ ସ୍ୱାଭାବିକଠାରୁ ଉତ୍ତର ଦିଗରେ ରହିଥିବାରୁ ରାଜ୍ୟ ସମେତ କେନ୍ଦ୍ରୀୟ ଭାରତରେ ବର୍ଷାର ପ୍ରକୋପ କମିଛି। ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୧ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦ମିମି ତୁଳନାରେ ୯୯ ପ୍ରତିଶତ କମ ରହିଛି। ଏହି ସ୍ଥିତି ଆଗକୁ ଜାରିରହିବା ସହିତ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପଟେ ବର୍ଷା ନ ଥିବାରୁ ବର୍ତ୍ତମାନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି।

ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ସାଙ୍ଗକୁ ସାମାନ୍ୟ ଗୁଳିଗୁଳି ଅନୁଭବ ହେଉଛି। ଏହି ସ୍ଥିତି କିଛିଦିନ ପର୍ଯ୍ୟନ୍ତ ଜାରି ରହିବା ସହିତ ଏହା ଯୋଗୁଁ ଅନେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର କହିଛି ଯେ ଏବେ ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ନ ଥିବାରୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବଢ଼ିଛି। ପ୍ରଭାବରେ ରାଜ୍ୟରେ ବିପଦପୂର୍ଣ୍ଣ ବଜ୍ରପାତର ଆଶଙ୍କା କରାଯାଉଛି। ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର