ଅହଙ୍କାରରୁ ଅଘଟଣ ହେଉଛି, ସରକାରରେ କିଛି ଠିକ ଭାବେ ଚାଲିନି : ଅଶୋକ ଚନ୍ଦ୍ର ପଣ୍ଡା
ଭୁବନେଶ୍ବର : ଗତବର୍ଷ ରଥ ଯାତ୍ରାରେ ବଡ଼ଠାକୁର ବଳଭଦ୍ର ରଥ ଉପରୁ ମୁହଁମାଡି ପଡିଲେ। ଏ ବିଜେପି ସରକାର ସେ ସମୟରେ କହିଲେ ତଦନ୍ତ କରାଯିବ କିନ୍ତୁ ଏବର୍ଷ ରଥଯାତ୍ରା ଯାଏଁ ତଦନ୍ତ ରିପୋର୍ଟ ଆସିପାରିଲା ନାହିଁ। ଆଉ ଏବେ ଚଳିତ ବର୍ଷ ରଥଯାତ୍ରାରେ ମାଳ ମାଳ ଅବ୍ୟବସ୍ଥାର ପ୍ରସଙ୍ଗ ଆସୁଛି। ପାସ୍ ବାଣ୍ଟିବାଠୁ ନେଇ ଟ୍ରାଫିକ୍ ପରିଚାଳନା ଓ ଭିଡ ନିୟନ୍ତ୍ରଣ ସବୁଥିରେ ସରକାର ଓ ପ୍ରଶାସନ ଫେଲ୍ ମାରିଛି। ଯେଉଁଥି ପାଇଁ ରଥଟଣା ଦିନ […]
ଭୁବନେଶ୍ବର : ଗତବର୍ଷ ରଥ ଯାତ୍ରାରେ ବଡ଼ଠାକୁର ବଳଭଦ୍ର ରଥ ଉପରୁ ମୁହଁମାଡି ପଡିଲେ। ଏ ବିଜେପି ସରକାର ସେ ସମୟରେ କହିଲେ ତଦନ୍ତ କରାଯିବ କିନ୍ତୁ ଏବର୍ଷ ରଥଯାତ୍ରା ଯାଏଁ ତଦନ୍ତ ରିପୋର୍ଟ ଆସିପାରିଲା ନାହିଁ। ଆଉ ଏବେ ଚଳିତ ବର୍ଷ ରଥଯାତ୍ରାରେ ମାଳ ମାଳ ଅବ୍ୟବସ୍ଥାର ପ୍ରସଙ୍ଗ ଆସୁଛି। ପାସ୍ ବାଣ୍ଟିବାଠୁ ନେଇ ଟ୍ରାଫିକ୍ ପରିଚାଳନା ଓ ଭିଡ ନିୟନ୍ତ୍ରଣ ସବୁଥିରେ ସରକାର ଓ ପ୍ରଶାସନ ଫେଲ୍ ମାରିଛି। ଯେଉଁଥି ପାଇଁ ରଥଟଣା ଦିନ ଅବ୍ୟବସ୍ଥାର ଚିତ୍ର ଆସିଥିବା ବେଳେ ଆଜି ଦଳାଚକଟାରେ ୩ ଭକ୍ତଙ୍କ ଜୀବନ ଯାଇଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା।
ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଅହଙ୍କାରରୁ ଅଘଟଣ ହେଉଛି। ଏ ସରକାରରେ କିଛି ଠିକ ଭାବେ ଚାଲିନି। ରଥଯାତ୍ରାରେ ଅଘଟଣା ପରିତାପର ବିଷୟ। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଏହା ଆଘାତ ଦେଇଛି। ନନ୍ଦିଘୋଷ ରଥ ନ ଗଡ଼ିବା, ବଳଭଦ୍ରଙ୍କ ରଥ ମୋଡ଼ ନେବା ଓ ଶେଷରେ ଦଳାଚକଟା ତିନି ଜଣ ମରିବା, ଏହା ଜଣାଉଛି ସେ ସରକାର ସୁରକ୍ଷା ଦେଇ ପାରୁ ନାହାନ୍ତି।
ଏତେ ସବୁ ଘଟଣା ଘଟିବା ପରେ ବି ଏ ସରକାର ଦଳାଚକଟା ନ ମାନି ଠେଲାପେଲା କହୁଛନ୍ତି। ନବକଳେବର ସମୟର ରଥଯାତ୍ରାଠୁ ବି ଅଧିକ ଲୋକ ପୁରୀକୁ ଆସିଥିଲେ।ଏଥି ସହିତ ପୂର୍ବରୁ କେତେ ଭଲ ଭାବେ ରଥଯାତ୍ରା ହୋଇଥିଲା। ହେଲେ ଏ ସରକାରରେ ଶୃଙ୍ଖଳିତ ଦର୍ଶନ ଶବ୍ଦ ଉଭାନ ହୋଇଯାଇଛି। ଅସ୍ମିତା କଥା କହିଲେ ମୋହନ ମାଝୀ ସରକାର, ଆଜି ତାହା ରସା ତଳକୁ ଖସି ଗଲା। ସରକାରଙ୍କ ଅହଂକାର ଯୋଗୁଁ ଏ ସବୁ ଅଘଟଣା ଘଟିଛି। ସରକାର ଶ୍ୱେତପତ୍ର ଜାରି କରନ୍ତୁ ଏହା ସବୁ ଅଘଟଣର କାରଣ କଣ କୁହନ୍ତୁ। ଲୋକେ ଜାଣିବା ଦରକାର କଣ ହୋଇଛି. ତଥ୍ୟ ନ ଲୁଚାଇ ସତକୁ ପରିପ୍ରକାଶ କରନ୍ତୁ।