ପୂର୍ବତନ ବିଧାୟକଙ୍କ ପିତା ନୀଳମଣି ବିଶ୍ୱାଳଙ୍କ ଦେହାନ୍ତ

The Sakala Picture
Published On

କଟକ,୧୭।୫(ସମିସ): ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ନୀଳମଣି ବିଶ୍ୱାଳଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ବିଶ୍ୱାଳ ଦୀର୍ଘ ୧୫ ଦିନ ଧରି ମହାନଦୀ ବିହାରସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପ୍ରଚାର ହେବା ପରେ ଚୌଦ୍ୱାର-କଟକ ନୁହେଁ ସମଗ୍ର ଜିଲ୍ଲାରେ ଶୋକ ଖେଳିଯାଇଛି। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ସହଧର୍ମିଣୀ କ୍ଷୀରପ୍ରଭା ବିଶ୍ୱାଳ, ପୁତ୍ର ଆର୍ତ୍ତ ରଞ୍ଜନ […]

କଟକ,୧୭।୫(ସମିସ): ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ନୀଳମଣି ବିଶ୍ୱାଳଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ବିଶ୍ୱାଳ ଦୀର୍ଘ ୧୫ ଦିନ ଧରି ମହାନଦୀ ବିହାରସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପ୍ରଚାର ହେବା ପରେ ଚୌଦ୍ୱାର-କଟକ ନୁହେଁ ସମଗ୍ର ଜିଲ୍ଲାରେ ଶୋକ ଖେଳିଯାଇଛି। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ସହଧର୍ମିଣୀ କ୍ଷୀରପ୍ରଭା ବିଶ୍ୱାଳ, ପୁତ୍ର ଆର୍ତ୍ତ ରଞ୍ଜନ ବିଶ୍ୱାଳ, ହେମନ୍ତ ବିଶ୍ୱାଳ ଏବଂ ନାତି ତଥା ଚୌଦ୍ୱାର-କଟକର ବିଧାୟକ ସୈାଭିକ ବିଶ୍ୱାଳ ଉପସ୍ଥିତ ଥିଲେ। କାଳିଆବୋଦା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ ପୁଅ ତଥା ପୂର୍ବତନ ବିଧାୟକ ଡ. ବିଶ୍ୱାଳ ମୁଖାଗ୍ନି ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଦରଦାମ୍‌ ବୃଦ୍ଧିରେ ଦହଗଞ୍ଜ ହେଉଛନ୍ତି ଖାଉଟି

ଏହି ଅନ୍ତ୍ୟେଷ୍ଟି କ୍ରିୟାରେ ପୂର୍ବତନ କର୍ପୋରେଟର ତାପସ ସାମନ୍ତରାୟ, ପ୍ରଳୟା ବେଉରା, ସୈାଭଗିନୀ ଜେନା, ରଞ୍ଜିତା କାହାଳୀ, ଚୈାଦ୍ୱାର-କଟକ ବିଜେଡି କମିଟିର କାର୍ଯ୍ୟକାରୀ ସଭାପତି ଇଂ. ସୁବ୍ରତ ଘଡେଇ, ମାନବେଶ ରାୟ, ଟୁଲୁ ଜେନା, ପ୍ରଦୀପ ସେଠୀ, ଅଭୟ ଲେଙ୍କା, ଚିନ୍ମୟ ଦାସ, ଭବାନୀ ଶଙ୍କର ଦାସ, ମନୋରଞ୍ଜନ ସାହୁ, ଦେବ କାହାଳୀ, ପ୍ରତାପ ସାହୁ ଏବଂ ସମାଜସେବୀ ସଞ୍ଜୟ କୁମାର ଜେନା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୀଳମଣିଙ୍କ ବିୟୋଗରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଧରଣୀଧର ନାୟକଙ୍କ ୧୯୨ତମ ଜନ୍ମ ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି

18 May 2021 By The Sakala

ପୂର୍ବତନ ବିଧାୟକଙ୍କ ପିତା ନୀଳମଣି ବିଶ୍ୱାଳଙ୍କ ଦେହାନ୍ତ

କଟକ,୧୭।୫(ସମିସ): ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାପା ନୀଳମଣି ବିଶ୍ୱାଳଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ବିଶ୍ୱାଳ ଦୀର୍ଘ ୧୫ ଦିନ ଧରି ମହାନଦୀ ବିହାରସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପ୍ରଚାର ହେବା ପରେ ଚୌଦ୍ୱାର-କଟକ ନୁହେଁ ସମଗ୍ର ଜିଲ୍ଲାରେ ଶୋକ ଖେଳିଯାଇଛି। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ସହଧର୍ମିଣୀ କ୍ଷୀରପ୍ରଭା ବିଶ୍ୱାଳ, ପୁତ୍ର ଆର୍ତ୍ତ ରଞ୍ଜନ ବିଶ୍ୱାଳ, ହେମନ୍ତ ବିଶ୍ୱାଳ ଏବଂ ନାତି ତଥା ଚୌଦ୍ୱାର-କଟକର ବିଧାୟକ ସୈାଭିକ ବିଶ୍ୱାଳ ଉପସ୍ଥିତ ଥିଲେ। କାଳିଆବୋଦା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ ପୁଅ ତଥା ପୂର୍ବତନ ବିଧାୟକ ଡ. ବିଶ୍ୱାଳ ମୁଖାଗ୍ନି ଦେଇଥିଲେ।

ଏହି ଅନ୍ତ୍ୟେଷ୍ଟି କ୍ରିୟାରେ ପୂର୍ବତନ କର୍ପୋରେଟର ତାପସ ସାମନ୍ତରାୟ, ପ୍ରଳୟା ବେଉରା, ସୈାଭଗିନୀ ଜେନା, ରଞ୍ଜିତା କାହାଳୀ, ଚୈାଦ୍ୱାର-କଟକ ବିଜେଡି କମିଟିର କାର୍ଯ୍ୟକାରୀ ସଭାପତି ଇଂ. ସୁବ୍ରତ ଘଡେଇ, ମାନବେଶ ରାୟ, ଟୁଲୁ ଜେନା, ପ୍ରଦୀପ ସେଠୀ, ଅଭୟ ଲେଙ୍କା, ଚିନ୍ମୟ ଦାସ, ଭବାନୀ ଶଙ୍କର ଦାସ, ମନୋରଞ୍ଜନ ସାହୁ, ଦେବ କାହାଳୀ, ପ୍ରତାପ ସାହୁ ଏବଂ ସମାଜସେବୀ ସଞ୍ଜୟ କୁମାର ଜେନା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୀଳମଣିଙ୍କ ବିୟୋଗରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର