ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା, ସାମିଲ ହେବେ ୫୦ହଜାର କଳାକାର

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ହେବେ ୫୦ହଜାର କଳାକାର। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟାକରଣ। କଳାର ସମୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମାନ୍ୟତାପ୍ରାପ୍ତ ଅଭିଜ୍ଞ ତଥା ପ୍ରତିଷ୍ଠିତ ଏବଂ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା କଳାକାରମାନଙ୍କୁ ଏହି ସହାୟତା ଦିଆଯିବ। ପୂର୍ବରୁ ଏହି ଯୋଜନାରେ ୩୫ହଜାରରୁ ଊର୍ଦ୍ଧ୍ବ କଳାକାର ସାମିଲ ହୋଇ ଏହି ସହାୟତା ପାଉଛନ୍ତି। ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ତରଫରୁ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ହେବେ ୫୦ହଜାର କଳାକାର। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟାକରଣ। କଳାର ସମୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମାନ୍ୟତାପ୍ରାପ୍ତ ଅଭିଜ୍ଞ ତଥା ପ୍ରତିଷ୍ଠିତ ଏବଂ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା କଳାକାରମାନଙ୍କୁ ଏହି ସହାୟତା ଦିଆଯିବ। ପୂର୍ବରୁ ଏହି ଯୋଜନାରେ ୩୫ହଜାରରୁ ଊର୍ଦ୍ଧ୍ବ କଳାକାର ସାମିଲ ହୋଇ ଏହି ସହାୟତା ପାଉଛନ୍ତି। ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ଆଗୁଆ ୪ମାସ ଲେଖାଏଁ କଳାକାର ସହାୟତା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ବରିଷ୍ଠତା ଭିତ୍ତିରେ ମାସିକ ୧୨୦୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନ ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା-୨୦୧୮ ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ଅନ୍ୟୂନ ୫୦ହଜାର କଳାକାରଙ୍କୁ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ବିଭିନ୍ନ ଜିଲ୍ଲାର ସମ୍ପୃକ୍ତ ଯୋଜନାରେ ଏବେ ଖାଲିପଡ଼ିଥିବା ସ୍ଥାନଗୁଡ଼ିକରେ ହିତାଧିକାରୀ ଚୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ସ୍ଥିର କରାଯାଇଛି।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ଏହି ଯୋଜନାରେ ଆର୍ଥିକ ସହାୟତା ପାଇବା ପାଇଁ ସମ୍ପୃକ୍ତ କଳାକାରଙ୍କ ବୟସ ପୁରୁଷମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ୫୦ବର୍ଷ ଓ ମହିଳାମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ୪୦ବର୍ଷ ହୋଇଥିବା ଆବଶ୍ୟକ। ଗ୍ରାମାଞ୍ଚଳରେ ବସବାସ କରୁଥିବା କଳାକାରମାନଙ୍କ କ୍ଷେତ୍ରରେ ବାର୍ଷିକ ଆୟ ୫୦ ହଜାର ଟଙ୍କା ଏବଂ ସହରାଞ୍ଚଳରେ ବାସ କରୁଥିବା କଳାକାରମାନଙ୍କ କ୍ଷେତ୍ରରେ ବାର୍ଷିକ ଆୟ ୬୦ହଜାର ଟଙ୍କାରୁ ଅଧିକ ହୋଇ ନ ଥିବା ବିଧେୟ। ଏହି ଯୋଜନାରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଇଚ୍ଛୁକ କଳାକାର ନିର୍ଦ୍ଧାରିତ ଫର୍ମରେ ନିଜ ବିଷୟରେ ଆବଶ୍ୟକୀୟ ତଥ୍ୟ ପୂରଣ କରି ପୂର୍ଣ୍ଣାଙ୍ଗ ଦରଖାସ୍ତ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠିକଣାରେ ବ୍ୟକ୍ତିଗତ ଭାବେ, ଡାକ କିମ୍ବା ଇ-ମେଲ୍‍ରେ ପଠାଇବେ। ଆସନ୍ତା ଅକ୍ଟୋବର ୩୦ ତାରିଖ ସୁଦ୍ଧା ପଠାଇବା ଆବଶ୍ୟକ। ଦରଖାସ୍ତ ସହିତ ଆବଶ୍ୟକ ସମସ୍ତ ପ୍ରମାଣପତ୍ରର ସ୍ୱପ୍ରମାଣିକୃତ ନକଲ ସଂଲଗ୍ନ କରିବା ଉଚିତ୍‍। ଆବେଦନ ଫର୍ମ ଠିକ୍‍ରେ ପୂରଣ ହୋଇ ନ ଥିଲେ ବା ନିର୍ଦ୍ଧାରିତ ସମୟ ସୀମା ପରେ ମିଳିଥିବା ଦରଖାସ୍ତଗୁଡ଼ିକ ବିଚାରକୁ ନିଆଯିବ ନାହିଁ। ଯେଉଁ କଳାକାରମାନେ ପୂୂର୍ବରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିଥିଲେ, ସେମାନେ ପୁନଃ ଆବେଦନ କରିପାରିବେ। ଏହି ଯୋଜନାର ବିବରଣୀ, ନିୟମ, ଆବେଦନ ଫର୍ମ ସହିତ ସମସ୍ତ ତଥ୍ୟ ସଂସ୍କୃତି ବିଭାଗ ୱେବ୍‍ସାଇଟ୍‍ରେ ଏବଂ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

26 Aug 2021 By The Sakala

ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା, ସାମିଲ ହେବେ ୫୦ହଜାର କଳାକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ହେବେ ୫୦ହଜାର କଳାକାର। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟାକରଣ। କଳାର ସମୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମାନ୍ୟତାପ୍ରାପ୍ତ ଅଭିଜ୍ଞ ତଥା ପ୍ରତିଷ୍ଠିତ ଏବଂ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା କଳାକାରମାନଙ୍କୁ ଏହି ସହାୟତା ଦିଆଯିବ। ପୂର୍ବରୁ ଏହି ଯୋଜନାରେ ୩୫ହଜାରରୁ ଊର୍ଦ୍ଧ୍ବ କଳାକାର ସାମିଲ ହୋଇ ଏହି ସହାୟତା ପାଉଛନ୍ତି। ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ଆଗୁଆ ୪ମାସ ଲେଖାଏଁ କଳାକାର ସହାୟତା ପ୍ରଦାନ କରାଯାଇଥିଲା। ସେମାନଙ୍କୁ ବରିଷ୍ଠତା ଭିତ୍ତିରେ ମାସିକ ୧୨୦୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନ ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା-୨୦୧୮ ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ଅନ୍ୟୂନ ୫୦ହଜାର କଳାକାରଙ୍କୁ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ବିଭିନ୍ନ ଜିଲ୍ଲାର ସମ୍ପୃକ୍ତ ଯୋଜନାରେ ଏବେ ଖାଲିପଡ଼ିଥିବା ସ୍ଥାନଗୁଡ଼ିକରେ ହିତାଧିକାରୀ ଚୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ସ୍ଥିର କରାଯାଇଛି।

ଏହି ଯୋଜନାରେ ଆର୍ଥିକ ସହାୟତା ପାଇବା ପାଇଁ ସମ୍ପୃକ୍ତ କଳାକାରଙ୍କ ବୟସ ପୁରୁଷମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ୫୦ବର୍ଷ ଓ ମହିଳାମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ୪୦ବର୍ଷ ହୋଇଥିବା ଆବଶ୍ୟକ। ଗ୍ରାମାଞ୍ଚଳରେ ବସବାସ କରୁଥିବା କଳାକାରମାନଙ୍କ କ୍ଷେତ୍ରରେ ବାର୍ଷିକ ଆୟ ୫୦ ହଜାର ଟଙ୍କା ଏବଂ ସହରାଞ୍ଚଳରେ ବାସ କରୁଥିବା କଳାକାରମାନଙ୍କ କ୍ଷେତ୍ରରେ ବାର୍ଷିକ ଆୟ ୬୦ହଜାର ଟଙ୍କାରୁ ଅଧିକ ହୋଇ ନ ଥିବା ବିଧେୟ। ଏହି ଯୋଜନାରେ ଆର୍ଥିକ ସହାୟତା ପାଇବା ନିମନ୍ତେ ଇଚ୍ଛୁକ କଳାକାର ନିର୍ଦ୍ଧାରିତ ଫର୍ମରେ ନିଜ ବିଷୟରେ ଆବଶ୍ୟକୀୟ ତଥ୍ୟ ପୂରଣ କରି ପୂର୍ଣ୍ଣାଙ୍ଗ ଦରଖାସ୍ତ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠିକଣାରେ ବ୍ୟକ୍ତିଗତ ଭାବେ, ଡାକ କିମ୍ବା ଇ-ମେଲ୍‍ରେ ପଠାଇବେ। ଆସନ୍ତା ଅକ୍ଟୋବର ୩୦ ତାରିଖ ସୁଦ୍ଧା ପଠାଇବା ଆବଶ୍ୟକ। ଦରଖାସ୍ତ ସହିତ ଆବଶ୍ୟକ ସମସ୍ତ ପ୍ରମାଣପତ୍ରର ସ୍ୱପ୍ରମାଣିକୃତ ନକଲ ସଂଲଗ୍ନ କରିବା ଉଚିତ୍‍। ଆବେଦନ ଫର୍ମ ଠିକ୍‍ରେ ପୂରଣ ହୋଇ ନ ଥିଲେ ବା ନିର୍ଦ୍ଧାରିତ ସମୟ ସୀମା ପରେ ମିଳିଥିବା ଦରଖାସ୍ତଗୁଡ଼ିକ ବିଚାରକୁ ନିଆଯିବ ନାହିଁ। ଯେଉଁ କଳାକାରମାନେ ପୂୂର୍ବରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିଥିଲେ, ସେମାନେ ପୁନଃ ଆବେଦନ କରିପାରିବେ। ଏହି ଯୋଜନାର ବିବରଣୀ, ନିୟମ, ଆବେଦନ ଫର୍ମ ସହିତ ସମସ୍ତ ତଥ୍ୟ ସଂସ୍କୃତି ବିଭାଗ ୱେବ୍‍ସାଇଟ୍‍ରେ ଏବଂ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର