ଦେଢ ବର୍ଷ ଧରି ଅସ୍ଥିଶଲ୍ୟ ବିଭାଗର ଖଟିଆରେ ପଡ଼ି ରହିଛନ୍ତି ୮୦ ବର୍ଷର ବୃଦ୍ଧା: ଡିସ୍‍ଚାର୍ଜ ପରେ ମଧ୍ୟ ନେବା ପାଇଁ କେହି ନାହାନ୍ତି

The Sakala Picture
Published On

ବ୍ରହ୍ମପୁର: ଏମକେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଜଣେ ୮୦ ବର୍ଷିୟା ବୃଦ୍ଧା ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଛନ୍ତି। ତାଙ୍କ ନାମ କନକ ଦାଶ ବୋଲି ଅସ୍ଥିଶଲ୍ୟ ବିଭାଗର ରେଜିଷ୍ଟ୍ରାରରୁ ଜଣାପଡ଼ିଛି। ତାଙ୍କ ଘର ବ୍ରହ୍ମପୁରର ବିଲ ସାହି ବୋଲି ସେଥିରେ ଉଲ୍ଲେଖ ରହିଥିବା ବେଳେ ୨୦୧୯ ଡିସେମ୍ବର ମାସ ୧ ତାରିଖରେ ଏମକେସିଜିର ଅସ୍ଥିଶଲ୍ୟ ବିଭାଗରେ ସେ ଭର୍ତ୍ତି ହୋଇଥିଲେ। ତାଙ୍କୁ କିଏ ଡାକ୍ତରଖାନା ଆଣିଥିଲେ ସେ ନେଇ କୌଣସି ତଥ୍ୟ ନାହିଁ। […]

ବ୍ରହ୍ମପୁର: ଏମକେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଜଣେ ୮୦ ବର୍ଷିୟା ବୃଦ୍ଧା ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଛନ୍ତି। ତାଙ୍କ ନାମ କନକ ଦାଶ ବୋଲି ଅସ୍ଥିଶଲ୍ୟ ବିଭାଗର ରେଜିଷ୍ଟ୍ରାରରୁ ଜଣାପଡ଼ିଛି। ତାଙ୍କ ଘର ବ୍ରହ୍ମପୁରର ବିଲ ସାହି ବୋଲି ସେଥିରେ ଉଲ୍ଲେଖ ରହିଥିବା ବେଳେ ୨୦୧୯ ଡିସେମ୍ବର ମାସ ୧ ତାରିଖରେ ଏମକେସିଜିର ଅସ୍ଥିଶଲ୍ୟ ବିଭାଗରେ ସେ ଭର୍ତ୍ତି ହୋଇଥିଲେ। ତାଙ୍କୁ କିଏ ଡାକ୍ତରଖାନା ଆଣିଥିଲେ ସେ ନେଇ କୌଣସି ତଥ୍ୟ ନାହିଁ। ମେଡିକାଲ କର୍ମଚାରୀଙ୍କ କହିବାନୁଯାୟୀ ବୃଦ୍ଧା ମେଡିକାଲରେ ଭର୍ତ୍ତି ହେବା ସମୟେରେ ତାଙ୍କର ହାତର ଖଞ୍ଜା ଭାଙ୍ଗି ଯାଇଥିଲା। ଏଥିରେ ଡାକ୍ତରମାନେ ଅସ୍ତ୍ରୋପଚାର ମଧ୍ୟ କରିଥିଲେ। ଅସ୍ତ୍ରୋପଚାର ପରେ ବୃଦ୍ଧା ଜଣକ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ସେ ଖଟିଆରୁ ଉଠି ପାରି ନଥିଲେ। ଯାହା ଫଳରେ ତାଙ୍କ ପାଇଁ ଏକ ଖଟିଆ ରିଜର୍ଭ କରି ରଖାଗଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ବୃଦ୍ଧା ଜଣକ ଉକ୍ତ ଅସ୍ଥିଶଲ୍ୟ ବିଭାଗରେ ହିଁ ପଡ଼ି ରହିଛନ୍ତି। ଚଲାବୁଲା କରିପାରୁ ନଥିବାରୁ ବସି ବସି ୱାର୍ଡରେ ଥିବା ଶୌଚାଳୟକୁ ଯିବା ଆସିବା କରୁଛନ୍ତି। ପରିସ୍କାର ପରିଛନ୍ନ ରହୁନଥିବାରୁ କର୍ମଚାରୀମାନେ ସମୟେ ସମୟେ ତାଙ୍କ ଉପରେ ବିରକ୍ତ ମଧ୍ୟ ହେଉଛନ୍ତି। ବୃଦ୍ଧାଙ୍କ ପାଇଁ ମେଡିକାଲ ତରଫରୁ ଦୁଇ ବେଳା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ୍‍ ନଥିବା ବେଳେ ସେ ଠିକ୍‍ ଭାବେ କଥା କହିପାରୁ ନାହାନ୍ତି। କେତେବେଳେ ତାଙ୍କର କେହି ନଥିବା କହୁଥିବା ବେଳେ କେତେବେଳେ ତାଙ୍କର ଦୁଇ ଜଣ ଝିଅ ଥିବା ମଧ୍ୟ କହୁଛନ୍ତି। ତାଙ୍କ ଘର କେଉଁ ଅଞ୍ଚଳରେ ସେନେଇ ବୃଦ୍ଧା ସଠିକ୍‍ ଭାବେ କିଛି କହିପାରୁ ନାହାନ୍ତି। ବୃଦ୍ଧା ଜଣକ ଅତି ଦୟନୀୟ ଭାବେ ରହୁଛନ୍ତି। ତାଙ୍କୁ ଶୌଚାଳୟକୁ ନେବା ଆଣିବା ପାଇଁ କେହି ନାହାନ୍ତି। ଦିନ ରାତି ନିଜେ ନିଜେ ସେ ପାଟି କରି ଲୋକଙ୍କୁ ଡାକୁଛନ୍ତି। ତେବେ ପ୍ରତି ମାସରେ କେହି ଜଣେ ମହିଳା ଏହି ବୃଦ୍ଧାଙ୍କ ନିକଟକୁ ଆସି କଥାବାର୍ତ୍ତା ହୋଇ ଯାଉଥିବା ସେଠାକାର ଲୋକେ କହୁଛନ୍ତି। କିନ୍ତୁ ବୃଦ୍ଧାଙ୍କୁ କେହି ଘରକୁ ନେଉନଥିବା ଚିନ୍ତାର ବିଷୟ ପାଲଟିଛି। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ କହିଛନ୍ତି ଯେ, ବୃଦ୍ଧାଙ୍କ ଚିକିତ୍ସା ଅସ୍ଥିଶଲ୍ୟ ବିଭାଗରେ ଆଉ କିଛି ନାହିଁ। ତେବେ ତାଙ୍କୁ କେହି ନେଉ ନ ଥିବାରୁ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ଏଠାରେ ଚିକିତ୍ସା କରାଯାଉଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର