ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

The Sakala Picture
Published On

ଭୁବନେଶ୍ୱର : ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ମୂଲ୍ୟାୟନ ଫର୍ମୁଲାକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି । ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ପ୍ରାକ୍ଟିକାଲ ପାଇଁ ହାଇସ୍କୁଲ ସ୍ତରର ମାର୍କିଂ ଆଧାରରେ ନମ୍ବର ମିଳିବ । ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେଲେ ସ୍ଥିତି ଅନୁସାରେ ଆଉ ଥରେ ଅଫ୍‌ଲାଇନ୍‌ […]

ଭୁବନେଶ୍ୱର : ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ମୂଲ୍ୟାୟନ ଫର୍ମୁଲାକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି । ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ପ୍ରାକ୍ଟିକାଲ ପାଇଁ ହାଇସ୍କୁଲ ସ୍ତରର ମାର୍କିଂ ଆଧାରରେ ନମ୍ବର ମିଳିବ । ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେଲେ ସ୍ଥିତି ଅନୁସାରେ ଆଉ ଥରେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇ ପାରିବେ । ଏକ୍ସପର୍ଟ କମିଟିର ମାର୍କିଂ ପଦ୍ଧତିକୁ ସିଏଚଏସଇ ଓ୍ୱେବସାଇଟ୍‌ରେ ଅପଲୋଡ୍ କରାଯିବ ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ମୂଲ୍ୟାୟନରେ ସନୁଷ୍ଟ ହୋଇ ନଥିବା ପିଲାଙ୍କୁ ପରୀକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ରାଜ୍ୟରେ କରୋନା ପ୍ରଭାବ ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ସୁରକ୍ଷା ଦୃଷ୍ଟିରୁ +୨ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ଏନେଇ ଗତ ୪ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା। କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ୱରେ ରହିଛି ମଣିଷ ଜୀବନର ସୁରକ୍ଷା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର