ଭୟାନକ ହେଉଛି ‘ଏକତରଫା ପ୍ରେମ’

The Sakala Picture
Published On

ଭୁବନେଶ୍ୱର : ଆଜି ଦିନରେ ଏକତରଫା ପ୍ରେମ ଭୟାନକ ପରିସ୍ଥିତି ସୃଷ୍ଟି କରୁଛି। କେତେକ ଶିକ୍ଷିତ ଯୁବଗୋଷ୍ଠୀ ଏକତରଫା ପ୍ରେମରେ ବିଫଳ ହେବା ପରେ ଘଟାଉଛନ୍ତି ନାରକୀୟ କାଣ୍ଡ। ରାଜଧାନୀରେ ଏକତରଫା ପ୍ରେମକୁ ନେଇ ହତ୍ୟା, ଆତ୍ମହତ୍ୟା, ଏସିଡ୍‍ମାଡ, ଭିଡିଓ ଭାଇରାଲ୍‍ ଆଦି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଗଲାଣି। ‘ତୁ ମୋର ନୁହେଁ ତ ଆଉ କାହାର ନୁହେଁ’ କୁତ୍ସିତ ନାରାରେ ଯୁବଗୋଷ୍ଠୀ ପିଶାଚ ପାଲଟିଯାଉଛନ୍ତି। ଏକତରଫା ପ୍ରେମରେ ବିଫଳ ହେଲେ ହତ୍ୟା, ଆତ୍ମହତ୍ୟା ଭଳି […]

ଭୁବନେଶ୍ୱର : ଆଜି ଦିନରେ ଏକତରଫା ପ୍ରେମ ଭୟାନକ ପରିସ୍ଥିତି ସୃଷ୍ଟି କରୁଛି। କେତେକ ଶିକ୍ଷିତ ଯୁବଗୋଷ୍ଠୀ ଏକତରଫା ପ୍ରେମରେ ବିଫଳ ହେବା ପରେ ଘଟାଉଛନ୍ତି ନାରକୀୟ କାଣ୍ଡ। ରାଜଧାନୀରେ ଏକତରଫା ପ୍ରେମକୁ ନେଇ ହତ୍ୟା, ଆତ୍ମହତ୍ୟା, ଏସିଡ୍‍ମାଡ, ଭିଡିଓ ଭାଇରାଲ୍‍ ଆଦି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଗଲାଣି। ‘ତୁ ମୋର ନୁହେଁ ତ ଆଉ କାହାର ନୁହେଁ’ କୁତ୍ସିତ ନାରାରେ ଯୁବଗୋଷ୍ଠୀ ପିଶାଚ ପାଲଟିଯାଉଛନ୍ତି। ଏକତରଫା ପ୍ରେମରେ ବିଫଳ ହେଲେ ହତ୍ୟା, ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣେଇ ନେଉଛନ୍ତି ଯୁବଗୋଷ୍ଠୀ। ସେମାନଙ୍କ ମଧ୍ୟରୁ କିଏ ବିବାହିତ ମହିଳାଙ୍କ ପ୍ରେମରେ ଉବୁଟୁବୁ ହେଉଛି ତ ଆଉ କିଏ ବୟସ ଠାରୁ ବଡ଼ ଯୁବତୀଙ୍କୁ ବିବାହ କରିବା ଲାଗି ଜିଦ୍‍କରି ଏଭଳି କାଣ୍ଡ ଭିଆଉଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳର ପ୍ରିୟଙ୍କା ଓ ବାଲିପାଟଣା ଭଉଣୀ ଲାଗି ଭାଇକୁ ଅତି ନୃଶଂସ ଭାବେ ହତ୍ୟା ଘଟଣା ଚର୍ଚ୍ଚାରେ ରହିଛି। ସେହିପରି ସାମାଜିକ ଗଣମାଧ୍ୟମରୁ ପ୍ରେମ କରି ମହିଳାଙ୍କଠାରୁ ମାଡ଼ ଖାଇବା ଭଳି ଘଟଣା ବି ଭୁବନେଶ୍ୱରରେ ଘଟିଥିବାର ନଜିର୍‍ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଭିଡିଓ ଭାଇରାଲ୍‍ କରି ବନ୍ଧାହେଲେଣି ୨୨

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଯୁବତୀଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଧୋକାଖÒଆ ପ୍ରେମିକ ପାନେ ଦେବା ଲାଗି ଯୋଜନା କରୁଛି। ଆଉ ଯୁବତୀ ବିବାହ ଲାଗି ସହମତି ନ ହେଲେ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି ଧୋକାଖିଆ ପ୍ରେମିକ। ରାଜଧାନୀରେ ଏଭଳି ଭାବେ ଏକତରଫା ପ୍ରେମକୁ ନେଇ ଭିଡିଓ କରି ଛାଡିବା ଏକ ଧାରା ପାଲଟିଗଲାଣି। କାହାକୁ କିଏ ବଦ୍‍ନାମ ଲାଗି ତ ଆଉ କିଏ ଚାପରେ ପଡ଼ି ଫଟୋ ଛାଡ଼ି ଦେଉଛି। ଏଭଳି ଭାବେ ଭୁବନେଶ୍ୱରର ବିଭିନ୍ନ ଥାନା ସମେତ ସାଇବର୍‍ ଥାନାରେ ୧୫୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କରାଯାଇଛି। ଏଥିସହିତ ଭାଇରାଲ୍‍ ଭିଡିଓ ମାମଲାରେ କମିସନରେଟ୍‍ ପୁଲିସ ଚଳିତବର୍ଷ ୨୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ରାଜଧାନୀରେ ଘଟିଥିବା କିଛି ଘଟଣା

1. ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ରାଜକିଶୋର ଦାସ ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଏହାକୁ ଯୁବତୀଙ୍କ ବାପା ଓ ଭାଇ ବିରୋଧ କରୁଥିଲେ। ଏଣୁ ଯୁବତୀଙ୍କ ଭାଇ ଆଶିଷ ଓଝାଙ୍କୁ ଅନ୍ୟମାନଙ୍କ ସହାୟତାରେ ଘରୁ ଡାକିନେଇ ହତ୍ୟା କରିଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ରାଜକିଶୋର, ସହଯୋଗୀ ରାକେଶ ସେଠୀ ଓ ଦୁର୍ଯ୍ୟୋଧନ ବେହେରାଙ୍କୁ ପୁଲିସ ଗିରଫ କରିଥÒଲା।

2. ଏକତରଫା ପ୍ରେମରୁ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ ନାମ୍ନୀ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପୁରୁଣା ପ୍ରେମିକ ଜଗନ୍ନାଥ ପ୍ରଧାନ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭଳି ଘଟଣା ଲୋକଲୋଚନକୁ ଆସିଥିଲା। ଜଗନ୍ନାଥ କଲେଜ ସମୟରେ ପ୍ରିୟଙ୍କାଙ୍କୁ ପ୍ରେମ କରୁଥିଲା। ହେଲେ ପ୍ରିୟଙ୍କା ଅନ୍ୟ ଏକ ସ୍ଥାନରେ ବିବାହ କରିବା ସହ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ପରେ ଜଗନ୍ନାଥ ତାଙ୍କୁ ଏକତରଫା ପ୍ରେମ କରିବା ସହ ବିବାହ କରିବା ଲାଗି ଜିଦ୍‍ ଧରିଥିଲା। ଏହାକୁ ସେ ବିରୋଧ କରିବାରୁ ଜଗନ୍ନାଥ ତାଙ୍କୁ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା।

3. ରାଜଧାନୀର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ବାଲେଶ୍ୱରର ପର୍ଶୁରାମ ବିଶ୍ୱାଳ। ସେ ମନା କରିବାରୁ ତାଙ୍କ ଘରେ ପଶି ଯୁବତୀଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଏପରିକି ଯୁବତୀଙ୍କୁ ଘର ଭିତରେ ଦୀର୍ଘ ଘଣ୍ଟା ବନ୍ଦୀ କରି ରଖିଥିଲା। ପରେ ପୁଲିସ କୌଶଳକ୍ରମେ ଯୁବତୀଙ୍କୁ ଉଦ୍ଧାର କରିବା ସହ ପର୍ଶୁରାମକୁ ଗିରଫ କରିଥିଲା।

4. ଖୋର୍ଦ୍ଧାର ସୌମ୍ୟରଞ୍ଜନ ପରିଡ଼ା ନାମକ ଜଣେ ଯୁବକ ରାଜଧାନୀର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ହେଲେ ଯୁବତୀ ଜଣକ ଆଉ ଗୋଟିଏ ପୁଅକୁ ଭଲ ପାଉଥିବା ଜାଣିବାକୁ ପାଇ ସୌମ୍ୟରଞ୍ଜନ ଟ୍ରେନ୍‍ ଆଗକୁ ଡେଇଁ ଲାଇଭ୍‍ ସୁଇସାଇଡ୍‍ କରିଥିଲେ। ପରଦିନ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଥିଲା।

5. ଜଣେ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରି ବନ୍ଧା ହୋଇଥିଲେ କଲେଜ ପଢ଼଼ୁଆ ଛାତ୍ର। ମହିଳା ଜଣକ ତାଙ୍କ ପ୍ରେମରେ ରାଜି ନ ହେବାରୁ ତାଙ୍କୁ ଆକ୍ରମଣ କରିବା ସହ ମାନସିକ ନିର୍ଯାତନା ଦେଇଥିଲେ। ପରେ ବିଶ୍ୱଜିତ ରାଉତରାୟକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଥିଲା।
ଧଉଳି ଥାନା ଅଧୀନ ବାଲିଆପଡ଼ା ଗାଁର ରୁପାଲି ବେହେରାଙ୍କୁ ତପୁନି ନାୟକ ଏକତରଫା ପ୍ରେମ କରୁଥିଲେ। ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଯୁବତୀ ମନା କରିବାରୁ ଏଥିରେ ତପୁନି ରାଗିଯାଇ ଏସିଡ୍‍ରେ ଆକ୍ରମଣ କରିଥିଲା। ପରେ ତପୁନିକୁ ପୁଲିସ ଗିରଫ କରିଥିଲା।

14 Jul 2022 By The Sakala

https://www.thesakala.in/latest-odisha-news/terrible-is-one-sided-love/article-13275
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର