ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

The Sakala Picture
Published On

ପଦ୍ମପୁର: ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ପ୍ରକାଶ ପ୍ରଧାନଙ୍କ ମୃତ ଦେହ ତାଙ୍କ ଶାନ୍ତି ନଗର ବାସଭବନରୁ ଉଦ୍ଧାର କରାଯାଇଛି । ସେ ତାଙ୍କ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ସେ ଜଣେ ସରଳ, ମେଳାପି, କର୍ମନିଷ୍ଠ, ଶୃଙ୍ଖଳିତ କର୍ମଚାରୀ ଥିଲେ । ତାଙ୍କ ପରି ଖୁସିରେ ରହୁଥିବା ଜଣେ ବ୍ୟକ୍ତି କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ ।ଆଜି ଭୋରରେ କାର୍ତିକ ମାସ ଯୋଗୁ୍‌ଁ ତାଙ୍କ ସ୍ତ୍ରୀ ଗାଧୋଇ […]

ପଦ୍ମପୁର: ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ପ୍ରକାଶ ପ୍ରଧାନଙ୍କ ମୃତ ଦେହ ତାଙ୍କ ଶାନ୍ତି ନଗର ବାସଭବନରୁ ଉଦ୍ଧାର କରାଯାଇଛି । ସେ ତାଙ୍କ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ସେ ଜଣେ ସରଳ, ମେଳାପି, କର୍ମନିଷ୍ଠ, ଶୃଙ୍ଖଳିତ କର୍ମଚାରୀ ଥିଲେ । ତାଙ୍କ ପରି ଖୁସିରେ ରହୁଥିବା ଜଣେ ବ୍ୟକ୍ତି କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ ।ଆଜି ଭୋରରେ କାର୍ତିକ ମାସ ଯୋଗୁ୍‌ଁ ତାଙ୍କ ସ୍ତ୍ରୀ ଗାଧୋଇ ପୂଜା ପାଇଁ ଯାଇଥିବା ସମୟରେ ସେ ଆତ୍ମହତ୍ୟା କରିଥିବା ଜଣାଯାଏ ।ବଡ ଝିଅ ଜନ୍ମସ୍ଥାନ ବୁରୋମୁଣ୍ଡାରେ ଥିଲେ । ଅନ୍ୟ ଦୁଇ ଝିଅ ବାପ,ମାଁ ସାଥିରେ ରହୁଥିଲେ । ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ବିଭୁତି ଭୁଷଣ ଭୋଇ,ଥାନା ଅଧିକାରୀ ରାଜେନ୍ଦ୍ର ସିଅଲ ଘଟଣା ସ୍ଥଳକୁ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ ।ଶବ ସହ ଉଭୟ ପୋଲିସ ଅଧିକାରୀ,ବରଗଡ ଜିଲ୍ଲା କନଷ୍ଟେବଳ ସଂଘ ସଭାପତି ସୁଶୀଳ ଦାଶ ଓ ଅନ୍ୟାନ୍ୟ ଥାନାର କର୍ମଚାରୀମାନେ ଜନ୍ମସ୍ଥାନ ବୁରୋମୁଣ୍ଡା ଗ୍ରାମକୁ ଯାଇ ଶେଷକୃତ୍ୟରେ ସାମିଲ ଥିଲେ । ତାଙ୍କ ସାନ ଭାଇ ପ୍ରଭାତ ମୁଖାଗ୍ନି ଦେଇଥିଲେ । ଏ ସଂକ୍ରାନ୍ତରେ ପଦ୍ମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

17 Nov 2021 By The Sakala

ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପଦ୍ମପୁର: ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ପ୍ରକାଶ ପ୍ରଧାନଙ୍କ ମୃତ ଦେହ ତାଙ୍କ ଶାନ୍ତି ନଗର ବାସଭବନରୁ ଉଦ୍ଧାର କରାଯାଇଛି । ସେ ତାଙ୍କ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ସେ ଜଣେ ସରଳ, ମେଳାପି, କର୍ମନିଷ୍ଠ, ଶୃଙ୍ଖଳିତ କର୍ମଚାରୀ ଥିଲେ । ତାଙ୍କ ପରି ଖୁସିରେ ରହୁଥିବା ଜଣେ ବ୍ୟକ୍ତି କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ ।ଆଜି ଭୋରରେ କାର୍ତିକ ମାସ ଯୋଗୁ୍‌ଁ ତାଙ୍କ ସ୍ତ୍ରୀ ଗାଧୋଇ ପୂଜା ପାଇଁ ଯାଇଥିବା ସମୟରେ ସେ ଆତ୍ମହତ୍ୟା କରିଥିବା ଜଣାଯାଏ ।ବଡ ଝିଅ ଜନ୍ମସ୍ଥାନ ବୁରୋମୁଣ୍ଡାରେ ଥିଲେ । ଅନ୍ୟ ଦୁଇ ଝିଅ ବାପ,ମାଁ ସାଥିରେ ରହୁଥିଲେ । ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ବିଭୁତି ଭୁଷଣ ଭୋଇ,ଥାନା ଅଧିକାରୀ ରାଜେନ୍ଦ୍ର ସିଅଲ ଘଟଣା ସ୍ଥଳକୁ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ ।ଶବ ସହ ଉଭୟ ପୋଲିସ ଅଧିକାରୀ,ବରଗଡ ଜିଲ୍ଲା କନଷ୍ଟେବଳ ସଂଘ ସଭାପତି ସୁଶୀଳ ଦାଶ ଓ ଅନ୍ୟାନ୍ୟ ଥାନାର କର୍ମଚାରୀମାନେ ଜନ୍ମସ୍ଥାନ ବୁରୋମୁଣ୍ଡା ଗ୍ରାମକୁ ଯାଇ ଶେଷକୃତ୍ୟରେ ସାମିଲ ଥିଲେ । ତାଙ୍କ ସାନ ଭାଇ ପ୍ରଭାତ ମୁଖାଗ୍ନି ଦେଇଥିଲେ । ଏ ସଂକ୍ରାନ୍ତରେ ପଦ୍ମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର