ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି

The Sakala Picture
Published On

ଭୁବନେଶ୍ୱର: ହୋଟେଲ ରୁମ୍‌ରେ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ବାସରୁଦ୍ଧ ହେବାର ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଫଳରେ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିବା ଉପରେ ପୂର୍ଣ୍ଣଛେଦ ପଡିଛି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି। ଅନ୍ୟପଟେ ସବୁ […]

ଭୁବନେଶ୍ୱର: ହୋଟେଲ ରୁମ୍‌ରେ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ବାସରୁଦ୍ଧ ହେବାର ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଫଳରେ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିବା ଉପରେ ପୂର୍ଣ୍ଣଛେଦ ପଡିଛି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ‘ବିଭୂତି’ ଭାବି ଖାଇଦେଲେ ମୂଷା ମରା ଔଷଧ: ବୋର୍ଡ ପରୀକ୍ଷା ପୂର୍ବରୁ ଚାଲିଗଲା ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଅନ୍ୟପଟେ ସବୁ ଦିଗରୁ ତଦନ୍ତ କରାଯାଉଥିବା ନେଇ ଡିସିପି କହିଛନ୍ତି । ଆତ୍ମହତ୍ୟା ପଛର କ’ଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଏ ସମସ୍ତ ଦିଗରେ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ କରାଯାଇଛି । ସେଥିରୁ କିଛି ସନ୍ଦିଗ୍ଧ ତଥ୍ ମିଳିନି। ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର ଓ ପରିଜନଙ୍କୁ ପଚରାଉଚରା କରାଯାଉଥିବା ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ

ଶୁଭଲକ୍ଷ୍ମୀଙ୍କ ଭାଇରାଲ ଭିଡିଓ ସଂପର୍କରେ ପଚରାଯିବାରୁ ଡିସିପି କହିଛନ୍ତି ଯେ, ପୋଲିସ ହାତରେ ତାହା ଲାଗିନାହିଁ। ସେମିତି କିଛି ଭିଡିଓ ଆସିଲେ ତର୍ଜମା କରାଯିବ । ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ, ତାହା ପରଖାଯିବ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ଡିସିପି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଭୁବନେଶ୍ବରର ଏକ ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର ଜୋରଦାର ପ୍ରସ୍ତୁତି, ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp