ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଏଲପିଜି ସଙ୍କଟ ଯୋଗୁଁ ଅଟକିଲା ୨୦୦୦ ଅତିଥିଙ୍କ ବିବାହ ଭୋଜି, ଘୋର ଚିନ୍ତାରେ କନ୍ୟା ପରିବାର

Tapas Ranjan Nanda Picture
Published On

ଆନ୍ତର୍ଜାତୀୟ ସ୍ତରରେ ଲାଗି ରହିଥିବା ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବାରେ ଲାଗିଛି। ବିଶ୍ୱବ୍ୟାପୀ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ଏହାର ପ୍ରଭାବରେ ଅନେକ ବଡ଼ ସହରରେ ରେସ୍ତୋରାଁଗୁଡ଼ିକ ବନ୍ଦ ହୋଇଯିବା ସହ ହୋଟେଲରେ ଖାଦ୍ୟ ଦର ମଧ୍ୟ ଆକାଶଛୁଆଁ ହୋଇଛି। ଏଭଳି ଏକ ସଙ୍କଟଜନକ ସ୍ଥିତିରେ ନିଜ ଝିଅର ବିବାହ ଭୋଜି କିପରି ଆୟୋଜନ କରିବେ, ତାହାକୁ ନେଇ ମହାରାଷ୍ଟ୍ରର ନାସିକର ଏକ ପରିବାର ଏବେ ଘୋର ଚିନ୍ତାରେ ପଡ଼ିଛନ୍ତି। ଗ୍ୟାସ ସିଲିଣ୍ଡରର ଅଭାବ ଏବେ ସେମାନଙ୍କ ଘରର ବିବାହ ଖୁସିକୁ ଫିକା କରିଦେଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

୨୦୦୦ ଅତିଥି ଓ ମାର୍ଚ୍ଚ ୧୪ରେ ବିବାହ

ନାସିକର ସହାରା ଅଞ୍ଚଳରେ ବସବାସ କରୁଥିବା ବେଲସରେ ପରିବାରର କନ୍ୟା ଖୁସ୍ବୁ ବେଲସରେଙ୍କ ବିବାହ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିବାହ ଉତ୍ସବ ପାଇଁ ପ୍ରାୟ ୨୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଘରେ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ଭଳି ପୂର୍ବ-ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଗ୍ୟାସ ଅଭାବ ପରିବାରର ମୁରବୀଙ୍କୁ ଚାପଗ୍ରସ୍ତ କରିଛି। ଅନ୍ୟପକ୍ଷରେ, କଲ୍ୟାଣ ମଣ୍ଡପର ମାଲିକ କୈଳାସ ଗୁପ୍ତା ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି ଯେ, ଭୋଜି ପ୍ରସ୍ତୁତି ପାଇଁ ପରିବାରକୁ ନିଜେ ସିଲିଣ୍ଡର ବ୍ୟବସ୍ଥା କରିବାକୁ ପଡିବ। ବର୍ତ୍ତମାନର ବଜାର ସ୍ଥିତିରେ ଗୋଟିଏ ହେଲେ ସିଲିଣ୍ଡର ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଥିବାରୁ, ପରିବାର ଲୋକେ ରୋଷେଇ ପାଇଁ ଖାଦ୍ୟ ତାଲିକା ବା ମେନୁ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ବିବାହ ବେଦୀରେ ବସିବାକୁ ଯାଉଥିବା କନ୍ୟା ଖୁସ୍ବୁ ନିଜର ନିରାଶା ବ୍ୟକ୍ତ କରି କହିଛନ୍ତି ଯେ, ମଣ୍ଡପ ମାଲିକ ଗ୍ୟାସ ଯୋଗାଇବା ଅସମ୍ଭବ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି। ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଅତିଥିମାନଙ୍କୁ କିପରି ବାରଣ କରିବୁ। ଆମେ ସମସ୍ତଙ୍କୁ ନିମନ୍ତ୍ରଣ କାର୍ଡ ପଠାଇ ସାରିଥିବାରୁ ୨୦୦୦ ଅତିଥିଙ୍କ ବଦଳରେ ୧୦୦୦ ଲୋକଙ୍କୁ ଆସିବାକୁ କହିପାରିବୁ ନାହିଁ। ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ବିବାହ ଭୋଜି କିପରି ସମ୍ପନ୍ନ ହେବ, ସେନେଇ ସମ୍ପୂର୍ଣ୍ଣ ପରିବାର ଏବେ ମାନସିକ ଚାପ ଦେଇ ଗତି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର