ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟ କିରାଣୀ, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଟିମ୍‌

The Sakala Picture
Published On

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଗୋଲକ ବିହାରୀ ଫୋଡ । ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ସୂଚନା ଅନୁସାରେ, ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ […]

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଗୋଲକ ବିହାରୀ ଫୋଡ । ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ସୂଚନା ଅନୁସାରେ, ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଛୁଟି ଟଙ୍କା ମଞ୍ଜୁରି କାଗଜପତ୍ର ପ୍ରସ୍ତୁତ କରିବାକୁ ଗୋଲକ ବିହାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ନାରାୟଣ ଅଭିଯୋଗ କଲା ପରେ କିରାଣୀଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ଆଜି ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ଗୋଲକ ବିହାରୀଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଏହାଛଡ଼ା ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

21 May 2023 By The Sakala

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟ କିରାଣୀ, ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଟିମ୍‌

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଗୋଲକ ବିହାରୀ ଫୋଡ । ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା ।

ସୂଚନା ଅନୁସାରେ, ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଛୁଟି ଟଙ୍କା ମଞ୍ଜୁରି କାଗଜପତ୍ର ପ୍ରସ୍ତୁତ କରିବାକୁ ଗୋଲକ ବିହାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ନାରାୟଣ ଅଭିଯୋଗ କଲା ପରେ କିରାଣୀଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ଆଜି ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ଗୋଲକ ବିହାରୀଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଏହାଛଡ଼ା ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର