ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

Madhusudan Das Picture
Published On

ଭୁବନେଶ୍ୱର: ବୁଧବାର କେନ୍ଦ୍ର ବିଜେପି ସରକାର ନିଜର ଦ୍ୱାଦଶ ତଥା ତୃତୀୟ ପାଳିର ଦ୍ୱିତୀୟ ବାର୍ଷିକୀ ପାଳନ କରିଛନ୍ତି। ସେହିପରି ୧୨ ତାରିଖରେ ରାଜ୍ୟ ସରକାର ନିଜର ଦ୍ୱିତୀୟ ବାର୍ଷିକୀ ପାଳନ କରିବେ। ମାତ୍ର ଏହି ସମୟରେ ରାଜ୍ୟ ସରକାର ୫୦ରୁ ଊର୍ଦ୍ଧ୍ବ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଛନ୍ତି ବୋଲି ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେ କହିଛନ୍ତି ଯେ ୩ ମାସ ହେଲା ପ୍ରାପ୍ୟ ନ ପାଇ ସାରା ରାଜ୍ୟରେ ଓଡ଼ିଶାର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ଆନ୍ଦୋଳନରେ ବସିଛନ୍ତି। ସବୁ ହିତାଧିକାରୀଙ୍କୁ ମାସିକ ୩, ୦୦୦ ଟଙ୍କା ସହାୟତା ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା, ମାତ୍ର କ୍ଷମତାକୁ ଆସିବା ପରେ କେବଳ ୮୦ବର୍ଷରୁ ଊର୍ଦ୍ଧ୍ବ ଓ ୮୦% ଭିନ୍ନକ୍ଷମଙ୍କ ବ୍ୟତୀତ ଆଉ କାହାକୁ ବର୍ଦ୍ଧିତ ଭତ୍ତା ମିଳିଲା ନାହିଁ। ଚାଷୀଙ୍କୁ ଇନପୁଟ ସବସିଡି ବାଦରେ ୮୦୦ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ଏମଏସପି ବାବଦରେ ବୃଦ୍ଧି କରିଥିବା ୬୯ ଟଙ୍କାକୁ ସରକାର ନିଜେ ହଡପ କଲେ। ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ୫୦ ହଜାର ଟଙ୍କାର କୁପନ ପ୍ରଦାନ କରିବେ ବୋଲି କହିଲେ, ମାତ୍ର ବର୍ଷକୁ ୧୦ ହଜାର ଟଙ୍କା ଦେଲେ। 

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଗତ ସରକାର ସମୟରେ ଭକ୍ତଙ୍କ ପାଇଁ ହୋଇଥିବା ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ହଟାଇଦେଲେ। ଆଇନ ମନ୍ତ୍ରୀ ଧାଡ଼ି ଦର୍ଶନ କଥା ଘୋଷଣା କଲେ, ମାତ୍ର ତାହା ୨ ବର୍ଷ ହେଲା କାର୍ଯ୍ୟକାରୀ ହେଲା ନାହିଁ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସରକାର ଆଉ ଏକ ୟୁ-ଟର୍ଣ୍ଣ ନେଲେ। ଛାତ୍ର ସଂସଦ ନିର୍ବାଚନ, ବିଧାୟକ ଓ ମନ୍ତ୍ରୀ ଦରମା ପେନସନ ବୃଦ୍ଧି, ବିଜୁ ପଟ୍ଟନାୟକ ଖେଳ ପୁରସ୍କାର, ପ୍ରଦୂଷଣ ସାର୍ଟିଫିକେଟ ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ୟୁ-ଟର୍ଣ୍ଣ ସମସ୍ତେ ଦେଖି ସାରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୬ ତାରିଖ ଦିନ ସବୁ ଜିଲ୍ଲାପାଳମାନଙ୍କୁ ଆସନ ସଂରକ୍ଷଣ ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ବଦଳାଇଦେଲେ। ନିର୍ବାଚନ ପୂର୍ବରୁ ସବୁ ସଭା ସମିତିରେ ତାଙ୍କ ନେତା ବୁଲି ବୁଲି ମଦ ବନ୍ଦ କରିବାକୁ କହିଥିଲେ; ମାତ୍ର ସରକାର ଗଢ଼ିବା ପରେ ମିଲେଟ ଓ ମହୁଲରୁ ସୁବାସିତ ଉତ୍ତମ ମାନର ମଦ ପ୍ରସ୍ତୁତ କରି ବିକ୍ରିକରିବାକୁ ମନ୍ତ୍ରୀ ଘୋଷଣା କଲେ। ମାର୍ଚ୍ଚ ୧୧ ତାରିଖରେ ରାଜ୍ୟରେ ଗୁଟକା ଓ ନିକୋଟିନର ବିକ୍ରି, ଉତ୍ପାଦନ ଓ ବଣ୍ଟନ ଉପରେ ସରକାର ନିଷେଧନାମା ଜାରିକଲେ; ମାତ୍ର କେଇଦିନ ମଧ୍ୟରେ ଏହି ନିଷେଧାଦେଶ କୋହଳ ହୋଇଗଲା। ସରକାର ବାରମବାର ୟୁଟର୍ଣ୍ଣ ନେଉଛନ୍ତି, ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରୁ ନାହାନ୍ତି, ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମାନୁନାହାନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର