ଖୁବଶୀଘ୍ର ରାଜ୍ଯରେ କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ

The Sakala Picture
Published On

ଭୁବନେଶ୍ବର: କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ । ୯ରୁ ୧୩ ବର୍ଷୀୟ ଝିଅଙ୍କୁ ଦିଆଯିବ ପ୍ରତିଷେଧକ ଟିକା । ରାଜ୍ୟରେ ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ ଏଚପିଭି ଟିକା ଦେବା ପାଇଁ ଯୋଜନା ହୋଇଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ଟିକାକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ […]

ଭୁବନେଶ୍ବର: କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ । ୯ରୁ ୧୩ ବର୍ଷୀୟ ଝିଅଙ୍କୁ ଦିଆଯିବ ପ୍ରତିଷେଧକ ଟିକା । ରାଜ୍ୟରେ ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ ଏଚପିଭି ଟିକା ଦେବା ପାଇଁ ଯୋଜନା ହୋଇଛି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ଟିକାକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ଟିକା ଜରାୟୁ କ୍ୟାନସରରୁ ସୁରକ୍ଷା ଦେବ । ୩ଟି ବ୍ରାଣ୍ଡରେ ଉପଲବ୍ଧ ଏହି ଟିକାର ଡୋଜ ପିଛା ଖର୍ଚ୍ଚ ୬୦୦ରୁ ୧ ହଜାର ଟଙ୍କା ରହିବ । ଟିକାର ଦୁଇଟି ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପ୍ରଥମ ଡୋଜ ନେବାର ୬ ମାସରୁ ୧୨ ମାସ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ । ଏନଏଚଏମ ଅନୁମୋଦନ ପାଇବା ପରେ ତୁରନ୍ତ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ଭିତରେ ୧୦ ଜିଲ୍ଲା ବଲାଙ୍ଗୀର, ଢେଙ୍କାନୀଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଟିକା ଦିଆଯିବ । ଏହି ଭ୍ୟାକସିନ କ୍ୟାନସରରୁ ୯୨ ରୁ ୯୫ ପ୍ରତିଶତ ପର୍ଯ୍ଯନ୍ତ ସୁରକ୍ଷା ଦେଇଥାଏ ବୋଲି ଡାକ୍ତରମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର