ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶାର ଶୀର୍ଷ ପ୍ରଦର୍ଶନ

The Sakala Picture
Published On

ନୂଆଦିଲ୍ଲୀ : ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ହୋଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଏହି ତାଲିକା ଅନୁସାରେ ରାଜ୍ୟ ଓ କେନ୍ଦ୍ର […]

ନୂଆଦିଲ୍ଲୀ : ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ହୋଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଏହି ତାଲିକା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗ (ବର୍ଗ-କ)ରେ ବୃହତ ରାଜ୍ୟମାନେ ଥିବାବେଳେ ୨ୟ ବର୍ଗ( ବର୍ଗ-ଖ)ରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

ଗୁଜୁରାଟ, କର୍ଣ୍ଣାଟକ ଓ ଦିଲ୍ଲୀ ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଛନ୍ତି। ସେହିପରି ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନା । ସଂସ୍ଥାଗତ ବା ଆନୁଷ୍ଠାନିକ ସୁବିଧା ଯୋଗାଇବାରେ ଓଡ଼ିଶା, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ଟି ରାଜ୍ୟ ରହିଛନ୍ତି । ଷ୍ଟାର୍ଟଅଫ ସଂସ୍ଥା ସାମଗ୍ରୀ ଖରିଦ ଓ କାପାସିଟି ବିଲଡିଂ କ୍ଷେତ୍ରରେ ବି ଓଡ଼ିଶା ଆଗୁଆ ରହିଛି ।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଖସିଲା ପାରଦ, ୨୭ ଡିଗ୍ରୀକୁ ଖସିଲା ହିଟ୍ ଇଣ୍ଡେକ୍ସ

କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ଯମାନଙ୍କ ମଧ୍ଯରେ ଜମ୍ମୁ ଓ କଶ୍ମୀର ଶୀର୍ଷ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଛି। ସେହିପରି ଅଗ୍ରଣା ବର୍ଗତରେ ଆସାମ, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ବିଜେତା ହୋଇଛନ୍ତି। ଏହି ବର୍ଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ଯ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ଯରେ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ ଓ ଗୋଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

04 Jul 2022 By The Sakala

ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶାର ଶୀର୍ଷ ପ୍ରଦର୍ଶନ

ନୂଆଦିଲ୍ଲୀ : ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ହୋଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଏହି ତାଲିକା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗ (ବର୍ଗ-କ)ରେ ବୃହତ ରାଜ୍ୟମାନେ ଥିବାବେଳେ ୨ୟ ବର୍ଗ( ବର୍ଗ-ଖ)ରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି ।

ଗୁଜୁରାଟ, କର୍ଣ୍ଣାଟକ ଓ ଦିଲ୍ଲୀ ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଛନ୍ତି। ସେହିପରି ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନା । ସଂସ୍ଥାଗତ ବା ଆନୁଷ୍ଠାନିକ ସୁବିଧା ଯୋଗାଇବାରେ ଓଡ଼ିଶା, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ଟି ରାଜ୍ୟ ରହିଛନ୍ତି । ଷ୍ଟାର୍ଟଅଫ ସଂସ୍ଥା ସାମଗ୍ରୀ ଖରିଦ ଓ କାପାସିଟି ବିଲଡିଂ କ୍ଷେତ୍ରରେ ବି ଓଡ଼ିଶା ଆଗୁଆ ରହିଛି ।

କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ଯମାନଙ୍କ ମଧ୍ଯରେ ଜମ୍ମୁ ଓ କଶ୍ମୀର ଶୀର୍ଷ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଛି। ସେହିପରି ଅଗ୍ରଣା ବର୍ଗତରେ ଆସାମ, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ବିଜେତା ହୋଇଛନ୍ତି। ଏହି ବର୍ଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ଯ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ଯରେ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ ଓ ଗୋଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର