ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ : ସରକାରୀ ରିହାତିର ସୁଯୋଗ ନେଇ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାଣୀସମ୍ପଦ ମନ୍ତ୍ରୀଙ୍କ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର : ଅଣ୍ଡା ଏକ ଅତ୍ୟନ୍ତ ସ୍ଵାସ୍ଥ୍ୟପଦ ଓ ସଂପୂର୍ଣ୍ଣ ଖାଦ୍ୟ । ପ୍ରାଣୀଜ ପୁଷ୍ଟିସାର ଭାବରେ ଅପପୁଷ୍ଟି ଦୂର କରିବାରେ ଏହା ଅତ୍ୟନ୍ତ ଉପାଦେୟ । ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ନିୟମିତ ଅଣ୍ଡା ଖାଇବା ଦରକାର । ଦିନକୁ ଦିନ ଅଣ୍ଡାର ଚାହିଦା ବଢ଼ୁଥ‌ିବାରୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଜରିଆରେ ଅଣ୍ଡା ଉତ୍ପାଦନ ବୃଦ୍ଧି […]

ଭୁବନେଶ୍ୱର : ଅଣ୍ଡା ଏକ ଅତ୍ୟନ୍ତ ସ୍ଵାସ୍ଥ୍ୟପଦ ଓ ସଂପୂର୍ଣ୍ଣ ଖାଦ୍ୟ । ପ୍ରାଣୀଜ ପୁଷ୍ଟିସାର ଭାବରେ ଅପପୁଷ୍ଟି ଦୂର କରିବାରେ ଏହା ଅତ୍ୟନ୍ତ ଉପାଦେୟ । ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ନିୟମିତ ଅଣ୍ଡା ଖାଇବା ଦରକାର । ଦିନକୁ ଦିନ ଅଣ୍ଡାର ଚାହିଦା ବଢ଼ୁଥ‌ିବାରୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଜରିଆରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କ ପାଇଁ ନିରନ୍ତର ଆୟର ସୁଯୋଗ ସୃଷ୍ଟି କରିଥାଏ । ରାଜ୍ୟର ଚାଷୀ ଓ ଉଦ୍ୟୋଗୀମାନେ ସରକାରୀ ଯୋଜନାର ଲାଭ ଉଠାଇ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରି ନିଜର ଆୟ ବୃଦ୍ଧି କରିବା ସହିତ ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ହଲ୍‌ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ଵାଇଁ ପୁଣି କହିଛନ୍ତି ଯେ ଅଣ୍ଡାରେ ବିଭିନ୍ନ ପ୍ରକାରର ଖାଦ୍ୟସାର ଯଥା -ଲିଉଟିନ୍, କାନଥୁନ, କୋଲିନ୍, ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଡି, ଆମିନୋ ଏସିଡ, ସ୍ନେହସାର ଭିଟାମିନ୍ ବି-୧୨ ଓ ଫୋଲିକ୍ ଏସିଡ୍ ଥ‌ିବାରୁ ଏହା ଏକ ସଂପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚିତ ହୋଇଥାଏ । କୃଷକମାନଙ୍କ ଆୟ ବୃଦ୍ଧିକରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରାଣୀସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ ଗ୍ରାମାଞ୍ଚଳ ଲୋକଙ୍କର ଆୟ ବୃଦ୍ଧି ସହିତ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ସହଜରେ ପୂରଣ କରିଥାଏ । ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ଫାର୍ମ ପ୍ରତିଷ୍ଠା ପାଇଁ ୩ ଲକ୍ଷ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସେହିପରି ବାରି ଅଗଣାରେ କୁକୁଡ଼ା ଓ ବତକ ପାଳନ ନିମନ୍ତେ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟର ଉଦ୍ୟୋଗୀମାନଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଫଳସ୍ଵରୂପ ବିଗତ ୨୦ ବର୍ଷରେ ଓଡ଼ିଶାରେ ଦୁଗ୍ଧ, ମାଂସ ଓ ଅଣ୍ଡାର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସଂପ୍ରତି ରାଜ୍ୟରେ ଦୈନିକ ଏକ କୋଟିରୁ ଉର୍ଦ୍ଧ୍ବ ଅଣ୍ଡା ଉତ୍ପାଦନ ହେଉଛି । ଏହି ଧାରା ବଜାୟ ରଖି ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ ହେବା ସହିତ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଉପସ୍ଥିତ କୁକୁଡ଼ାଚାଷୀ ଓ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସମାରୋହରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ  ସୁରେଶ କୁମାର ବଶିଷ୍ଠ ଅଣ୍ଡାର ଖାଦ୍ୟଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ଵିତୀୟ ଶୁକ୍ରବାରକୁ ବିଶ୍ଵ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି ବୋଲି କହିଥିଲେ । ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ରିପୋର୍ଟ ଅନୁଯାୟୀ ଜଣେ ବର୍ଷକୁ ହାରାହାରି ୧୮୦ଟି ଅଣ୍ଡା ଅର୍ଥାତ୍ ଦୁଇ ଦିନରେ ଗୋଟିଏ ଅଣ୍ଡା କିମ୍ବା ପ୍ରତିଦିନ ଫାଳେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ । ଏହି ପରିପ୍ରେକ୍ଷୀରେ ଚାଷୀ ଓ ଉଦ୍ୟୋଗୀମାନେ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଗେଇ ଆସିବାକୁ ସେ କହିଥିଲେ ।

ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା ସ୍ଵାଗତ ଭାଷଣ ଦେଇଥିଲେ । ସମାରୋହରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କୁକୁଡ଼ାଚାଷୀ, ଉଦ୍ୟୋଗୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ରାଜ୍ୟର ପ୍ରତି ଜିଲ୍ଲାରେ ମଧ୍ୟ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି ଏବଂ ରାଜ୍ୟସ୍ତରୀୟ ସମାରୋହରେ ପ୍ରତି ଜିଲ୍ଲା ଭଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବିଶ୍ଵ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ଵରର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଅଣ୍ଡାର ଉପାଦେୟ ଗୁଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ୟୁନିଟ୍ -୧ ଓ ୟୁନିଟ୍ – ୬ ହାଇସ୍କୁଲ, ରାଜଭବନ, ଆଇଆର୍‌ସି ଭିଲେଜ ଓ ଏରୋଡ୍ରିମ୍ କଲୋନୀ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏତଦ୍‌ବ୍ୟତୀତ ଭୁବନେଶ୍ଵରର ବିଭିନ୍ନ ଅନାଥାଶ୍ରମରେ ଅନ୍ତେବାସୀମାନଙ୍କୁ ଅଣ୍ଡା ବିତରଣ କରାଯାଇଥିଲା ।

13 Oct 2023 By The Sakala

ରାଜ୍ୟସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ : ସରକାରୀ ରିହାତିର ସୁଯୋଗ ନେଇ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାଣୀସମ୍ପଦ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଅଣ୍ଡା ଏକ ଅତ୍ୟନ୍ତ ସ୍ଵାସ୍ଥ୍ୟପଦ ଓ ସଂପୂର୍ଣ୍ଣ ଖାଦ୍ୟ । ପ୍ରାଣୀଜ ପୁଷ୍ଟିସାର ଭାବରେ ଅପପୁଷ୍ଟି ଦୂର କରିବାରେ ଏହା ଅତ୍ୟନ୍ତ ଉପାଦେୟ । ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ନିୟମିତ ଅଣ୍ଡା ଖାଇବା ଦରକାର । ଦିନକୁ ଦିନ ଅଣ୍ଡାର ଚାହିଦା ବଢ଼ୁଥ‌ିବାରୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ଜରିଆରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ସେମାନଙ୍କ ପାଇଁ ନିରନ୍ତର ଆୟର ସୁଯୋଗ ସୃଷ୍ଟି କରିଥାଏ । ରାଜ୍ୟର ଚାଷୀ ଓ ଉଦ୍ୟୋଗୀମାନେ ସରକାରୀ ଯୋଜନାର ଲାଭ ଉଠାଇ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରି ନିଜର ଆୟ ବୃଦ୍ଧି କରିବା ସହିତ ରାଜ୍ୟକୁ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ହଲ୍‌ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ଵାଇଁ ପୁଣି କହିଛନ୍ତି ଯେ ଅଣ୍ଡାରେ ବିଭିନ୍ନ ପ୍ରକାରର ଖାଦ୍ୟସାର ଯଥା -ଲିଉଟିନ୍, କାନଥୁନ, କୋଲିନ୍, ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଡି, ଆମିନୋ ଏସିଡ, ସ୍ନେହସାର ଭିଟାମିନ୍ ବି-୧୨ ଓ ଫୋଲିକ୍ ଏସିଡ୍ ଥ‌ିବାରୁ ଏହା ଏକ ସଂପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚିତ ହୋଇଥାଏ । କୃଷକମାନଙ୍କ ଆୟ ବୃଦ୍ଧିକରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରାଣୀସମ୍ପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି । ଅଣ୍ଡାଦିଆ କୁକୁଡ଼ା ପାଳନ ଗ୍ରାମାଞ୍ଚଳ ଲୋକଙ୍କର ଆୟ ବୃଦ୍ଧି ସହିତ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ସହଜରେ ପୂରଣ କରିଥାଏ । ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ଫାର୍ମ ପ୍ରତିଷ୍ଠା ପାଇଁ ୩ ଲକ୍ଷ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

ସେହିପରି ବାରି ଅଗଣାରେ କୁକୁଡ଼ା ଓ ବତକ ପାଳନ ନିମନ୍ତେ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟର ଉଦ୍ୟୋଗୀମାନଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଫଳସ୍ଵରୂପ ବିଗତ ୨୦ ବର୍ଷରେ ଓଡ଼ିଶାରେ ଦୁଗ୍ଧ, ମାଂସ ଓ ଅଣ୍ଡାର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସଂପ୍ରତି ରାଜ୍ୟରେ ଦୈନିକ ଏକ କୋଟିରୁ ଉର୍ଦ୍ଧ୍ବ ଅଣ୍ଡା ଉତ୍ପାଦନ ହେଉଛି । ଏହି ଧାରା ବଜାୟ ରଖି ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସ୍ଵାବଲମ୍ବୀ ହେବା ସହିତ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ଉପସ୍ଥିତ କୁକୁଡ଼ାଚାଷୀ ଓ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସମାରୋହରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ  ସୁରେଶ କୁମାର ବଶିଷ୍ଠ ଅଣ୍ଡାର ଖାଦ୍ୟଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ଵିତୀୟ ଶୁକ୍ରବାରକୁ ବିଶ୍ଵ ଅଣ୍ଡା ଦିବସ ରୂପେ ପାଳନ କରାଯାଉଛି ବୋଲି କହିଥିଲେ । ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ରିପୋର୍ଟ ଅନୁଯାୟୀ ଜଣେ ବର୍ଷକୁ ହାରାହାରି ୧୮୦ଟି ଅଣ୍ଡା ଅର୍ଥାତ୍ ଦୁଇ ଦିନରେ ଗୋଟିଏ ଅଣ୍ଡା କିମ୍ବା ପ୍ରତିଦିନ ଫାଳେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ । ଏହି ପରିପ୍ରେକ୍ଷୀରେ ଚାଷୀ ଓ ଉଦ୍ୟୋଗୀମାନେ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଗେଇ ଆସିବାକୁ ସେ କହିଥିଲେ ।

ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା ସ୍ଵାଗତ ଭାଷଣ ଦେଇଥିଲେ । ସମାରୋହରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କୁକୁଡ଼ାଚାଷୀ, ଉଦ୍ୟୋଗୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ରାଜ୍ୟର ପ୍ରତି ଜିଲ୍ଲାରେ ମଧ୍ୟ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି ଏବଂ ରାଜ୍ୟସ୍ତରୀୟ ସମାରୋହରେ ପ୍ରତି ଜିଲ୍ଲା ଭଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବିଶ୍ଵ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ଵରର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଅଣ୍ଡାର ଉପାଦେୟ ଗୁଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ୟୁନିଟ୍ -୧ ଓ ୟୁନିଟ୍ – ୬ ହାଇସ୍କୁଲ, ରାଜଭବନ, ଆଇଆର୍‌ସି ଭିଲେଜ ଓ ଏରୋଡ୍ରିମ୍ କଲୋନୀ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏତଦ୍‌ବ୍ୟତୀତ ଭୁବନେଶ୍ଵରର ବିଭିନ୍ନ ଅନାଥାଶ୍ରମରେ ଅନ୍ତେବାସୀମାନଙ୍କୁ ଅଣ୍ଡା ବିତରଣ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର