ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସତର୍କ ହେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ , ଗଠନ କଲା କମିଟି

The Sakala Picture
Published On

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ ପୁଣିଥରେ ବଢିଚାଲିଛି କରୋନା ସଂକ୍ରମଣ। ଆଜି ସମଗ୍ର ଦେଶରେ ନୂଆ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡିଶାର ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ କରୋନା ପୁଣିଥରେ କୟା ବିସ୍ତାର କରିବା ଆରମ୍ଭ କରିଛି। ଯାହାକୁ ଦେଖି ଆଗୁଆ ସତର୍କ ହୋଇ ଯାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ପଡ଼ୋଶୀ ଓ […]

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ ପୁଣିଥରେ ବଢିଚାଲିଛି କରୋନା ସଂକ୍ରମଣ। ଆଜି ସମଗ୍ର ଦେଶରେ ନୂଆ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡିଶାର ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ କରୋନା ପୁଣିଥରେ କୟା ବିସ୍ତାର କରିବା ଆରମ୍ଭ କରିଛି। ଯାହାକୁ ଦେଖି ଆଗୁଆ ସତର୍କ ହୋଇ ଯାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଖି ପଦକ୍ଷେପ ନେଲା ସ୍ୱାସ୍ଥ୍ୟ ବିଭାଗ । ପଡ଼ୋଶୀ ଓ ବାହାର ରାଜ୍ୟର ପ୍ରଭାବ ରାଜ୍ୟ ଉପରେ ନ ପଡ଼ିବା ନେଇ ସ୍ୱାସ୍ଥ୍ୟ ବିଭାଗ କମିଟି ଗଠନ କରିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆରଏମଆରସି ନିର୍ଦେଶକ, ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠନ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ବାହାର ରାଜ୍ୟରେ ବଢୁଥିବା ସଂକ୍ରମଣର ପ୍ରଭାବ ଯେମିତି ଓଡ଼ିଶା ଉପରେ ନ ପଡ଼ିବ ସେ ନେଇ କମିଟି ପଦକ୍ଷେପ ନେବ । ଅନ୍ୟ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଅଛି । ସୋମବାର ସୁଦ୍ଧା ରାଜ୍ୟରେ ଦୈନିକ ଟିକାକରଣ ୧ ଲକ୍ଷରେ ପହଞ୍ଚିବ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଅନ୍ୟପଟେ ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମହାରାଷ୍ଟ୍ର କେରଳ, କର୍ଣ୍ଣାଟକ, ପଞ୍ଜାବ ଓ ଗୁଜୁରାଟ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଉକ୍ତ ରାଜ୍ୟ ଗୁଡ଼ିକରୁ ଆସୁଥିବା ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଆସିଲେ ତାଙ୍କୁ ଛଡ଼ାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର