ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଷ୍ଟାଫ ନର୍ସ, ମାନସିକ ନିର୍ଯାତନା ଅଭିଯୋଗରେ ପୂର୍ବତନ ପ୍ରେମିକ ସହ ୨ ଅଟକ

Madhusudan Das Picture
Published On

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ । ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ ଯୁବତୀ ଜଣକ । ଭୁବନେଶ୍ୱରର ଡମଣା ଅଞ୍ଚଳରେ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୀର୍ଘ ଦିନର ମାନସିକ ନିର୍ଯାତନା ଏବଂ ବ୍ଲାକମେଲିଂ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ମୃତ ନର୍ସଙ୍କ ନାମ ସସ୍ମିତା ଏବଂ ସେ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଚାକିରି କରିବା ପାଇଁ ଭୁବନେଶ୍ୱର ଆସିଥିଲେ ଏବଂ ଏଠାରେ ମହେଶ ନାଥ ନାମକ ଜଣେ ଯୁବକଙ୍କ ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହୁଥିଲେ।

ଆହୁରି ପଢ଼ନ୍ତୁ: ଉପରମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍

ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପ୍ରଥମେ ସସ୍ମିତାଙ୍କ ସହ ରହୁଥିବା ମହେଶ ନାଥଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ତଦନ୍ତ ଆଗକୁ ବଢ଼ିବା ସହ ଏଥିରେ ସସ୍ମିତାଙ୍କ ପୂର୍ବତନ ପ୍ରେମିକ ପରମାନନ୍ଦଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ପରମାନନ୍ଦ ମଧ୍ୟ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ବିଶ୍ବ ହସ୍ତୀ ଦିବସ: ଅନାଥ ବବ୍‌ଲୁ ଏବେ ଶିମିଳିପାଳର ଜାଗ୍ରତ ପ୍ରହରୀ

ପୋଲିସ ସୂଚନା ଅନୁଯାୟୀ, ମହେଶଙ୍କ ସହ ସସ୍ମିତାଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ପୂର୍ବତନ ପ୍ରେମିକ ପରମାନନ୍ଦ ତାଙ୍କୁ ବ୍ଲାକମେଲ୍ ଏବଂ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ନିର୍ଯାତନା ଅତ୍ୟଧିକ ବଢ଼ିଯାଇଥିଲା, ଯାହା ସସ୍ମିତାଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଉତ୍ତର ଓଡ଼ିଶାରେ ଘନଉଛି ବନ୍ୟା ବିପଦ: ଫୁଲୁଛି ନଦୀ, ଲଗାଣ ବର୍ଷାରେ ଜଳମଗ୍ନ ଅନେକ ଅଞ୍ଚଳ

ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ସସ୍ମିତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ସେଥିରୁ କଲ୍ ରେକର୍ଡିଂ, ମେସେଜ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ତଥ୍ୟ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହେଶ ନାଥ ଏବଂ ପରମାନନ୍ଦଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

15 Jul 2026 By Madhusudan Das

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଷ୍ଟାଫ ନର୍ସ, ମାନସିକ ନିର୍ଯାତନା ଅଭିଯୋଗରେ ପୂର୍ବତନ ପ୍ରେମିକ ସହ ୨ ଅଟକ

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ । ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ ଯୁବତୀ ଜଣକ । ଭୁବନେଶ୍ୱରର ଡମଣା ଅଞ୍ଚଳରେ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୀର୍ଘ ଦିନର ମାନସିକ ନିର୍ଯାତନା ଏବଂ ବ୍ଲାକମେଲିଂ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ମୃତ ନର୍ସଙ୍କ ନାମ ସସ୍ମିତା ଏବଂ ସେ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଚାକିରି କରିବା ପାଇଁ ଭୁବନେଶ୍ୱର ଆସିଥିଲେ ଏବଂ ଏଠାରେ ମହେଶ ନାଥ ନାମକ ଜଣେ ଯୁବକଙ୍କ ସହ ଲିଭ୍-ଇନ୍ ରିଲେସନସିପ୍‌ରେ ରହୁଥିଲେ।

ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପ୍ରଥମେ ସସ୍ମିତାଙ୍କ ସହ ରହୁଥିବା ମହେଶ ନାଥଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ତଦନ୍ତ ଆଗକୁ ବଢ଼ିବା ସହ ଏଥିରେ ସସ୍ମିତାଙ୍କ ପୂର୍ବତନ ପ୍ରେମିକ ପରମାନନ୍ଦଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ପରମାନନ୍ଦ ମଧ୍ୟ ବଲାଙ୍ଗୀର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ମହେଶଙ୍କ ସହ ସସ୍ମିତାଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ପୂର୍ବତନ ପ୍ରେମିକ ପରମାନନ୍ଦ ତାଙ୍କୁ ବ୍ଲାକମେଲ୍ ଏବଂ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ନିର୍ଯାତନା ଅତ୍ୟଧିକ ବଢ଼ିଯାଇଥିଲା, ଯାହା ସସ୍ମିତାଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଅନୁମାନ କରାଯାଉଛି।

ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ସସ୍ମିତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ସେଥିରୁ କଲ୍ ରେକର୍ଡିଂ, ମେସେଜ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ତଥ୍ୟ ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହେଶ ନାଥ ଏବଂ ପରମାନନ୍ଦଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର